ଭୟଙ୍କର ବାତ୍ୟାର ରୂପ ନେଲା ଅସାନି ! ପ୍ରବଳ ବର୍ଷା ସହିତ ବହିବ ପବନ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆସନ୍ତା ୧୦ ତାରିଖ ରୁ ପ୍ରବଳ ମାତ୍ରାରେ ହେବ ବର୍ଷା । ୧୦ ତାରିଖ ରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ସତର୍କ । ୪ଟି ବନ୍ଦର ପାଇଁ ବିପଦ । ପବନ କମ ହେବ କିନ୍ତୁ ବର୍ଷା ଅଧିକ ମାତ୍ରାରେ ହେବ । ଗଭୀର ଅବପାତ ନେଲା ବାତ୍ୟା ର ରୂପ । ସମୁଦ୍ର ରେ ପଳାଇବ ବାତ୍ୟା । ଓଡ଼ିଶା କୁ ନାହିଁ ବିପଦ । ଏହା ପୁରୀ ରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ର ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ବାତ୍ୟା ସମୁଦ୍ର କୁ ପଳାଇବ ସହିତ ଓଡ଼ିଶା କୁ ବିପଦ ନାହିଁ । ବାତ୍ୟା ର ରୂପ ନେବା ପରେ ସମୁଦ୍ର ରେ ଏହାର ପ୍ରଭାବ ରେ ୧୦୫ ରୁ ୧୧୫ କିମି ବେଗରେ ପବନ ବୋହିବ । ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବାତ୍ୟା ୧୦ ତାରିଖ ରୁ ଦିଗ ପରିବର୍ତ୍ତନ କରିବ । ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ ।

ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ଓଡ଼ିଶା ହେଉ କିମ୍ବା ଆନ୍ଧ୍ର ବାତ୍ୟା କେଉଁଠି ବି ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସ୍ଥଳ ଭାଗରୁ ବହୁତ ଦୁରରେ ଅତିକ୍ରମ କରିବ ବାତ୍ୟା । ଏହାର ପ୍ରଭାବ ରେ ୧୦ ତାରିଖ ରୁ ଦୁଇ ଦିନ ଧରି ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସବୁ ବନ୍ଦର ରେ ବିପଦ ର ସଙ୍କେତ ଜାରି କରାଯାଇଛି ।

ବିଶେଷ କରି ୧୧ଟି ଉପକୂଳ ଜିଲ୍ଲା ରେ ପ୍ରଭାବ ଲାଗି ରହିବ । ଏହା ସହିତ ପାରାଦ୍ୱୀପ , ଗୋପାଳପୁର, ଚାନ୍ଦବାଲି, ପୁରୀ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୁ ନ ଯିବାକୁ ପରାମର୍ଶ ଦିଆ ଯାଇଛି । ତେବେ ଆପଣ ମାନେ ମଧ୍ୟ ବାତ୍ୟା ସମ୍ବନ୍ଧୀୟ ସମସ୍ତ ସୂଚନା କୁ ନେଇ ସାବଧାନ ଏବଂ ସତର୍କତା ଅବଲମ୍ବନ କରନ୍ତୁ । ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *