ସମସ୍ତେ ଖୋଜୁଥିଲେ କୁକୁରକୁ କିନ୍ତୁ ସିସିଟିଭି ରେ ଯାହା ଦେଖିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଲା, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବେଳେବେଳେ ପଶୁ ପକ୍ଷୀ ମାନଂକୁ ନେଇ ଅନେକ ଅଜବ ଘଟଣା ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ । ତେବେ ଆସନ୍ତୁ ଜାଣିନେବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିବା ପଶୁପକ୍ଷୀ ମାନଙ୍କ ର ଅଜବ ଦୃଶ୍ୟ ବିଷୟ ରେ ଆଲୋଚନା କରି ନେବା । ୧- ପ୍ରଥମ ଭିଡିଓ ରେ ଓଡ଼ିଶାର ଏକ ସ୍ଥାନରେ ଏକ ଜମିରେ ଏକ ହାତୀ ଟି ପଶି ଯାଇଥିଲା ଏବଂ ଖାଦ୍ୟ କୁ ଖୋଜିବାରେ ଲାଗି ପଡିଲା ।

ତେବେ ସେତିକି ସମୟରେ ଜଣେ ଲୋକ ଆସି ହାତୀର ପଛ କୁ ଦୁଇ ଥର ଜୋରରେ ମାରିବାକୁ ଲାଗିଲା ତେବେ ଏତିକି ରେ ହାତୀ ଟି ରାଗିଯାଇ ସେହି ଲୋକକୁ ଗୋଡ଼ାଇବା ରେ ଲାଗିଲା କିନ୍ତୁ ଭାଗ୍ୟ ଭଲ ଯେ ହାତୀ କିଛି ଦୌଡ଼ିବା ପରେ ଶାନ୍ତ ହୋଇ ଯାଇଥିଲା ଏବଂ ନିଜ ରାସ୍ତା ରେ ଚାଲି ଯାଇଥିଲା । ତେବେ ଏହା ଏକ ମୋବାଇଲ ରେ ରେକର୍ଡ ହୋଇ ଯାଇଥିଲା ।

୨- ଦ୍ଵିତୀୟ ଭିଡିଓ ରେ ଜଣଙ୍କ ଘରର ବାହାରେ ପୋଷା କୁକୁର ଟି ଜଗି ରହିଥିଲା ଏବଂ କିଛି ସମୟ ପରେ ସେ ଘରର ଗେଟ ବାହାରୁ ଏକ ବାଘ କୁ ଦେଖି ଘର ଭିତରକୁ ଦୌଡ଼ିବାକୁ ଲାଗିଲା ତେବେ ସେହି ବାଘ ଟି ଘରର ପାଚେରୀ ଡେଇଁ ସେହି କୁକୁର କୁ ଧରି ନେଇଥିଲା ଏବଂ ତାକୁ ନେଇ ସେଠାରୁ ପଳାଇଥିଲା । ତେବେ ସେହି କୁକୁର ଟି ବଂଚିଛି କି ମରିଛି ତାହାର କୌଣସି ଖବର ଜଣାନାହିଁ ।

୩- ତୃତୀୟ ଭିଡିଓ ରେ ଗୋଟିଏ ବୁର୍ଖା ପିନ୍ଧିଥିବା ମହିଳା ଗୋଟିଏ ସିଂହ କୁ ନିଜ କୋଳରେ ଉଠାଇ ନେଇ ଯାଉଥିଲା ଏବଂ ସିଂହ ଟି ମଧ୍ୟ ଛୋଟ ପିଲାଙ୍କ ପରି କାନ୍ଦୁଥିଲା ତେବେ ସେହି ସିଂହ ଟି ସେହି ମହିଳାଙ୍କ ର ପୋଷା ଏବଂ ସେ ଘରୁ ଖସି ବାହାରକୁ ବୁଲୁଥିଲା ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁତ ଜୋରରେ ଭାଇରାଲ ହେବାକୁ ମଧ୍ୟ ଲାଗିଲା ।


୪- ଚତୁର୍ଥ ଭିଡିଓ ରେ ଥାଇଲାଣ୍ଡ ର ଏକ ରାସ୍ତା ରେ ଏକ ନଳାରେ ଲାଗିଥିବା ମ୍ୟାନ ହୋଲ ରେ ଗୋଟିଏ ବିଶାଳ କାୟ ଅଜଗର ଫଶି ଯାଇଛି । ତେବେ ସେ କିଛି ଖାଇଥିବାରୁ ତା ମୁହଁ ଛୋଟ ଏବଂ ପେଟ ବଡ଼ ହୋଇ ଯାଇଥିଲା ଯାହା ଯୋଗୁଁ ସେ ସେହି ଥିରେ ଫସି ଯାଇଥିଲା ତେବେ ଏହାକୁ ଜଣେ ମହିଳା ଦେଖି ସାପ ଉଦ୍ଧାର କାରୀ ଙ୍କୁ ଡାକି ସେହି ଅଜଗର କୁ ଉଦ୍ଧାର କରି ନେଇଥିଲେ ।

୫- ପଞ୍ଚମ ରେ ଗୋଟିଏ ଜଂଗଲ ରେ ଦୁଇଟି ବାଘ ଛୁଆ ଏକ କଇଁଛ କୁ ଦେଖି ତା ପାଖକୁ ଆସିଥିଲେ ଏବଂ କିଛି ସମୟ ତାକୁ ଦେଖୁଥିଲେ ଏବଂ ଶୁଙ୍ଘି ଥିଲେ ଏବଂ ହଠାତ ଡରି ଯାଇ ଦୌଡ଼ି ପଳାଉଥିଲେ । ତେବେ ଏଭଳି କିଛି ସମୟ କରିବା ପରେ ଦୁହେଁ ସେଠାରୁ ପଳାଇଥିଲେ ।

Leave a Reply

Your email address will not be published. Required fields are marked *