ଆଜି ବି ବର୍ଡର ଜଗୁଛି ଏହି ସହିଦ ଙ୍କ ଆତ୍ମା ! ପୁରା କାହାଣୀ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଭାରତୀୟ ସେନା ଙ୍କୁ ନିଶ୍ଚିତ ଜାଣିଥିବେ ସେମାନେ ନିଜର ଜୀଵନ କୁ ଖାତିର ନ କରି ସେମାନେ ଦେଶ ର ସୁରକ୍ଷା କରିଥାନ୍ତି । ତେବେ ଆପଣ ମାନେ ଅନେକ ବୀର ସହିଦ ଙ୍କ ବିଷୟରେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଏକ ଏଭଳି ବୀର ଙ୍କ ବିଷୟ ରେ କହିବୁ ଯାହା ଶୁଣିବା ପରେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ଭାରତୀୟ ପୋଲିସ ଓ ସେନା ପାଇଁ ଅନ୍ଧ ବିଶ୍ୱାସର କୌଣସି ସ୍ଥାନ ନାହିଁ । ଏହି ଘଟଣାଟି ଭାରତୀୟ ସେନାର ବିଶ୍ୱାସ ଓ ବାସ୍ତବିକ ହୋଇ ମଧ୍ୟ ଅବିଶ୍ୱାସନୀୟ ଅଟେ । ଏମିତି ଜଣେ ସୈନିକ ଅଛନ୍ତି ଯିଏ ମରଣପ୍ରାନ୍ତ ମଧ୍ୟ ଭାରତୀୟ ସେନାର ଗର୍ବ ଅଟନ୍ତି । ବାବା ହରଭଜନ ସିଂ ସହିଦ ହେଲାପରେ ମଧ୍ୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି । ୧୯୪୬ ମସିହା ଅଗଷ୍ଟ ୩୦ ତାରିଖ ରେ ଅଭିଭକ୍ତ ପଞ୍ଜାବ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ ।

୧୯୬୬ ମସିହା ଫେବୁଆରି ୯ ତାରିଖ ଦିନ ଭାରତୀୟ ସେନାରେ ପଞ୍ଜାବ ରେଜିମେଣ୍ଟରୁ ସିପାହୀ ଭାବରେ ନିଯୁକ୍ତି ପାଇଥିଲେ । ତାପରେ ସେ ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଧ୍ୟରେ ଅଂଶଗ୍ରହଣ କରିଥିଲେ । ତାପରେ ତାଙ୍କୁ ପଞ୍ଜାବ ରେଜିମେଣ୍ଟ ତରଫରୁ ୧୯୬୮ ମସିହାରେ ସିକିମରେ ନିଓଜିତ କରାଗଲା । ତେବେ ସୈନ୍ୟ ମାନଙ୍କ କ୍ୟାମ୍ପକୁ ଜିନିଷ ପତ୍ର ଲାଦା ହୋଇ ଯିବାପାଇଁ ପାହାଡିଆ ଅଂଚଳରେ ଖଚର ମାନଙ୍କର ବ୍ୟବହାର କରାଯାଏ ।

୧୯୬୮ ମସିହା ଅକ୍ଟୋବର ୪ ତାରିଖ ଦିନ ବାବା ହରଭଜନ ସିଂଙ୍କ ତତ୍ୱାବଧାନରେ ଏହି କାମ କରାଯାଉଥିଲା । ସିଏ ଯେଉଁ ଖଚର ପିଠି ଉପରେ ବସିଥିଲେ ତାର ଗୋଡ ଖସି ଯିବାରୁ ଘାଟିରେ ତଳକୁ ଖସି ପାଣିରେ ଭାସିଗଲେ । ତିନିଦିନ ପର୍ଯ୍ୟନ୍ତ ସାଥି ସୈନିକ ମାନେ ଖୋଜାଖୋଜି କଲେ ମଧ୍ୟ ପାଇଲେ ନାହିଁ । ଥରେ ତାଙ୍କର ଜଣେ ବନ୍ଧୁ ପ୍ରିତମ ସିଂ ସ୍ୱପ୍ନରେ ଆସି କହିଲେ ଯେ ମୁଁ ଏଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ପଡିଛି ।

ତାଙ୍କର ସାଥି ମାନେ ମଧ୍ୟ ନିର୍ଦ୍ଧିଷ୍ଟ ସ୍ଥାନରେ ତାଙ୍କର ମୃତ ଶରୀରକୁ ପାଇଥିଲେ । ତାଙ୍କର ଇଛା ଅନୁସାରେ ତାଙ୍କୁ ନାଥୁଲାରେ ସମାଧି ଦିଆଯାଇଥିଲା । ପରେ ସେଠାରେ ତାଙ୍କର ସ୍ମୃତିରେ ଗୋଟିଏ ମନ୍ଦିର ତିଆରି କରାଯାଇଛି । ଆଜି ମଧ୍ୟ ଭାରତୀୟ ସୀମାରେ ଉପସ୍ଥିତ ରହି ସୀମାକୁ ଜଗି ରହିଛନ୍ତି । ଯଦି ଚୀନ ସେନାଙ୍କ ପକ୍ଷରୁ ନାଥୁଳରେ କିଛି ଅସୁବିଧା ହେବାକୁ ଥାଏ ତାହା ସ୍ବପ୍ନ ମାଧ୍ୟମରେ ସେନାଙ୍କୁ ଜାଗ୍ରତ କରି ଦିଅନ୍ତି ।

ଏହା ନୁହେଁ କି ଚୀନର ସୈନିକ ମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ,ସେମାନେ ଭଲଭାବରେ ଜାଣିଛନ୍ତି ଯେ ବାବା ହରଭଜନ ସିଂ ଆଜି ମଧ୍ୟ ଆମ ଦେଶର ସୀମାକୁ ଜଗି ରହିଛନ୍ତି । ପିଏଲଏ ଓ ଭାରତୀୟ ସେନା ମଧ୍ୟରେ ଯେତେବେଳେ ଫ୍ଲାଗ ମିଟିଙ୍ଗ ରଖାଯାଏ ସେତେବେଳେ ବାବା ହରଭଜନ ସିଂଙ୍କ ପାଇଁ ଏକ ଚୌକି ଖାଲି ରଖାଯାଏ । ତେବେ ଆମ ଭାରତୀୟ ସେନାର ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ ବାବା ସର୍ବଦା ଚୀନ ସୈନିକ ଉପରେ ନଜର ରଖିଥାନ୍ତି ।

ଯଦି କୌଣସି ସୈନ୍ୟ କାର୍ଯ୍ୟରତ ସମୟରେ ଢ଼ୋଳେଇ ପଡିଥାଏ ବାବା ତା ଗାଲକୁ ଚାପୁଡ଼ା ମାରି ଉଠାଇ ଦିଅନ୍ତି । ସହିଦ ହେଲାପରେ ମଧ୍ୟ ଆଜି ଭାରତୀୟ ସେନାର ଏକ ଜାଗ୍ରତ ପ୍ରହରୀ ଭଳି ଜଗି ରହିଛନ୍ତି । ତାଙ୍କୁ ଭାରତୀୟ ସେନାରେ ପଦୋନ୍ନତି ଦିଆଯାଇ ବେତନ ଦିଆଯାଉଛି । କାରଣ ସେ ଭାରତୀୟ ସେନାର ଏକ କାର୍ଯ୍ୟରତ ସିପାହୀ । ସେନାର ନିୟମ ଅନୁସାରେ ବର୍ଷକୁ ଦୁଇ ମାସର ଛୁଟି ସମସ୍ତଙ୍କୁ ଦିଆ ଯାଇଥାଏ ।

ଏହି ନିୟମ ବାବା ହରଭଜନ ସିଂଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି । ଅକ୍ଟୋବର ଓ ନଭେମ୍ବର ଦୁଇମାସ ତାଙ୍କୁ ଛୁଟି ଦିଆଯାଇ ଗାଁ କୁ ପଠାଯାଏ । ସେଥିପାଇଁ ଟ୍ରେନ୍ ରେ ସିଟ ରିଜର୍ଭ କରାଯାଏ ,ତିନିଜଣ ସୈନିକଙ୍କ ସହିତ ତାଙ୍କର ସମସ୍ତ ଜିନିଷ ପତ୍ରକୁ ଦେଇ ଗାଁ କୁ ପଠାଯାଏ । ପୁଣି ଦୁଇମାସ ପରେ ସିକିମ ଅଣାଯାଏ । ଯେଉଁ ଦୁଇମାସ ବାବା ଛୁଟିରେ ରୁହନ୍ତି ସେହି ଦୁଇ ମାସ ସୀମାରେ ହାଇ ଆର୍ଲଟ ଜାରି କରାଯାଏ । ସୈନ୍ୟ ମାନେ ଭଲରେ ଜାଣିଥାନ୍ତି ଯେ ଏହି ସମୟରେ ବାବା ତାଙ୍କର କୌଣସି ସାହାଯ୍ୟ କରିପାରିବେ ନାହିଁ ।

ଭାରତୀୟ ସୈନିକ ମାନଙ୍କର ଆସ୍ଥା ହରଭଜନ ସିଂଙ୍କ ସହିତ ଯୋଡି ହୋଇଯାଇଛି । ସୈନ୍ୟ ମାନେ ପ୍ରତେକ ଦିନ କର୍ମକ୍ଷେତ୍ରକୁ ଯିବା ଆଗରୁ ବାବା ହରଭଜନ ସିଂଙ୍କ ମନ୍ଦିରରେ ଆଶୀର୍ବାଦ ନେଇ ଯାନ୍ତି । ବାବା ହରଭଜନ ସିଂ ଜେଲେପ ଠାରୁ ନେଇ ନାଥୁଲା ପର୍ଯ୍ୟନ୍ତ ସୀମାକୁ ରକ୍ଷା କରନ୍ତି । ତେବେ ଏହି ବିଷୟ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ତେବେ ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିଲେ ଆମ ବୀର ଯବାନଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ ଓ ସେୟାର କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *