ବାସ୍ତୁ ଶାସ୍ତ୍ର – ଏହି ଦିଗକୁ ଗୋଡ଼ କରି କେବେ ବି ଶୁଅନ୍ତୁ ନାହିଁ , ହୋଇପାରେ ବହୁତ ବଡ କ୍ଷତି

ଆମ ଶରୀର ପାଇଁ ଭଲ ଖାଦ୍ୟ ଖାଇବା ବହୁତ ଜରୁରି ହୋଇଥାଏ , ସେହିପରି ଗୋଟେ ଭଲ ନିଦ ମଧ୍ୟ ଆମ ଶରୀର ପାଇଁ ବହୁତ ଜରୁରି ହୋଇଥାଏ । ଲମ୍ବା ସମୟ ପର୍ଯ୍ୟନ୍ତ ନିଦ ନ ଆସିବା ବା ଠିକ ନିଦ ନ ହେବା ମଧ୍ୟ ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ଡକ୍ଟରଙ୍କ ଅନୁସାରେ ଠିକ ନିଦ ନହେବା ଦ୍ଵାରା ସ୍ଵାସ୍ଥ୍ୟ ସମ୍ବନ୍ଧିତ କେତେକ ପ୍ରକାରର ରୋଗ ହୋଇଥାଏ ଓ ସେଇଠି ବାସ୍ତୁଶାସ୍ତ୍ରରେ ମଧ୍ୟ ଠିକ ନିଦ ସ୍ଥିତି ବିଷୟରେ ବିସ୍ତାର ରୁପରେ ବର୍ଣ୍ଣନା କରାଯାଇଛି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ ଦିଗରେ ମୁଣ୍ଡରଖି ନ ଶୋଇେଲେ ମଧ୍ୟ କେତେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା କେଉଁ ଦିଗରେ ମୁଣ୍ଡ ରଖି ଶୋଇଲେ କଣ ହୋଇଥାଏ ।

ପୂର୍ବ ଦିଗରେ ମୁଣ୍ଡ ରଖି ଶୋଇଲେ

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବାର କେତେ ପ୍ରକାରର ସ୍ୱାସ୍ଥ୍ୟ ଲାଭ ହୋଇଥାଏ , ଏହି ଦିଗରେ ଆପଣଙ୍କୁ ଭଲ ନିଦ ଆସେ , ଯାହାଦ୍ଵାରା ଆପଣ ଊର୍ଜାବାନ ଓ ଶକ୍ତିଶାଳୀ ଅନୁଭବ କରିଥାଆନ୍ତି । ଏହା ବ୍ୟତୀତ ଏହି  ସ୍ଥିତି ଛାତ୍ରଙ୍କ ପାଇଁ ବହୁତ ଭଲ ଅଟେ କାହିଁକି ନା ଏହି ଦିଗରେ ମୁଣ୍ଡ ରଖି ଶୋଇଲେ ଆପଣଙ୍କର ଏକାଗ୍ରତା ବଢ଼ିଥାଏ ।

ପଶ୍ଚିମ ଦିଗରେ ମୁଣ୍ଡ ରଖି ଶୋଇଲେ

ଏହା ଗୋଟେ ଅଳ୍ପ ଲାଭଦାୟକ ନିଦର ସ୍ଥିତି ଅଟେ , ଏହି ଦିଗରେ ମୁଣ୍ଡ ରଖି ଶୋଇଲେ ଶୀଘ୍ର ଓ ଶାନ୍ତିର ନିଦ ଆସିଥାଏ । କିନ୍ତୁ ଆପଣ ଏହି ସ୍ଥିତିରେ ସୋଇଲେ ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।

ଉତ୍ତର ଦିଗରେ ମୁଣ୍ଡ ଦେଇ ଶୋଇଲେ

ପୃଥିବୀରେ ଚୁମ୍ବକୀୟ ଶକ୍ତି ରହିଥାଏ । ଏଥିରେ ଦକ୍ଷିଣରୁ ଉତ୍ତର ପଟକୁ ଲଗାତାର ଚୁମ୍ବକୀୟ ଧାରା ପ୍ରଭାବିତ ହୋଇଥାଏ । ଯେତେବେଳେ ଆମେ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡକରି ଶୋଉ ,ତେବେ ଏହି ଉର୍ଜ୍ଜା ଆମ ମୁଣ୍ଡପଟ ଦେଇ ପ୍ରବେଶ କରିଥାଏ ଓ ଗୋଡପଟ ଦେଇ ବାହାରକୁ ଆସିଯାଇଥାଏ । ଏମିତିରେ ସକାଳେ ଉଠିଲେ ଫ୍ରେସ ଓ ଆରାମ ଅନୁଭୂତି ହୋଇଥାଏ ।

ଯଦି ଆମେ ଉତ୍ତର ଦିଗ ଆଡ଼କୁ ମୁଣ୍ଡକରି ଓ ଦକ୍ଷିଣ ଆଡକୁ ଗୋଡ଼ କରି ଶୋଉ ତେବେ ଏହି ଚୁମ୍ବକୀୟ ଧାରା ଗୋଡ଼ ଦେଇ ପ୍ରବେଶ କରିଥାଏ ଓ ମୁଣ୍ଡ ଯାଏ ପହଞ୍ଚି ଥାଏ । ଏହି ଚୁମ୍ବକୀୟ ଉର୍ଜା ଦ୍ଵାରା ମାନସିକ ଚିନ୍ତା ବଢ଼ିଥାଏ ଓ ସକାଳୁ ଉଠିବା ପରେ ମନ ଭାରି ଭାରି ରହିଥାଏ ।

ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ଦେଇ ଶୋଇଲେ

ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଭଲ ବୋଲି ଜଣାଯାଏ । ଏମିତି ସ୍ଥିତିରେ ସ୍ଵାଭାବିକ ରୂପରେ ଗୋଡ଼ ଉତ୍ତର ଦିଗରେ ରହିବ । ଶାସ୍ତ୍ରର ପ୍ରଚଳିତ ମାନ୍ୟତା ଅନୁସାରେ , ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ପ୍ରକାରରେ ଶୋଇବା ଉତ୍ତମ ହୋଇଥାଏ । ଏହି ମାନ୍ୟତା ମଧ୍ୟ ବୈଜ୍ଞାନିକ ତଥ୍ୟରେ ଆଧାରିତ ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଅଧିକ ବାସ୍ତୁ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *