ଶେଷରେ ହାର ମାନିଲେ ସୁମିତ ! ଆଉ କିଛି ବାଟ ନପାଇ କଲେ ଏମିତି …

ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ଏବେବି ଥମିନି । ଶ୍ୱଶୁର ଘରେ ନିଜର ମାନ୍ୟତା ଦାବି କରି ସୁମିତଙ୍କ ଘରେ ସାମ୍ନାରେ ବସିଥିଲେ ତପସ୍ୱିନୀ । ଏହାପରେ କୋର୍ଟ ଏହି ମାମଲା କୋର୍ଟକୁ ଯାଇଥିଲା । ଏସଡିଜେଏମ କୋର୍ଟ ଏହି ମାମଲାରେ ଶୁଣାଣି କରିବା ସହ ସୁମିତଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପ୍ରତି ମାସରେ ୧୭ ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବାକୁ ମଧ୍ୟ କହିଥିଲେ ।

ତେବେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ତାପସ୍ୱିନୀ ଦାଶଙ୍କୁ ମିଳିଛି ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା । ଡାକ୍ତର ସୁମିତ ସାହୁ ଆଜି ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ ଏସ୍‌ଡିଜେଏମ୍‌ କୋର୍ଟରେ ଟଙ୍କାର ଚେକ୍‌ ଜମା କରିଛନ୍ତି । ପ୍ରଥମେ ଟଙ୍କା ନାହିଁ, କେମିତି ଦେବି ବୋଲି ସୁମିତ ଗଣମାଧ୍ୟମକୁ ଜଣାଇବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ନେଇ ତାପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି ।

ସେପଟେ ଆଜି ବ୍ରହ୍ମପୁର ଫ୍ୟାମିଲ କୋର୍ଟରେ ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ କାଉନସିଲିଂ ହେବାର ଥିଲା । ଠିକଣା ସମୟରେ କୋର୍ଟରେ ପହଞ୍ଚିଥିଲେ ସୁମିତ । ହେଲେ ତପସ୍ୱିନୀ ଆସିନଥିଲେ । ତେବେ ତପସ୍ୱିନୀ କାହିଁକି ଆସିଲେ ନାହିଁ । ତାହା ଏପର୍ଯ୍ୟନ୍ତ ଜଣାପନି ନାହିଁ । ଅନ୍ୟପକ୍ଷରେ ସୁମିତଙ୍କ ଓକିଲ କହିଛନ୍ତି ତପସ୍ୱିନୀ କୋର୍ଟକୁ ସହଯୋଗ କରୁନାହାନ୍ତି ।

ତେବେ ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ତପସ୍ବିନୀ କହିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇଥିଲେ । ହେଲେ ବାହାଘର ହୋଇ ପାରିଲା ନାହିଁ । ଶେଷରେ କିଛି ଉପାୟ ନପାଇ ତପସ୍ୱିନୀ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ।
ତେବେ ପ୍ରତି ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ।

ସୁମିତ ତାଙ୍କ ପାଖରେ ଟଙ୍କା ନଥିବା ଦର୍ଶାଇ ଏବଂ ନୋ ୱାର୍କ ଏବଂ ନୋ ପେ କହି ଏହି ୧୭ ହଜାର ଟଙ୍କା ଦେଇ ନଥିଲେ ଯାହାକୁ ନେଇ ତପସ୍ୱିନୀଙ୍କ ପକ୍ଷରୁ କୋର୍ଟ ନିର୍ଦ୍ଦେଶ ଉଲ୍ଲଘଂନ ନେଇ ଅଭିଯୋଗ ହୋଇଥିଲା । ତେବେ ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଇଛନ୍ତି ସୁମିତ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଦେଇଛନ୍ତି ସୁମିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *