ମାଡି ଆସୁଛି ବାତ୍ୟା ‘ଜାୱାଦ’ ? ଦେଖନ୍ତୁ ଏହା କେଉଁଠି କରିବ Landfall ? ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ଏକ ବଡ ସୂଚନା ସାମ୍ନାକୁ ଆସୁଛି ଓ ଆମ ମାନଙ୍କ ପାଇଁ ଏହି ସୂଚନା ଅତି ଗୁରୁତ୍ଵପୂର୍ଣ୍ଣ । ଆଜି ଆମେ ଆପଣ ମାନଙ୍କୁ ଏହି ପାଣିପାଗ ସୂଚନା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣି ଥିବେ ଯେ, ଏକ ବାତ୍ୟା ଆସୁଛି ଯାହାର ନାମ ଦିଆଯାଇଛି ‘ଜାୱାଦ’ ।

ତେବେ ଏହି ବାତ୍ୟା ସହ ସମ୍ବନ୍ଧିତ ଅନେକ ସୂଚନା ଦୀର୍ଘ ଦିନ ଧରି ଆସୁଥିଲା କିନ୍ତୁ ଏହି ବାତ୍ୟାର ଲ୍ୟାଣ୍ଡଫଲ କେଉଁ ସ୍ଥାନରେ ହେବ ତାହାର କୌଣସି ସୂଚନା ନଥିଲା । ଏବେ ଏହି ବାତ୍ୟାର ଲ୍ୟାଣ୍ଡଫଲ ସୂଚନା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସମ୍ଭାବ୍ୟ ବାତ୍ୟା ‘ଜାୱାଦ’ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ସବୁ ଆଡେ ଚର୍ଚା ଚାଲିଛି ।

ଏନେଇ ବିଭିନ୍ନ ପାଣିପାଗ ମଡେଲ ବାତ୍ୟା ଆକଳନ କରୁଛନ୍ତି । ଆମେରିକାନ ଜିଏଫଏସ ମଡେଲ ସୂଚନା ମୁତାବକ, ସମ୍ଭାବ୍ୟ ସାମୁଦ୍ରିକ ଝଡ ଓଡିଶା ଉପକୂଳର ଅତି ନିକଟର ହୋଇ ଅତିକ୍ରମ କରିପାରେ । ତେବେ ଏହି ବାତ୍ୟାଟି ୪ ତାରିଖ ସୁଧା ପଶ୍ଚିମ ବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିପାରେ । ସେହି ଭଳି ଜର୍ମାନ ପାଣିପାଗ ସଂସ୍ଥା ଆଇକନର ପୂର୍ବାନୁମାନ ଅନୁସାରେ ଏହି ବାତ୍ୟାଟି ଓଡିଶାରେ ଲ୍ୟାଣ୍ଡଫଲ କରିବ ।

ପୁରୀ ଓ ପାରାଦୀପ ମଧ୍ୟରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ଜର୍ମାନ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଅନ୍ୟ ପକ୍ଷରେ ୟୂରୋପିଆନ ମଡେଲ ଇସିଏମଡବ୍ଲୁଏଫ ମୁତାବକ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବ । ତେବେ ଏହି ବାତ୍ୟାଟି ଥାଇଲାଣ୍ଡର ଦକ୍ଷିଣ ପଟରେ ଆସି ଦକ୍ଷିଣ ଆଣ୍ଡାମାନର ନିକଟ ବର୍ତ୍ତୀ ହୋଇଛି ବା ଆଣ୍ଡାମାନ ସାଗରରେ ପହଞ୍ଚି ଲଘୁଚାପ ସୃଷ୍ଟି କରିଛି । ଆସନ୍ତା ୨ ତାରିଖରୁ ଏହା ଡିପ୍ରେସନରେ ପରିଣତ ହେବ ।

ଏହା ପରେ ଡିସେମ୍ବର ୩ ତାରିଖରୁ ଏହି ବର୍ଷା ଝଡର ରୂପ ନେବ । ୩ ତାରିଖରୁ ବର୍ଷା ଓ ପବନର ପରିମାଣ ବଢିବ । ଘଣ୍ଟା ପ୍ରତି ପବନର ବେଗ ୬୫ କିଲୋମିଟରରେ ବହିବ ।  ତେବେ ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳ ତଥା ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତ ସିଂହ ପୁର, କେନ୍ଦ୍ରା ପଡା, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ଏହି ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଏହି ବାତ୍ୟାର ସୂଚନା ଅନ୍ୟ ମାନଙ୍କୁ ନିଶ୍ଚୟ ଦିଅନ୍ତୁ ଓ ବାତ୍ୟା ପାଇଁ ସତର୍କ ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *