ମାତା ଲକ୍ଷ୍ମୀଙ୍କୁ ପ୍ରିୟ ହୋଇଥାଏ ଘରେ ଏହିଭଳି ରଖାଯାଇଥିବା ଝାଡୁ- ଗାଡି, ବଙ୍ଗଳା ଓ ଟଙ୍କା ସବୁକିଛି ମିଳିଥାଏ ଭାଗ୍ୟରେ

କହିବାକୁ ଗଲେ ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଓ ବର୍ତ୍ତମାନ ସମୟରେ ସମସ୍ତେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି କରିବାକୁ ଚାହୁଁଛନ୍ତି । ତେବେ ମାତା ଲକ୍ଷ୍ମୀଙ୍କର ଏମିତି କିଛି ନିୟମ ଅଛି ଯାହାକୁ ଆପଣ ପାଳନ କରିବା ଉଚିତ ଅନ୍ୟଥା ଆପଣଙ୍କ ଜୀବନରେ ବର୍ବାଦି ଦେଖିବାକୁ ମିଳିବ । କହିବାକୁ ଗଲେ ଆମ ଦ୍ଵାରା କରାଯାଉଥିବା କିଛି ଛୋଟ ଛୋଟ ଭୁଲ ପାଇଁ ମାତା ଲକ୍ଷ୍ମୀ ଆମ ଘରେ ପ୍ରବେଶ କରନ୍ତି ନାହିଁ ।

ଏହା ଦ୍ଵାରା ଆମେ ବହୁତ ଚିନ୍ତିତ ବି ହୋଇଯାଉ । କିନ୍ତୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ସର୍ବଦା ନିଜ ଘରକୁ ପରିଷ୍କାର ରଖନ୍ତୁ । ଘରକୁ ପରିଷ୍କାର ରଖିବା ପାଇଁ ସବୁଠୁ ମୁଖ୍ୟ ଜିନିଷ ଅଟେ ଘରର ଝାଡୁ । ଯାହାକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବି କୁହାଯାଏ । କିନ୍ତୁ ବେଳେ ବେଳେ ଝାଡୁକୁ ନେଇ ଆମେ ଏମିତି କିଛି ଭୁଲ କରିଦେଉ ଯେଉଁ କାରଣରୁ ଆମ ଘରେ ଦରିଦ୍ରତା ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଝାଡୁ ସହ କରୁଥିବା କିଛି ଭୁଲ ବିଷୟରେ କହିବାକୁ ଯାଉଛୁ ।

ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ଭୁଲରେ ବି ନିଜ ଘରର ଝାଡୁକୁ ଘର ବାହାରେ ରଖିବା ଉଚିତ ନୁହେଁ । ଘରର ଝାଡୁକୁ ସବୁବେଳେ ଘର ଭିତରେ ରଖନ୍ତୁ । ଏହା ସହିତ ଝାଡୁକୁ କେବେ ବି କୌଣସି ବ୍ୟକ୍ତିଙ୍କ ନଜରରେ ରଖିବା ଉଚିତ ନୁହେଁ । ଝାଡୁର କାର୍ଯ୍ୟ ସମାପ୍ତ ହେବା ପରେ ଏହାକୁ ଲୁଚାଇ ରଖି ଦିଅନ୍ତୁ ।

ଘରର ଝାଡୁକୁ କେବେ ବି ଛିଡା କରି ରଖିବା ଉଚିତ ନୁହେଁ । ଏହା ଏଥିପାଇଁ କାରଣ ଯେତେବେଳେ ଝାଡୁ ଛିଡା ହୋଇଥାଏ ତେବେ ଆମ ଘରର ସଦସ୍ୟମାନେ ଅସୁସ୍ଥ ରହିଥାନ୍ତି ଓ ଧନହାନୀ ହେବାକୁ ଲାଗିଥାଏ । ସେଥିପାଇଁ ଭୁଲରେ ବି ଘରର ଝାଡୁକୁ ଛିଡା କରି ରଖନ୍ତୁ ନାହିଁ ।

ଏହା ସହିତ ଯେଉଁ ଝାଡୁ ପୁରୁଣା ହୋଇ ଯାଇଛି ଓ ଭାଙ୍ଗି ଯାଇଛି, ସେହି ଝାଡୁକୁ ବ୍ୟବହାର କରିବା ଉଚିତ ନୁହେଁ । ଏମିତି କୁହଯାଏ କି ଏହିଭଳି ଝାଡୁ ଧନହାନିର କାରଣ ହୋଇଥାଏ ଓ ଏହି ଝାଡୁକୁ ବ୍ୟବହାର କରିବା ବି ଅଶୁଭ ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କ ଝାଡୁ ଭାଙ୍ଗି ଯାଇଛି କିମ୍ବା ପୁରୁଣା ହୋଇ ଯାଇଛି ତେବେ ତାକୁ ବଦଳାଇ ଦିଅନ୍ତୁ ।

ରାତି ସମୟରେ ଭୁଲରେ ବି ଝାଡୁ ମାରିବେ ନାହିଁ । କୁହାଯାଏ କି ସୂର୍ଯ୍ୟାସ୍ତ ପରେ ଘରକୁ ଝାଡୁ ଦ୍ଵାରା ପରିଷ୍କାର କରିବା ଦ୍ଵାରା ଝାଡୁର ଅପମାନ ହୋଇଥାଏ । ରାତି ସମୟରେ ଝାଡୁ ଲଗାଇବା ମାନେ ନକରାତ୍ମକ ଶକ୍ତିକୁ ଆପଣ ଆମନ୍ତ୍ରଣ କରୁଛନ୍ତି । ସେଥିପାଇଁ ଭୁଲରେ ବି ରାତ୍ରି ସମୟରେ ଝାଡୁ ମାରିବା ଉଚିତ ନୁହେଁ । ଏହା ସହିତ ଝାଡୁକୁ କେବେ ବି ଗୋଡ ଲଗାଇବା ଉଚିତ ନୁହେଁ କାରଣ ଏହିଭଳି କରିବା ମାତା ଲକ୍ଷ୍ମୀଙ୍କ ଅପମାନ ସଙ୍ଗେ ସମାନ ହୋଇଥାଏ । ଏହା ସହିତ ଝାଡୁ ଦ୍ଵାରା କାହାକୁ ବି ମାରିବା ଉଚିତ ନୁହେଁ । ସେଥିପାଇଁ ଏହିସବୁ ଭୁଲକୁ କେବେ ବି କରନ୍ତୁ ନାହିଁ । ଜ୍ୟୋତିଶ ସ୍ମବଢିୟା ନୂଆ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ । ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ସେଆର କରିବେ ।

Leave a Reply

Your email address will not be published. Required fields are marked *