ଯେତେବେଳେ ପିତାଙ୍କ ହାତ ମୁଣ୍ଡ ଉପରୁ ଉଠିଗଲା ତ ଭାଇ ହେଇ ପହଞ୍ଚିଗଲା କିନ୍ନର, ଦରକାର ବେଳେ ମାମୁଁ ବି ବନିଗଲେ, କିନ୍ନରଙ୍କ ଏମିତି କାମ ଶୁଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଖବର ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ସମାଜରେ କିନ୍ନର ମାନଙ୍କୁ ଘର ବାହାରେ ରଖିବାର ପରମ୍ପରା ଅଛି । ଛୁଆଙ୍କ ଜନ୍ମ ହେଉ ବା କାହାର ବିବାହ ସମସ୍ତ ଖୁସି ସମୟରେ କିନ୍ନର ମାନେ ଆସି ଆଶୀର୍ବାଦ ଦେଇଥାନ୍ତି ।

ହେଲେ ବେଳେବେଳେ ଏମିତି ସମୟରେ ବି ଏମାନେ ଘରକୁ ଆସନ୍ତି ଯେତେବେଳେ ମଣିଷତ୍ଵ ଏମାନଙ୍କୁ ଡାକଟି ଥାଏ । ଅନ୍ୟର ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଅନେକ କିନ୍ନର ସବୁବେଳେ ଛିଡା ହୋଇଥାନ୍ତି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ମୁନେରାରେ ଘଟିଛି । ମୁରେନାର ଅବାହରେ କିନ୍ନର ମାନେ ସମାଜ ପାଇଁ ଉଦାହରଣ ପାଲଟି ଛନ୍ତି । ଏହି କିନ୍ନର ମାନେ ଏକ ବେସାହାରା ବୁଢୀ ମା ଝିଅର ବିବାହରେ ଆସିଥିଲେ ଓ ଆଶୀର୍ବାଦ ଦେଇଥିଲେ ।

ବିବାହ ପରେ ଯେତେବେଳେ ସେହି ଝିଅର ଛୁଆ ହେଲା ସେତେବେଳେ କିନ୍ନର ମାନେ ମାମୁ ମାଇଁ ହୋଇ ଆଶୀର୍ବାଦ ଦେବାକୁ ଆସିଥିଲେ ଓ ଭଣଜାକୁ ଅନେକ ମହଙ୍ଗା ଉପହାର ଦେଇଥିଲେ । ଅବାହର ପ୍ରତାପ କଲୋନୀରେ ରହୁଥିବା ଡୋଙ୍ଗର ସିଂହ ଜାଟବଙ୍କ ମୃତ୍ୟୁ ଗତ ଦୁଇ ବର୍ଷ ପୂର୍ବେ ହୋଇଯାଇଥିଲା । ଡୋଙ୍ଗର ମାରିବା ପରେ ସ୍ତ୍ରୀ ଚରଣଦେବୀ, ଝିଅ ପୁନମ ଓ ଦିବ୍ୟାଙ୍ଗ ପୁଅ ଉପରେ ସଙ୍କଟ ମାଡି ଆସିଥିଲା ।

ଚରଣଦେବୀ ନିଜ ସମ୍ପର୍କୀୟଙ୍କ ସହାୟତାରେ ଝିଅର ବିବାହ ଠିକ କରିଥିଲେ । ପୁଅ ଦିବ୍ୟାଙ୍ଗ ହେବାରୁ ବିବାହରେ ଭାଇର ରସମ ହୋଇପାରି ନଥିଲା ଯାହାଫଳରେ ପୁଣି ସମସ୍ୟା ସୃଷ୍ଟି ହୋଇଥିଲା । ବିବାହ ଖବର ମିଳିବା ପରେ ରାବିୟା କିନ୍ନର ନିଜ ଟିମ ସହ ଚରଣଦେବୀଙ୍କ ଘରେ ପହଞ୍ଚି ଥିଲେ । ଯେତେବେଳେ ରାବିୟା ସବୁ କଥା ବିଷୟରେ ଜାଣିଲେ ସେତେବେଳେ ସେ ଏକ ଭାଇର କର୍ତ୍ତବ୍ୟ ପୂରଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଭାଇର ରସମ ପୂରଣ କରିବା ସହ ସେ ପୁନମଙ୍କୁ ହଜାର ଟଙ୍କା ଭେଟି ଦେଇଥିଲେ । ଏହା ପରେ ପୁନମ ନିଜ ଶଶୁର ଘରେ ବହୁତ ଖୁସିରେ ରହୁଥିଲେ । ପୁନମଙ୍କ ଛୁଆ ହେବା ପରେ ମଧ୍ୟ ରାବିୟା କିନ୍ନର ନିଜ ଟିମକୁ ନେଇ ଭଣଜାକୁ ଆଶୀର୍ବାଦ ଦେବା ପାଇଁ ଯାଇଥିଲେ ଓ ଭଣଜାକୁ ଅନେକ ମହଙ୍ଗା ଉପହାର ଦେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *