11ଟି ଛକାମାରି କରିଥିଲେ ସବୁଠୁ ଫାଷ୍ଟ ଡବଲ ସେଞ୍ଚୁରୀ, ହେଲେ ଏବେ ପଇସା ପାଇଁ ବାଜି ଲଗାଉଛନ୍ତି ନିଜ ଜୀବନ

କ୍ରିକେଟ ପଡିଆରେ ପ୍ରାୟତଃ ରେକର୍ଡ ହୋଇଥାଏ ଓ ତାହା ଭାଙ୍ଗି ବି ଥାଏ । କିନ୍ତୁ ଏହି ସବୁ ରେକର୍ଡ ମଧ୍ୟରେ ଗୋଟିଏ ରେକର୍ଡ ଏମିତି ବି ଅଛି ଯାହା ଆଜି ଠାରୁ ୧୮ ବର୍ଷ ପୂର୍ବେ ହୋଇଥିଲା ଓ ଆଜି ପର୍ଯ୍ୟନ୍ତ ଏହି ରେକର୍ଡକୁ କେହି ଭାଙ୍ଗି ପାରି ନାହାନ୍ତି । ୧୬ ମାର୍ଚ୍ଚ ୨୦୦୨ରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ନାଥନ ଏସ୍ଟଲ (Nathan Astle) କ୍ରାଇସ୍ଟଚର୍ଚ ଟେସ୍ଟରେ ବହୁତ ଦୁଇଟି ଶତକ ମାରିଥିଲେ ।

ଡାହାଣ ହାତର ଏହି ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବିରୁଦ୍ଧରେ ମାତ୍ର ୧୫୩ଟି ବଲରେ ୨୦୦ ମାରି ଇତିହାସ କରିଥିଲେ ଓ ଏହି ପାରିରେ ନାଥନ ଏସ୍ଟଲ ଇଂଲଣ୍ଡ ବିରୁଦ୍ଧରେ ୧୬୮ବଲରେ ୨୨୨ ରନ କରିଥିଲେ । ଆଜି ପର୍ଯ୍ୟନ୍ତ ନାଥନ ଏସ୍ଟଲଙ୍କ ଏହି ରେକର୍ଡକୁ କେହି ବି ଭାଙ୍ଗି ପାରି ନାହାନ୍ତି । ସେହୱାଗ, ବିରାଟ, ରୋହିତ ଶର୍ମା ଭଳି ବ୍ୟାଟ୍ସମ୍ୟାନ ବି ଏହି କୀର୍ତିମାନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି ।

Image Courtesy: Google

ନାଥନ ଏସ୍ଟଲଙ୍କ ୨୨୨ ରନ ଦ୍ଵାରା ନ୍ୟୁଜିଲ୍ୟାଣ୍ଡର ଟିମ ଇଂଲଣ୍ଡକୁ ୫୫୦ ରନ ଟାର୍ଗେଟ ଦେଇଥିଲେ । ମ୍ୟାଟ ହୋମ, ଲୂ ବିନ୍ସେଂଟ ଓ ସ୍ଟୀଫନ ଫ୍ଲେମିଂଗ ଆଉଟ ହେବା ପରେ ନାଥନ ଏସ୍ଟଲ ପଡିଆ ଉପରକୁ ଓଲ୍ହାଇ ଥିଲେ । ସେ ନିଜର ବ୍ୟାଟିଙ୍ଗ ଦ୍ଵାରା ଇଂଲଣ୍ଡର ହୋସ ଉଡାଇ ଦେଇଥିଲେ ।

Image Courtesy: Youtube

ଏହି ପାରିରେ ନାଥନ ଏସ୍ଟଲ ମାତ୍ର ୫୪ଟି ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ, ଏହା ପରେ ସେ ୧୧୪ଟି ବଲରେ ୧୦୦ ରନ, ୧୩୬ଟି ବଲରେ ୧୫୦ ଓ ପୁଣି ୧୫୩ଟି ବଲରେ ୨୦୦ ମାରିଥିଲେ । ନାଥନ ଏସ୍ଟଲ ଏହି ପାରିରେ ୧୧ଟି ଛକା ଓ ୨୮ ଟି ଚଉକା ଲଗାଇ ଥିଲେ । ନାଥନ ଏସ୍ଟଲଙ୍କ ଭଲ ପାରି ସତ୍ତ୍ୱେ ବି ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚକୁ ୯୮ ରନରେ ହାରି ଯାଇଥିଲା । କିନ୍ତୁ ତାଙ୍କର ଏହି ପାରି ଇତିହାସ ରଚି ଦେଲା ।

ୱାଲ୍ଡ କପ ପୂର୍ବରୁ ହିଁ ନେଇଗଲେ ସନ୍ୟାସ

Image Courtesy: Google

୧୯୯୫ରେ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିବା ନାଥନ ଏସ୍ଟଲ ୨୦୦୭ରେ ହିଁ ସନ୍ୟାସ ନେଇଗଲେ । ସବୁଠୁ ବଡ କଥା ଏହା ଅଟେ କି ସେ ୨୦୦୭ ୱାର୍ଲ୍ଡ କପର ମାତ୍ର ୬ ସପ୍ତାହ ପୂର୍ବରୁ ହିଁ କ୍ରିକେଟକୁ ଅଲବିଦା କହିଦେଲେ । ନାଥନ ଏସ୍ଟଲ ଏହାର କାରଣ କ୍ରିକେଟରେ ନିଜର ରୁଚି କମ ବୋଲି କହିଲେ । ଯାହା ସମସ୍ତ ଫ୍ୟାନଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ନାଥନ ଏସ୍ଟଲ ନିଜ କ୍ୟାରିୟରରେ ୮୧ଟି ଟେସ୍ଟ ଖେଳିଛନ୍ତି ଓ ୧୧ ଟି ଶତକ ସାହାର୍ଯ୍ୟରେ ୪୭୦୨ ରନ କରିଛନ୍ତି । ୨୨୩ ଟି ୱାଣ୍ଡେ ମ୍ୟାଚରେ ନାଥନ ଏସ୍ଟଲ ୭୦୯୦ ରନ କରିଛନ୍ତି ଓ ୧୬ଟି ଶତକ ବି ମାରିଛନ୍ତି ।

କାର ରେସର ଅଟନ୍ତି ନାଥନ ଏସ୍ଟଲ

ନାଥନ ଏସ୍ଟଲ କ୍ରିକେଟ ଛାଡି ଦେଲେ ଓ ବର୍ତ୍ତମାନ ସେ କାର ରେସର ହୋଇ ଯାଇଛନ୍ତି । ନାଥନ ଏସ୍ଟଲ ବର୍ତ୍ତମାନ ମଡିଫାଏଡ କାର ରେସିଙ୍ଗ କରୁଛନ୍ତି । ଏହା ହିଁ ନାଥନ ଏସ୍ଟଲଙ୍କ ଆୟର ସ୍ରୋତ ଅଟେ । କହିଦେଉଛୁ କି ଏହି ଖେଳ ବହୁତ ଭୟଙ୍କର ଖେଳ ଅଟେ । କେତେଥର ତ ରେସ ସମୟରେ କାର ଓଲଟିଯାଏ ଯେଉଁଥିରେ ଡ୍ରାଇଭରର ଜୀବନ ବି ଯାଇପାରେ କିନ୍ତୁ ୪୮ ବର୍ଷ ବୟସରେ ବି ନାଥନ ଏସ୍ଟଲ କାର ରେସିଙ୍ଗ କରୁଛନ୍ତି । ଆଗକୁ ଖେଳ ବିଷୟରେ ନୂଆ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *