ଟି୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଶୀଘ୍ର ୫୦ ୱିକେଟ ପୁରା କରିବା ବାଲା ଟପ ୫ ଜଣ ବୋଲର, ଭାରତର ଏହି ବୋଲର ଅଛନ୍ତି ଏଥିରେ ସାମିଲ

ଟି ୨୦ କ୍ରିକେଟକୁ ପ୍ରାୟତଃ ବ୍ୟାଟ୍ସମ୍ୟାନଙ୍କ ଖେଳ ବୋଲି କୁହାଯାଏ । କାରଣ ପଡିଆରେ ବୋଲରମାନଙ୍କର  ଯମେଇ କି ଧୁଲାଇ ହୋଇଥାଏ । କିନ୍ତୁ କିଛି ବୋଲର ଏମିତି ବି ଅଛନ୍ତି ଯେଉଁମାନେ ଟି ୨୦ କ୍ରିକେଟରେ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଟି ୨୦ କ୍ରିକେଟରେ ବହୁତ ଫାଷ୍ଟ ୫୦ଟି ୱିକେଟ ନେଇଥିବା ଖେଳାଳିମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଟପ ୫ ଜଣ ଖେଳାଳିଙ୍କ ବିଷୟରେ

ଅଜନ୍ତା ମେଣ୍ଡିସ

ଟି ୨୦ କ୍ରିକେଟ ଇତିହାସରେ ସବୁଠୁ ଫାଷ୍ଟ ୫୦ଟି ୱିକେଟ ପୁରା କରିବାର କାରନାମା ସର୍ବ ପ୍ରଥମେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ କରିଥିଲେ । ଅଜନ୍ତା ମେଣ୍ଡିସଙ୍କ ନାମରେ ଆଜି ବି ଏହି ରେକର୍ଡ ଅଛି । ଅଜନ୍ତା ମେଣ୍ଡିସ ୨୬ଟି ମ୍ୟାଚରେ ନିଜର ଟି ୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୫୦ ଟି ୱିକେଟ ନେଇଥିଲେ ।

ଇମରାନ ତାହିର

ଇମରାନ ତାହିର ଏହି ଲିସ୍ଟରେ ଦ୍ଵିତୀୟ ନମ୍ବରରେ ଅଛନ୍ତି । ଦକ୍ଷିଣ ଆଫ୍ରିକାର ଇମରାନ ତାହିର ଟି ୨୦ କ୍ରିକେଟରେ ଏକ ଭଲ ସ୍ପିନର ଅଟନ୍ତି । ଇମରାନ ତାହିର ୩୧ଟି ମ୍ୟାଚରେ ୫୦ଟି ୱିକେଟ ପୁରା କରିଥିଲେ ।

ରାଶିଦ ଖାନ

ନିଜର ଭଲ ବୋଲିଙ୍ଗ କାରଣରୁ ଆଫଗାନିସ୍ତାନର ଫେମସ ବୋଲର ରାଶିଦ ଖାନ ଏହି ଲିସ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି । ରାଶିଦ ଖାନ ନିଜର ଟି ୨୦ କ୍ୟାରିୟରରେ ୩୧ଟି ମ୍ୟାଚରେ ୫୦ଟି ୱିକେଟ ପୁରା କରିବାର କାରନାମ କରିଥିଲେ ।

ୟୁଜବେନ୍ଦ୍ର ଚହଲ

ଟି ୨୦ରେ ସବୁଠୁ ଫାଷ୍ଟ ୫୦ଟି ୱିକେଟ ନେଇଥିବା ବୋଲରମାନଙ୍କ ମଧ୍ୟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ନାମ ସାମିଲ କରିଛନ୍ତି । କହିବାକୁ ଗଲେ ୟୁଜବେନ୍ଦ୍ର ଚହଲ ନିଜର ଟି ୨୦ କ୍ୟାରିୟରରେ ମାତ୍ର ୩୩ଟି ମ୍ୟାଚରେ ଏହି ରେକର୍ଡ ତିଆରି କରିଛନ୍ତି । ଟପ ୫ ଜଣଙ୍କ ମଧ୍ୟେର ସେ ଭାରତୀୟ ଖେଳାଳି ରୂପରେ ଏକମାତ୍ର ବୋଲର ଅଟନ୍ତି ।

ମୁସ୍ତଫିଜୁର ରହମାନ

ବାଂଲାଦେଶର ବୋଲର ମୁସ୍ତଫିଜୁର ରହମାନ ବି ଏହି ସୂଚିରେ ସାମିଲ ଅଛନ୍ତି । ସେ ୩୩ଟି ମ୍ୟାଚରେ ୫୦ଟି ୱିକେଟ ନେଇଥିଲେ । ଟି ୨୦ରେ ବି ସେ ଏକ ଭଲ ବୋଲର ଅଟନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ପେଜ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *