ମୃତ୍ୟୁ ପୂର୍ବରୁ ଜାହ୍ନବୀଙ୍କ ସହିତ ଏମିତି କଟିଥିଲା ଶ୍ରୀଦେବୀଙ୍କ ଶେଷ ମୂହୁର୍ତ୍ତ, ମନେ ପକାଇ ଭାବୁକ ହୋଇ ଯାଇଥିଲେ ଜାହ୍ନବୀ

ବଲିଉଡରେ କିଛି ଅଭିନେତା ଏମିତି ମଧ୍ୟ ଅଛନ୍ତି ଯାହାପଖରେ ଏବେ ତାଙ୍କ ମା ନାହାନ୍ତି । ବଲିଉଡର କିୟୁଟ ଆକ୍ଟ୍ରେଶ ଜାନଭି କପୁର ନିଜ ମା ଶ୍ରୀଦେବୀକୁ ସବୁ ବେଳେ ମନେ ପକାଉଛନ୍ତି । ଆଜି ଶ୍ରୀଦେବୀ ଜାନଭିଙ୍କ ପାଖରେ ନଥିଲେ ମଧ୍ୟ କିନ୍ତୁ ତାଙ୍କ କଥା ସବୁବେବେ ଜାନଭିଙ୍କ ମନରେ ରହିଛି । ତାଙ୍କର ମୂର୍ତୁ ପରେ ଏମିତି କୌଣସି ଦିନ ଗୋଟେ ନାହିଁ କି ଜାନଭି ତାଙ୍କୁ ମନେ ନ ପକାଇଛନ୍ତି । ସେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ନିଜ ମା ସହିତ ତାଙ୍କର ସ୍ମୃତିକୁ ଦର୍ଶକଙ୍କ ସହିତ ସେୟାର କରିଥାନ୍ତି । ଏକ ଇଣ୍ଟର୍ଭିଉରେ ଜାନଭି କହିଥିଲେ କି ତାଙ୍କ ମାଙ୍କର ଶେଷ ଇଛା କଣ ଥିଲା ।

ମୂର୍ତୁ ସମୟରେ ପାଖରେ ନଥିଲେ ଜାନଭି

କହିଦେଉଛୁ କି 24 ଫେବୃଆରୀ 2018 ରେ ବାଥଟବରେ ବୁଡିବା କାରଣରୁ ଶ୍ରୀଦେବୀଙ୍କର ମୂର୍ତ୍ୟୁ ହୋଇଥିଲା । ଏହି ଖବର ସାରା ବଲିଉଡ ଜଗତ ଓ ଫ୍ୟାନ ମାନଙ୍କୁ ପୁରା ଦୋହଲେଇ ଦେଇଥିଲା । ଯେତେବେଳେ ଏହି ଖବରର ସୂଚନା ଜାନଭିକୁ ଲାଗିଥିଲା ସେ ନିଜର ହୋସ ହଜେଇ ବସିଥିଲେ । ଜାନଭି ସେହି ସମୟରେ ନିଜର ପ୍ରଥମ ଫିଲ୍ମ ଧଡ଼କ ର ସୁଟିଂ ପୁରା କରୁଥିଲେ ଓ ତାଙ୍କର ମା ଶ୍ରୀଦେବୀ ଓ ପିତା ବୋନି ଓ ଛୋଟ ଝିଅ ଖୁସୀ ସହିତ ନିଜର ଜଣେ ସମ୍ପର୍କୀୟର ବାହାଘରକୁ ମୁମ୍ବାଇ ଯାଇଥିଲେ ।

ଶ୍ରୀଦେବୀ ରାତିରେ ନିଜ ରୁମର ବାଥରୁମରେ ଥିଲେ ଯେତେବେଳେ ଅଚାନକ ରୂପରେ ତାଙ୍କର ମୂତ୍ୟୁ ହୋଇ ଯାଇଥିଲା । ପ୍ରଥମେ ତାଙ୍କ ମୂତ୍ୟୁ ର କାରଣ କାର୍ଡ଼ିୟାକ ଆରେଷ୍ଟ୍ କୁହା ଯାଉଥିଲା । ପରେ ଜଣା ପଡିଲାକି ବାଥଟବରେ ବୁଡି ତାଙ୍କର ମୂତ୍ୟୁ ହୋଇଥିଲା । ଏହି ଖବର ବିଷୟରେ ଯେତେବଳେ ଜାନଭିକୁ ଜଣା ପଡିଲା ତେବେ ସେ ପୁରାପୁରି ଭାଙ୍ଗି ପଡିଥିଲେ ଓ କାନ୍ଦିବାକୁ ଲାଗି ଥିଲେ । ମୂତ୍ୟୁ ସମୟରେ ସେ ତାଙ୍କ ମା’ଙ୍କ ପାଖରେ ନଥିଲେ । ଏମିତିରେ ସେ ତାଙ୍କ ମାଙ୍କ ସହିତ ଶେଷ ଦେଖା କରିଥିଲେ ବୋଲି ସେ କହିଥିଲେ ।

ଏହାଥିଲା ଜାନଭି ଓ ଶ୍ରୀଦେବୀଙ୍କ ଶେଷ ଦେଖା

କରଣ ଜୋହରଙ୍କ ଏକ ଇଣ୍ଟର୍ଭିଉରେ ଜାନଭି କହିଥିଲେକି ଯେବେ ସେ ଘରେ ଥାନ୍ତି ସେତେବେଳେ ତାଙ୍କ ମାଆ ତାଙ୍କୁ ଶୋଇବା ପାଇଁ କୁହନ୍ତି । ତାସହିତ ଏହା ମଧ୍ୟ କହିଥିଲେ ଯେମିତିକି ଜଣେ ମା ନିଜ ପିଲାକୁ ସ୍ନେହରେ ଖୁଆଇଥାନ୍ତି ସେମିତି ହିଁ ଶ୍ରୀଦେବୀ ମଧ୍ୟ ତାଙ୍କୁ ଖୁଆଇ ଦେଉଥିଲେ । ଜାନଭି ଫିଲ୍ମ ଧଡକର ସୁଟିଂ କରୁଥିଲେ ଓ ଶ୍ରୀଦେବୀକୁ ପରିବାରଙ୍କ ସହିତ ଦୁବାଇ ଯିବାର ଥିଲା ।

ଥପକି ଦେଇ ଚାଲିଗଲେ ମା

ଯିବାର ଗୋଟିଏ ଦିନ ପୂର୍ବରୁ ଶ୍ରୀଦେବୀ ଜାନଭିକୁ ମଧ୍ୟ ସେମିତି ଶୋଇବାକୁ କହିଥିଲେ । ସେଇ ରାତି ବିଷୟରେ କଥା କହିବା ସମୟରେ ଜାନଭି କହିଥିଲେ କି ମା ପ୍ୟାକିଂ କରିବାରେ ବ୍ୟସ୍ତ ଥିଲେ ଓ ମୋତେ କହିଲେ କି ତୁମେ ଶୋଇବାକୁ ଯାଅ ।

ତାପରେ ଯେତେବେଳେ ସେ ତାଙ୍କ ରୁମକୁ ଶୋଇବା ପାଇଁ ଗଲେ ତାପରେ ଶ୍ରୀଦେବୀ ତାଙ୍କ ରୁମରେ ପହଞ୍ଚି ଥିଲେ । ଜାନଭି ଅଧା ନିଦରେ ଥିଲେ ଓ ଶ୍ରୀଦେବୀ ନିଜ ଝିଅ ମୁଣ୍ଡକୁ ଧୀରେ ଧୀରେ ଥାଫୁଡେଇବାକୁ ଲାଗିଥିଲେ । ଯାହାପରେ ସେ ଭଲ ଭାବେ ଶୋଇ ପଡିଥିଲେ । ପରଦିନ ପୁରା ପରିବାର ଦୁବାଇ ପାଇଁ ବାହାରି ଯାଇଥିଲେ ଓ ଜାନଭି ସୁଟିଂ ପାଇଁ ବାହାରି ଯାଇଥିଲେ । ସକାଳୁ ଉଠିଲାପରେ ମଧ୍ୟ ଦୁହିଁଙ୍କର ଦେଖା ହୋଇ ନଥିଲା ।

ସେହି ସମୟରେ ଜାନଭିକୁ ଅନ୍ଦାଜ ବି ନଥିଲାକି ଏହା ତାଙ୍କ ମାଙ୍କ ସହିତ ତାଙ୍କର ଶେଷ ଦେଖା ବୋଲି ।ଏହାପରେ ଶ୍ରୀଦେବୀଙ୍କ ମୁର୍ତ୍ୟର ଖବର ସାମ୍ନାକୁ ଆସିଲାବେଳକୁ ଜାନଭି ନିଜକୁ ସମ୍ଭାଳି ପାରି ନଥିଲେ ଓ ବହୁତ କାନ୍ଦିଥିଲେ । ଆଜି ଜାନଭି ସଫଳତାର ପାହାଚ ଚଢ଼ିବାକୁ ଲାଗିଛନ୍ତି । କିନ୍ତୁ ଶ୍ରିଦେବି ତାଙ୍କ ପାଖରେ ନାହାନ୍ତି । ତଥାପି ସେ ତାଙ୍କ ମା’ଙ୍କ କଥାକୁ ମନରେ ଲଗେଇ ରଖିଛନ୍ତି । କାହିଁକି ନା ସେ ଜାଣିଛନ୍ତି ତାଙ୍କ ମାଆ ଆଜି ମଧ୍ୟ ତାଙ୍କ ସହିତ ଓ ତାଙ୍କ ମନରେ ଅଛନ୍ତି । ବଲିଉଡ ଦୁନିଆର ସବୁ ଟିକିନିକି ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *