ବିଧାୟକ ହେବ ତ ରୁଦ୍ର ଭାଇ ପରି ! ଦେଖେଇଲେ ଏମିତି ମହାନତା, ଏବେ ହେଉଛି ଖୁବ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ ଯିଏକି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତେବେ ୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ସେ ବିଧାୟକ ଥିବା ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ଖାଲି ପଡ଼ିଥିଲା, ତେଣୁ ୨୦୨୧ରେ ହୋଇଥବା ଉପ-ନିର୍ବାଚନରେ ରୁଦ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୬,୯୭୨ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦,୯୧୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ତାଙ୍କ ଭଳି ନେତା ବର୍ତ୍ତମାନ ବହୁତ କମ ଦେଖିବାକୁ ମିଳୁଛି । ତେବେ ସବୁ ନେତା ମନ୍ତ୍ରୀ ଙ୍କ ଭଳି ଇଲେକ୍ସନ ଜିତିବା ପରେ ଘରେ ନ ବସି କିମ୍ବା ମଜା ମସ୍ତି ନ କରି ବରଂ ସେ ନିଜର କର୍ତ୍ତବ୍ୟ କରୁଛନ୍ତି । ତେବେ ରୁଦ୍ର ବଳଙ୍ଗା ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ପହଁଚି ସେଠାରେ ପିଲା ମାନଙ୍କ ସୁବିଧା ଏବଂ ଅସୁବିଧା ବୁଝିଥିଲେ । ତେବେ ପାଠ ପଢା ସହିତ ସେମାନେ କିପରି ସୁବିଧା ରେ ପାଠ ପଢିବେ ତାହା ମଧ୍ୟ ଦେଖିନେବେ ।


ତେବେ ଏହା ଛଡା ସେ ମଧ୍ୟାହ୍ନ ଭୋଜନ ର ଯାଞ୍ଚ ମଧ୍ୟ କରିଛନ୍ତି ଏବଂ ପିଲା ମାନଙ୍କ ପାଖରେ ତଳେ ବସି ମଧ୍ୟାହ୍ନ ଭୋଜନ କରିଥିଲେ ଏକଦମ ପିଲାଙ୍କ ଭଳି ଏବଂ ଖାଇବା ପରେ ସେ ନିଜେ ହିଁ ଥାଳି ଧୋଇଲେ । ତେବେ ଏହି ପରି ଭାବରେ ସେ ପିଲା ମାନଙ୍କ ସହ ଭେଟିଥିଲେ । ତେବେ ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ଦେଖି ତାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *