‘ନାହିରେ ତେଲ ଦେଇ ଶୋଇଲେ ହେବନି, Sonali ଯଦି ତୁମେ’ ଦେଖନ୍ତୁ Sonali ଙ୍କୁ ନେଇ କଣ କହିଲେ Rani Panda, ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ Video

ସୋମ୍ୟ ଓ ସୋନାଲି ମାମଲା ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ନିଜର ନିଜର ଭିଡିଓ କରି ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ଓ ସୋନାଲିକୁ ସାମ୍ନାକୁ ଆସିବା ପାଇଁ କହୁଛନ୍ତି । ଏହା ମଧ୍ୟରେ ସୌମ୍ୟଙ୍କ ମା ଓ ଭଉଣୀ ଏବଂ ଅନ୍ୟ ପଟେ ସୋନାଲିଙ୍କ ମା ଓ ବାପା ଗଣମାଧ୍ୟମ ସାମ୍ନାକୁ ଆସି ପରସ୍ପର ଉପରେ ଦୋଷ ଦେଉଛନ୍ତି । କିନ୍ତୁ ଅସଲ ଘଟଣା କଣ ଏହା କେବଳ ସୋମ୍ୟ ଜାଣିଥିଲେ ଓ ସୋନାଲି ଜାଣିଛନ୍ତି ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ସୋନାଲି ସାମ୍ନାକୁ ଆସି କୌଣସି ବି ପ୍ରକାରର ବୟାନ ଦେଇ ନାହାନ୍ତି । କିନ୍ତୁ ସବୁଦିନ ଏହି ମାମଲାରେ କୌଣସି ନା କୌଣସି ଅପଡେଟ ଦେଖିବାକୁ ମିଳୁଛି । ଆପଣ ସମସ୍ତେ ରାନୀ ପଣ୍ଡାଙ୍କୁ ଜାଣିଥିବେ । ଯିଏକି ନିଜର ନାଚ, କଥାବାର୍ତ୍ତା ଓ ସାହାର୍ଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚାରେ ରହିଥାନ୍ତି । କହିବାକୁ ଗଲେ ରାନୀ ପଣ୍ଡା ପ୍ରାୟତଃ ସାମାଜିକ ମାମଲାରେ ନିଜର ବୟାନ ଦେଇଥାନ୍ତି ।

ଯାହାକୁ ଲକ୍ଷ ଲକ୍ଷ ଦର୍ଶକମାନେ ବି ପସନ୍ଦ କରନ୍ତି । ରାନୀ ପଣ୍ଡା ସୋମ୍ୟ ଓ ସୋନାଲିଙ୍କ ମାମଲାରେ ବି ନିଜର ବୟାନ ଦେଇଛନ୍ତି । ରାନୀ ପଣ୍ଡା ନିଜର ଏକ ଭିଡିଓ କରି କହିଲେ ସୋନାଲୀ ଭଉଣୀ ତମକୁ ମୁଁ କଣ କହିବି ମୋ ପାଖରେ ଆଉ କିଛି ଶବ୍ଦ ନାହିଁ । ଯଦି ତୁମେ ଠିକ ତେବେ ମୁଁ ଅନୁରୋଧ କରୁଛି ଗଣମାଧ୍ୟମ ସାମ୍ନାକୁ ଆସି ଅସଲ କଥା କୁହ ।

ସମସ୍ତେ କହିବେ କି ତମର ଭୁଲ ଅଛି ନା ନାହିଁ । ତମେ ନାହିରେ ତେଲ ପକାଇ ଘରେ ଶୁଅ ନାହିଁ । ରାନୀ ପଣ୍ଡା ଆଗକୁ କହିଲେ କି ତମେ କିମ୍ବା ତମର ବନ୍ଧୁବାନ୍ଧବ ମଧ୍ୟରେ ଯଦି କେହି ମୋର ଲାଇଭ ଭିଡିଓ ଦେଖୁଥିବ ମୋର ଗୋଟିଏ ବାଲ ବି ବଙ୍କା କରି ପାରିବ ନାହିଁ କି ବାଲ ଉପାଡି ପାରିବ ନାହିଁ । ଜାଣିଥିବ ମୁଁ କେଉଁଭଳି ଜନ୍ତୁ । ମୁଁ ସବୁବେଳେ ନ୍ୟାୟ କଥା କୁହେ । ସୋନାଲି ଭଉଣୀ ତମର ଯଦି କିଛି ଭୁଲ ନାହିଁ ତେବେ ସବୁର ପ୍ରମାଣ ଦେଖାଅ । ତମେ ଘରେ ଶୋଇଲେ ହବ ନାହିଁ ।

ତମ ପାଇଁ ଜଣଙ୍କର ଜୀବନ ଚାଲି ଯାଇଛି । ସେ ଯଦି ମରିବା ପୂର୍ବରୁ ଲେଖି ନ ଥାନ୍ତା କି ମୋ ମରିବା ପଛରେ ଏହି ଲୋକଟି ଦାୟୀ ତେବେ ଲୋକମାନେ ତମକୁ ଏତେ ନିନ୍ଦା କି ଅପମାନ ଦେଇ ନ ଥାନ୍ତେ । ତୁମେ ଭାବୁଛ କି ତମେ ବହୁତ ବଡ କାମ କରି ଦେଇଛି । ଏହା ସମ୍ପୂର୍ଣ ରୂପରେ ଭୁଲ । ଆମ ଇଣ୍ଡଷ୍ଟ୍ରିରେ ବି ଏମିତ ହୋଇଛି । କିଛି ଝିଅମାନଙ୍କ ପାଇଁ ପୁଅମାନଙ୍କ ଜୀବନ ଚାଲି ଯାଇଛି । ତମକୁ କଣ ଇଜ୍ଜତ ମିଳୁଛି ଓଲଟା ଇଜ୍ଜତ ଯାଉଛି । ଏହିଭଳି ଭାବରେ ରାନୀ ପଣ୍ଡା ସୋନାଲିକୁ ବହୁତ କିଛି କହିଛନ୍ତି । ବର୍ତ୍ତମାନ ସୋନାଲିଙ୍କ ବୟାନକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *