‘ମୋ ସହ ସବୁ କଲା ଶେଷରେ ଠକି ଦେଲା’, ନିଜ ପ୍ରେମିକ ବିଷୟରେ ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ । ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତାରଣା ଏବଂ ଧୋକା କିଭଳି ହୋଇଥାଏ । ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ । ଆଉ ଯାହା ତାଙ୍କୁ ସମାଜରେ ଅପମାନିତ ଏବଂ ନିନ୍ଦିତ କରାଇଥାଏ । ସେହିଭଳି ଏକ ଘଟଣା ନିକଟରେ ଘଟିଛି ।


ଯେଉଁଠି ପ୍ରେମିକା ତାର ପ୍ରେମିକକୁ ନ ପାଇଲେ ମଝି ରାସ୍ତାରେ କିରୋସିନି ଢ଼ାଳି ହୋଇ ଆତ୍ମହତୟଆ କରିଦେବ ବୋଲି ହଟ ହଟା କରୁଛି । କିନ୍ତୁ ଏବେ ତାକୁ ଗ୍ରହଣ କରୁନାହିଁ ତାର ପ୍ରେମିକ । ଆଉ ପ୍ରେମିକ ତାଙ୍କୁ ଗ୍ରହଣ ନକଲେ ଆତ୍ମହତୟଆ କରିବ ବୋଲି କହିଛିି ତାର ପ୍ରେମିକା ଯିଏକି ଜଣେ ପୂର୍ବରୁ ବିବାହିତା ମହିଳା । ଆପଣଙ୍କୁ ଘଟଣାଟି ଟିକେ ଗୋଳିଆ ଘାଣ୍ଟିଆ ଲାଗୁଥିବ କାରଣ ଘଟ-ଣାଟି ଟିକିଏ ରହସ୍ୟ ମୟ ।

ଏଠାରେ ପ୍ରେମିକା ଜଣଙ୍କ ପୂର୍ବରୁ ବିବାହିତା ଅଟନ୍ତି । ଆଉ ତାଙ୍କର ମଧ୍ୟ ୮ ବର୍ଷର ପୁତ୍ର ସନ୍ତାନ ଅଛି । ତେବେ ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସୂଚନା ମୁତାବକ ଜଣେ ବିବାହିତ ମହିଳା ନିଜ ହଁସ ଖୁସିର ପରିବାରକୁ ଗୋଡ଼ରେ ଏଡ଼ାଇ ଦେଇ ନିଜ ସ୍ଵାମୀ ଏବଂ ୮ ବର୍ଷର କୁନି ପୁଅକୁ ଛାଡ଼ି ପଳାଇ ଗଲେ ନିଜ ପ୍ରେମିକ ଦୀପକ ର ହାତ ଧରି ।

୨ ବର୍ଷ ସାଙ୍ଗରେ ରହିଲେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହୋଇ ପିଲା ମଧ୍ୟ ନଷ୍ଟ କରିଦେଲେ । ହେଲେ ପ୍ରେମିକର ଘର ଲୋକେ ମହିଳାଙ୍କୁ ଆପଣେଇଲେ ନାହିଁ । କାରଣ ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି । ଏହା ପରେ ପ୍ରେମିକର ଘର ଲୋକେ ତାର ବାହାଘର ଅନ୍ୟତ୍ର କରେଇ ଦେବା ପାଇଁ ନିଷ୍ପତି ନେଲେ । ପ୍ରେମିକ ମଧ୍ୟ ଆଉ ଧରାଛୁଆଁ ଦେଲାନି ।


ତେଣୁ ବାଧ୍ୟହୋଇ ଯୁବତୀ ଜଣଙ୍କ ରାସ୍ତା ମଝିରେ ପ୍ରେମିକକୁ ନପାଇଲେ ସେଇଠି ପୋଡ଼ି ହୋଇ ଆତ୍ମହତୟଆ କରିଦେବେ ବୋଲି ବାହାରିଲେ ଯାହାକି ପ୍ରେମିକ ଜଣଙ୍କ ସ୍ୱପ୍ନରେ ସୁଧା ଭାବି ନଥିଲେ । ତାପରେ ସେଠାରେ ପୋଲିସ୍ ପହଞ୍ଚି ଉକ୍ତ ମହିଳା ଓ ଯୁବକଙ୍କୁ କାବୁ କରିବା ସହିତ ସେମାନଙ୍କୁ ପୋଲିସ୍ ଷ୍ଟେସନ୍ ନେଇଯାଇ ବୁଝାସୁଝା କରିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *