Weather Alert: ଆସୁଛି ବାତ୍ୟା ଜୱାଦ ! ଶନିବାର ଦିନ ପ୍ରବଳ ବର୍ଷା ସାଙ୍ଗକୁ ବହିବ ପବନ ! ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ !

ନମସ୍କାର ବନ୍ଧୁଗଣ ତେବେ ଆସନ୍ତା ୧୨ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତ କିରି ଅବପାତ ରେ ପରିଣତ ହେବାର ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଯଦିଓ ଆଜି ଓ ଆସନ୍ତାକାଲି ପାଗରେ ବିଶେଷ ପରିବର୍ତ୍ତନ ହେବନି, କିନ୍ତୁ ୨ ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ତାରିଖରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ତେବେ ସେହିପରି ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ସାଢ଼େ ୮ ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ତିନି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି ।


ବର୍ତ୍ତମାନ ସୁଦ୍ଧା ଏନେଇ ସ୍ପଷ୍ଟ ହୋଇନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ଜଣାପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଡିସେମ୍ବର ୨ ଓ ୩ ତାରିଖରେ ଲଗାଣ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବାରୁ ଏନେଇ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି  । ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ଶୁଖାଇବାରେ ଲାଗି ପଡ଼ିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ କନ୍ଧମାଳ ଜିଲ୍ଲାର ଚାଷୀ ଛାନିଆ ହୋଇପଡ଼ିଛନ୍ତି ।

ଧାନ ଚାଷୀମାନେ ଏହି ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହୋଇପଡିଛନ୍ତି । ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ବିଳମ୍ବରେ ବର୍ଷା ଯୋଗୁ ଧାନ ଚାଷରେ ବିଳମ୍ବ ଘଟିଥିଲା ।  ବର୍ତ୍ତମାନ ସୁଦ୍ଧା ଧାନ ବିଲରେ ଧାନ ପାଚି ନଥିବା ଜଣାପଡ଼ିଛି । ଲଘୁଚାପ ଜନିତ ବର୍ଷା ଯୋଗୁ ଧାନ ଗଛ ଗୁଡ଼ିକ ନଷ୍ଟ ହେବା ସହିତ ଯାହା କିଛି ଧାନ ଗଛ ବଞ୍ଚିଥିଲା ,ସେଥିରୁ କିଛି କିଛି ଧାନ ପାଇବେ ବୋଲି ଚାଷୀମାନେ ଆଶା ରଖିଥିଲେ ।


କିନ୍ତୁ ବର୍ତ୍ତମାନ ପୁଣି ବାତ୍ୟା ଆଶଙ୍କା ଓ ପ୍ରବଳ ବର୍ଷା ସମ୍ଭାବନା ଚାଷୀ ମାନେ ଜାଣିବା ପରେ ସେମାନଙ୍କ ଦୁଃଖ ବଢି ଯାଇଛି । ଧାନ କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବାର ଭୟ ରହିଛି । ଖଳାରେ ଧାନକୁ ପାଲ ଘୋଡାଇ ରଖିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମ୍ବଳ ନାହିଁ । ଏଭଳି ସ୍ଥଳେ ବର୍ତ୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀଙ୍କ ଚିନ୍ତା ବଢିଯାଇଛି ।

ତେବେ  ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ୪ ତାରିଖରେ ପ୍ରବଳ ବର୍ଷା ହେବ ୫ରେ କିଛି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଏବଂ ପରେ ଉତ୍ତର ଉପକୂଳରେ ବଢ଼ିବ ବର୍ଷା । ଅନ୍ୟପଟେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨ ତାରିଖ ସୁଦ୍ଧା ଫେରି ଆସିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି । ତେବେ ଏହି ଖବର ବିଷୟରେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *