‘ସେଦିନ ଫେସ ଟୁ ଫେସ ବସିଲା ବେଳେ Sumit ମୋତେ ଦେଖି କାନ୍ଦି ପକେଇଲେ ଆଉ କହିଲେ…’ ଶୁଣନ୍ତୁ ସୁମିତଙ୍କ ବିଷୟରେ କଣ କହୁଛନ୍ତି Tapaswini, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ପାରିବାରିକ ବିବାଦ ମାମଲାରେ ଶେଷ ମଧ୍ୟସ୍ଥତା ବିଫଳ ହୋଇଛି । ଶନିବାର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ମଧ୍ୟସ୍ଥତାର ଶେଷ ତାରିଖ ଥିଲା । ତେବେ ଆସନ୍ତା ୯ ତାରିଖରେ ପୁଣି ହାଇକୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ । ପୂର୍ବରୁ ସୁମିତ ଓ ଡିମ୍ପଲ ମଧ୍ୟରେ ମିଳାମିଶା ନେଇ ୩ଥର ଶୁଣାଣି ହୋଇଥିଲା ।

କହିରଖୁଛୁ, ଶାଶୁଘରେ ରହିବାକୁ ନେଇ ବ୍ରହ୍ମପୁର ବ୍ରହ୍ମାନଗର ଚର୍ଚ୍ଚାରେ ରହିଆସୁଛି । ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ ତପସ୍ବିନୀ ଦାସ । ବୁଝାସୁଝାରେ ବିଫଳ ହେବା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟର ପାରିବାରିକ ମିଳାମିଶା କେନ୍ଦ୍ରରେ ଶୁଣାଣି ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ ।

ଫଳରେ ଶୁଣାଣି ପକ୍ରିୟା ବିଫଳ ହୋଇଥିଲା । ତେବେ ଏହାକୁ ନେଇ ଅନେକ ବୟାନ ବାଜି, ତୁମ୍ଭି ତୋଫାନ ହେଉଥିଲେ ମଧ୍ଯ କୌଣସି ସମାଧାନ ର ସୂତ୍ର ବାହାରି ପାରୁ ନଥିଲା ।ଅନେକ ଦିନ ଧରି ତପସ୍ଵିନୀ ନ୍ୟାୟ ପାଇଁ ଧାରଣା ରେ ବସି ରହିଥିଲେ । ଯଦିଓ କୋର୍ଟ ସୁମିତ ଙ୍କ ଘରେ ତପସ୍ଵିନୀ ଙ୍କୁ ରହିବାକୁ ଅନୁମତି ଦେଇଥିଲେ କିନ୍ତୁ ପରିବାର ସହ ତାଙ୍କର ସମ୍ପର୍କ ରେ କୌଣସି ସୁଧାର ଆସି ନଥିବା ଦେଖିବାକୁ ମିଳୁଛି ।

ଏହି ସଂପର୍କ କିପରି ଆଗକୁ ବଢିବ ଏବଂ ସମାଧାନ ହେବ ତାହା ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ କଥା । ତେବେ ଏହାକୁ ନେଇ ଅନେକ କଥା ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ତପସ୍ଵିନୀ ଙ୍କ ଏକ ପ୍ରତିକ୍ରିୟା ମିଳିଛି । ତପସ୍ଵିନୀ କହିଛନ୍ତି ସୁମିତ ଆଉ ମୁଁ ସେଦିନ ଯେଉଁ କାଉନସିଲିଂ ପାଇଁ ଯାଇଥିଲୁ ସେଠାରେ ସେ ମୋତେ ଦେଖି କାନ୍ଦି ପକାଇଥିଲେ ।

ସେଦିନ ଫେସ୍ ଟୁ ଫେସ୍ ବସିବା ସମୟରେ ତାଙ୍କୁ ଦେଖି ସୁମିତ ଛଳ ଛଳ ହୋଇ ପଡ଼ିଥିଲେ । ତପସ୍ଵିନୀ ବି ଭାବ ବିହ୍ୱଳ ହୋଇ ପଡ଼ିଥିଲେ । ଏହାଛଡା ତପସ୍ଵିନୀ କହିଛନ୍ତି ମୋର ତାଙ୍କ ପାଇଁ ଏବେବି ପୋଜିଟିଭନେସ ରହିଛି । ତେବେ ଏବେବି ମୁଁ ତାଙ୍କୁ ଚାହେଁ ମୋ ସ୍ବାମୀ ଭାବରେ । ଭଗବାନଙ୍କ ଉପରେ ଏବଂ କୋର୍ଟ ଉପରେ ମୋର ବିଶ୍ୱାସ ଏବଂ ଭରସା ରହିଛି । ଶଶୁର ଚାହିଁଲେ ସବୁ ହୋଇ ପାରିବ, ଯଦି ସେ ତାଙ୍କ ପୁଅ ସହ ଆସି ଘରେ ରହିବେ ଏବଂ ନିଜେ ବୁଝିଯିବେ ।


ସେ ବୁଝୁ ନାହାଁନ୍ତି ବୋଲି ସୁମିତ ଏମିତି ହେଉଛନ୍ତି । ସୁମିତ କୁ ମେନିପୁଲେଟ କରି ରଖା ଯାଇଛି ବୋଲି କହିଛନ୍ତି ତପସ୍ଵିନୀ । ତେବେ ତାଙ୍କର ବିଶ୍ୱାସ ରହିଛି ଯେ ସୁମିତ ତାଙ୍କୁ ଏବେବି ଭଲ ପାଆନ୍ତି । ସେ ନିଶ୍ଚିତ ତାଙ୍କ ପାଖକୁ ଫେରିବେ ଏବଂ ସେମାନେ ପୁଣି ଖୁସିରେ ରହିବେ ବୋଲି ତପସ୍ଵିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *