ଟି ୨୦ କ୍ରିକେଟକୁ ପ୍ରାୟତଃ ବ୍ୟାଟ୍ସମ୍ୟାନଙ୍କ ଖେଳ ବୋଲି କୁହାଯାଏ । କାରଣ ପଡିଆରେ ବୋଲରମାନଙ୍କର ଯମେଇ କି ଧୁଲାଇ ହୋଇଥାଏ । କିନ୍ତୁ କିଛି ବୋଲର ଏମିତି ବି ଅଛନ୍ତି ଯେଉଁମାନେ ଟି ୨୦ କ୍ରିକେଟରେ ନିଜର ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଟି ୨୦ କ୍ରିକେଟରେ ବହୁତ ଫାଷ୍ଟ ୫୦ଟି ୱିକେଟ ନେଇଥିବା ଖେଳାଳିମାନଙ୍କ ବିଷୟରେ କହିବାକୁ ଯାଉଛୁ ।
ଆସନ୍ତୁ ଜାଣିବା ଟପ ୫ ଜଣ ଖେଳାଳିଙ୍କ ବିଷୟରେ
ଅଜନ୍ତା ମେଣ୍ଡିସ
ଟି ୨୦ କ୍ରିକେଟ ଇତିହାସରେ ସବୁଠୁ ଫାଷ୍ଟ ୫୦ଟି ୱିକେଟ ପୁରା କରିବାର କାରନାମା ସର୍ବ ପ୍ରଥମେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ କରିଥିଲେ । ଅଜନ୍ତା ମେଣ୍ଡିସଙ୍କ ନାମରେ ଆଜି ବି ଏହି ରେକର୍ଡ ଅଛି । ଅଜନ୍ତା ମେଣ୍ଡିସ ୨୬ଟି ମ୍ୟାଚରେ ନିଜର ଟି ୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୫୦ ଟି ୱିକେଟ ନେଇଥିଲେ ।
ଇମରାନ ତାହିର
ଇମରାନ ତାହିର ଏହି ଲିସ୍ଟରେ ଦ୍ଵିତୀୟ ନମ୍ବରରେ ଅଛନ୍ତି । ଦକ୍ଷିଣ ଆଫ୍ରିକାର ଇମରାନ ତାହିର ଟି ୨୦ କ୍ରିକେଟରେ ଏକ ଭଲ ସ୍ପିନର ଅଟନ୍ତି । ଇମରାନ ତାହିର ୩୧ଟି ମ୍ୟାଚରେ ୫୦ଟି ୱିକେଟ ପୁରା କରିଥିଲେ ।
ରାଶିଦ ଖାନ
ନିଜର ଭଲ ବୋଲିଙ୍ଗ କାରଣରୁ ଆଫଗାନିସ୍ତାନର ଫେମସ ବୋଲର ରାଶିଦ ଖାନ ଏହି ଲିସ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି । ରାଶିଦ ଖାନ ନିଜର ଟି ୨୦ କ୍ୟାରିୟରରେ ୩୧ଟି ମ୍ୟାଚରେ ୫୦ଟି ୱିକେଟ ପୁରା କରିବାର କାରନାମ କରିଥିଲେ ।
ୟୁଜବେନ୍ଦ୍ର ଚହଲ
ଟି ୨୦ରେ ସବୁଠୁ ଫାଷ୍ଟ ୫୦ଟି ୱିକେଟ ନେଇଥିବା ବୋଲରମାନଙ୍କ ମଧ୍ୟରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ନାମ ସାମିଲ କରିଛନ୍ତି । କହିବାକୁ ଗଲେ ୟୁଜବେନ୍ଦ୍ର ଚହଲ ନିଜର ଟି ୨୦ କ୍ୟାରିୟରରେ ମାତ୍ର ୩୩ଟି ମ୍ୟାଚରେ ଏହି ରେକର୍ଡ ତିଆରି କରିଛନ୍ତି । ଟପ ୫ ଜଣଙ୍କ ମଧ୍ୟେର ସେ ଭାରତୀୟ ଖେଳାଳି ରୂପରେ ଏକମାତ୍ର ବୋଲର ଅଟନ୍ତି ।
ମୁସ୍ତଫିଜୁର ରହମାନ
ବାଂଲାଦେଶର ବୋଲର ମୁସ୍ତଫିଜୁର ରହମାନ ବି ଏହି ସୂଚିରେ ସାମିଲ ଅଛନ୍ତି । ସେ ୩୩ଟି ମ୍ୟାଚରେ ୫୦ଟି ୱିକେଟ ନେଇଥିଲେ । ଟି ୨୦ରେ ବି ସେ ଏକ ଭଲ ବୋଲର ଅଟନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଖେଳ ସମ୍ବଧୀୟ ଅପଡେଟ ପାଇବା ପାଇଁ ପେଜ ଲାଇକ କରନ୍ତୁ ।