ଚଙ୍କି ପାଣ୍ଡେଙ୍କ ଝିଅ ସହିତ ଏହି ଫିଲ୍ମରେ ଡେବ୍ୟୁ କରିବେ କରିଶ୍ମା କପୁରଙ୍କ ଝିଅ ସମାୟରା

ବଲୀଉଡର ବର୍ତ୍ତମାନ ସମୟରେ ବଡ ବଡ ଷ୍ଟାରଙ୍କ ପୁଅ ଝିଅମାନେ ଡେବ୍ୟୁ କରୁଛନ୍ତି । ଏହି କ୍ରମରେ ଚଙ୍କି ପାଣ୍ଡେ ଓ କରିଶ୍ମା କପୁରଙ୍କ ଝିଅ ମିଶି ଏକ ଶଟ ଫିଲ୍ମ କରିଛନ୍ତି । ଏହାକୁ ନିଜେ ଚଙ୍କି ପାଣ୍ଡେ ପ୍ରଡ୍ୟୁସ ବି କରିଛନ୍ତି । ଏହି ଶଟ ଫିଲ୍ମର ନାମ ‘ଦୌଡ଼’ ଅଟେ । ଏଥିରେ ୧୫ ବର୍ଷର ସମାୟରା କପୁର ଡେବ୍ୟୁ କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ସମାୟରା କପୁର କରିଶ୍ମା କପୁରଙ୍କ ଝିଅ ଅଟନ୍ତି ।

ଯେତେବେଳେ କି ଡାୟରେକ୍ସନ ଚଙ୍କିଙ୍କ ଝିଅ ରିସା ପାଣ୍ଡେ ଦେଇଛନ୍ତି । ଏହି ଶଟ ଫିଲ୍ମରେ କରିଶ୍ମାଙ୍କ ଝିଅ ସମାୟରା ସହିତ ସଞ୍ଜୟ କପୁରଙ୍କ ସାନ ପୁଅ ଜହାନ କପୁର ବି ଡେବ୍ୟୁ କରିଛନ୍ତି । କହିବାକୁ ଗଲେ ପାଖାପାଖି ସାଢେ ୭ ମିନିଟର ଏହି ଶଟ ଫିଲ୍ମ ‘ଦୌଡ଼’ ମୁମ୍ବାଇର ଏକ ଗରିବ ଘରର ଝିଅ ‘ମୀରା’ ର କାହାଣୀ ଉପରେ କାହାଣୀ କେନ୍ଦ୍ରିତ ଅଟେ । ମୀରା ମୁମ୍ବାଇର ଏକ ସ୍ଥାନରେ ପେନ୍ସିଲ ବିକ୍ରି କରୁଥିଲା ।

କିନ୍ତୁ ଅଚାନକ ଦିନେ ମୀରା ବଡ ଘରର ପିଲାମାନଙ୍କୁ ଦୌଡୁ ଥିବାର ଦେଖିଲା ଓ ଏହା ପରେ ମୀରାର ବି ଦୌଡିବା ପାଇଁ ମନ ହେଲା । ବଡ ଘରର ତିନି ଜଣ ପିଲାମାନଙ୍କ ଭୂମିକାରେ ଅଛନ୍ତି ସମାୟରା କପୁର, ଜହାନ କପୁର ଓ ଧାନିତି ପାରେଖ । ଷ୍ଟାଡିୟମରେ ଦୌଡିବାର ପ୍ରାକ୍ଟିସ କରିବା ସମୟରେ ଧନୀ ଘରର ପିଲାମାନେ ଦେଖିଲେ କି ଗୋଟିଏ ଝିଅ ବିନା ଜୋତାରେ ହିଁ ତାଙ୍କ ଠାରୁ ଜୋରରେ ଦୌଡ଼ୁଛି ।

ଏହା ପରେ ସେମାନେ ମୀରାକୁ ନିଜ ଟିମର ଅଂଶ କରି ନେଲେ ଓ ମୀରାକୁ ନିଜ ସହିତ ଦୌଡିବା ପାଇଁ ଚାନ୍ସ ଦେଲେ । ଏହା ସହିତ ମୀରାକୁ ନିଜର ସ୍ଵପ୍ନ ପୁରା କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରନ୍ତି । କିନ୍ତୁ ମୀରା ର ମା’ଙ୍କୁ ଏମିତି ଲାଗିଲା କି ଏହିଭଳି ଦୌଡିବା ଦ୍ଵାରା ତାଙ୍କ ଝିଅ ନିଜର ସମୟ ବର୍ବାଦ କରୁଛି ଓ ଏହା ଦ୍ଵାରା ତାକୁ କିଛି ବି ହାସଲ ହେବ ନାହିଁ । କିନ୍ତୁ ଗୋଟିଏ ସମୟ ପରେ ସେ ବୁଝି ଯାଆନ୍ତି କି ଏହା ତାଙ୍କ ଝିଅ ପାଇଁ ଉଚିତ ଅଟେ ଓ ସେ ନିଜ ଝିଅକୁ ଦୌଡିବା ପାଇଁ ଅନୁମତି ଦେଇ ଦିଅନ୍ତି ।

କହିଦେଉଛୁ କି ଏହା ଚଙ୍କି ଙ୍କ ଝିଅ ରିସାଙ୍କ ଡାୟରେକ୍ସଶନ ରେ ଡେବ୍ୟୁ ବି ଅଟେ । ଯେତେବେଳେ କି ତାଙ୍କର ଝିଅ ଅନନ୍ୟା ପାଣ୍ଡେ ପୂର୍ବରୁ ହିଁ ଏହି ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ରୂପରେ ଡେବ୍ୟୁ କରିସାରିଛନ୍ତି । ଏହି ଶଟ ଫିଲ୍ମର ଡାୟରେକ୍ସନରେ ରିସାଙ୍କୁ ତାଙ୍କର ଭାଇ ଅହାନ ପାଂଡେ ବି ସାହାର୍ଯ୍ୟ କରିଛନ୍ତି । ଏହାର ପ୍ରାୟତଃ ଶୁଟିଙ୍ଗ ମୁମ୍ବାଇର ସେଂଟ ଏଂଡ୍ର୍ଯୁଜ ପଡିଆରେ ହୋଇଛି ।

ଆପଣଙ୍କୁ କହିଦେଉଛୁ କି ଏହି ଶଟ ଫିଲ୍ମରେ କରିଶ୍ମାଙ୍କ ଝିଅ ସମାୟରାଙ୍କ ଡେବ୍ୟୁ ତ ହୋଇଛି କିନ୍ତୁ ତାଙ୍କର ଫିଲ୍ମ ଡେବ୍ୟୁ ପୂର୍ବରୁ ହିଁ ହୋଇ ସାରିଛି । ବର୍ଷ ୨୦୧୫ରେ ସେ ଯେତେବେଳେ ୧୦ ବର୍ଷର ଥିଲେ ତେବେ ସେ ‘ବୀ ହୈପ୍ପୀ’ ନାମକ ଏକ ଶଟ ଫିଲ୍ମକୁ ଡାୟରେକ୍ଟ କରିଥିଲେ । ଏହି ଫିଲ୍ମର ସ୍କ୍ରୀନିଂଗ ଇଣ୍ଟରନ୍ୟାସନାଲ ଚ‌ିଲ୍ଡ୍ରେନ୍ସ ଡେରେ ବି ହୋଇଥିଲା । ସେହି ସମୟରୁ ସେ ଲିଟିଲ ଡାୟରେକ୍ଟର୍ସର କ୍ୟାଟେଗୋରିରେ ବଛା ଯାଇଥିଲେ ।

ଆପଣଙ୍କୁ କହିଦେଉଛୁ କି ବହୁତ ସମୟ ପରେ କରିଶ୍ମା ବି ଏକ ୱେବସିରିଜ ଜରିଆରେ ସ୍କ୍ରିନ ଉପରେ ଫେରିଥିଲେ । ଏହାର ନାମ ‘ମେଂଟଲହୁଡ’ ଥିଲା ଓ ବର୍ତ୍ତମାନ ତାଙ୍କ ଝିଅଙ୍କ କମାଲ ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *