ସିବିଏସଇ ବୋର୍ଡ ୧୦ମ ଓ +୨ର ପରୀକ୍ଷା ଘୁଞ୍ଚିଲା, ଜେଇଇ ମେନ୍ସ ସହିତ ଅନ୍ୟ ସମସ୍ତ ପରୀକ୍ଷା ତାରିଖରେବି ପରିବର୍ତ୍ତନ ହେବ

କହିବାକୁ ଗଲେ ବର୍ତ୍ତମାନ ସମୟରେ କରୋନା ଭାଇରସର ଆତଙ୍କ ଲଗାତର ବଢିବାକୁ ଲାଗିଛି । ଏହାର ପ୍ରଭାବ ବର୍ତ୍ତମାନ ପରୀକ୍ଷା ଗୁଡିକ ଉପରେ ବି ପଡିବାରେ ଲାଗିଛି । କରୋନାର ଭୟାଭୟ ପରିସ୍ଥିତିକୁ ଦେଖି ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ସିବିଏସଇ ସହ ସମସ୍ତ ପରୀକ୍ଷାକୁ ୩୧ ମାର୍ଚ୍ଚ ପରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଚଆରଡ଼ି ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ନୋଟିଫିକେଶନରେ ସିବିଏସଇ କରୋନା ଭାଇରସ କାରଣରୁ ୧୦ ମ ଓ ୧୨ଶ ର ବୋର୍ଡ ପରୀକ୍ଷାକୁ ବନ୍ଦ କରି ଦେଇଛନ୍ତି ।

ସିବିଏସଇ କହିଲେ କି ୩୧ ମାର୍ଚ୍ଚ ପରେ ପରୀକ୍ଷାର ନୂଆ ତାରିଖ ଠିକ କରାଯିବ । ମନ୍ତ୍ରାଳୟ ତରଫରୁ ଜାରି ନୋଟିଫିକେଶନରେ ଦେଶ ସାରା ବୋର୍ଡ ପରୀକ୍ଷା ଓ ପ୍ରତିଯୋଗୀତା ପରୀକ୍ଷା ଦେଉଥିବା ଛାତ୍ରମାନଙ୍କୁ କୁହାଯାଇଛି କି କରୋନା ଭାଇରସ କାରଣରୁ ସମସ୍ତ ପରୀକ୍ଷା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ । ନୂଆ ତାରିଖର ଘୋଷଣା ୩୧ ମାର୍ଚ୍ଚ ପରେ ସ୍ଥିତିକୁ ଆକଳନ କରି କରାଯିବ ।

ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନାରେ କୁହାଯାଇଛି କି ଜେଇଇ ମେନ୍ସ ପରୀକ୍ଷାର ତାରିଖ ବି ୩୧ ମାର୍ଚ୍ଚକୁ ନିର୍ଧାରିତ କରାଯିବ ଯେପରି ପରୀକ୍ଷାର୍ଥୀଙ୍କୁ କିଛି ଅସୁବିଧା ନ ହେବ । ଏହା ପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( CBSE ) କରୋନା ଭାଇରସର ଗତିକୁ ଅଟକାଇବା ପାଇଁ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା କେନ୍ଦ୍ର ଗୁଡିକରେ ଛାତ୍ରମାନଙ୍କୁ ପର୍ଯ୍ୟାପ୍ତ ଦୂରରେ ବସିବା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦେଶ ବି ଦେଇଥିଲେ ।

ଏହା ଛଡା ପରୀକ୍ଷା କେନ୍ଦ୍ର ଗୁଡିକରେ ଶିକ୍ଷକଙ୍କୁ ପରୀକ୍ଷା ସମୟରେ ମାସ୍କ, ରୁମାଲ ଦ୍ଵାରା ଚେହେରାକୁ ଘୋଡାଇ ରଖିବା ପାଇଁ ଉପଦେଶ ବି ଦେଇଥିଲେ । ସିବିଏସଇ ର ପରୀକ୍ଷା ନିୟନ୍ତ୍ରକ ସଂୟମ ଭାରଦ୍ୱାଜ ଏକ ପରାମର୍ଶରେ କହିଲେ କି, ପରୀକ୍ଷା କେନ୍ଦ୍ର ଗୁଡିକ ଉପରେ ଏହା ସୁନିଶ୍ଚିତ କରିବାର ଦାୟିତ୍ଵ ଅଟେ କି ବୋର୍ଡ ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ଏକ ମିଟର ଦୂରରେ ବସିବା ପାଇଁ ଯେପରି ବ୍ୟବସ୍ଥା କରାଯିବ ।

ଯେଉଁଠି ରୁମରେ ଏହିଭଳି ବ୍ୟବସ୍ଥା ନ ଥିବ ସେଠିକାର ପରୀକ୍ଷାର୍ଥୀମାନଙ୍କୁ ଅନ୍ୟ ରୁମରେ ବସିବା ପାଇଁ କୁହାଯିବ । ପରାମର୍ଶରେ କୁହାଯାଇଛି କି ପରୀକ୍ଷା ସମୟରେ ନିରିକ୍ଷକମାନେ ବି ମାସ୍କ ପିନ୍ଧିବେ କିମ୍ବା ରୁମାଲ ଦ୍ଵାରା ନିଜର ଚେହେରାକୁ ବନ୍ଦ କରିବେ । ପରୀକ୍ଷା ସମ୍ବଧୀୟ ସମସ୍ତ ନ୍ଯୁଜ ବିଷୟରେ ଜାଣିବା ପାଇଁ ପେଜ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *