ନିଜ ଜୀବନକୁ ବାଜି ଲଗେଇ ଦେଲେ ଟ୍ରାଫିକ କର୍ମଚାରୀ, 2 ଜଣ ଯୁବକଙ୍କୁ ଉଧାର କରିବା ପାଇଁ ଡେଇଁ ପଡିଲେ ପାଣିକୁ, ଆଉ ତା’ପରେ…ଦେଖନ୍ତୁ ଏହି Video

ବନ୍ଧୁଗଣ ମନୁଷ୍ୟ ଏମିତି ଏକ ପ୍ରାଣୀ ଯାହା ଭିତରେ ରହିଛି ଦେବତା ର ଗୁଣ ଏବଂ ତାହାରି ଭିତରେ ରହିଛି ରାକ୍ଷସ ର ପ୍ରକୃତି । କେତେବେଳେ ନିଜର ସ୍ୱାର୍ଥ ପାଇଁ ନିଜର ରକ୍ତ ସମ୍ପର୍କ କୁ ବଳି ପକାଇ ଦେଉଛି ତ କେତେବେଳେ ସେହି ମନୁଷ୍ୟ ଅନ୍ୟ ର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ କୁ ବାଜି ଲଗାଇ ଦେଉଛି । ଆଜିର ଏହି ମଣିଷ ର ମନକୁ ପଢ଼ିବା ବହୁତ କଷ୍ଟ । ତେବେ ଆପଣଙ୍କୁ ଏହି ସବୁ କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ଭିଡିଓ ଟି ।

ତେବେ ଆପଣ ମାନେ ଉକ୍ତ ଭିଡିଓ ଦେଖି ଆମ କଥା ର ପ୍ରକୃତ ଉଦ୍ଦେଶ୍ୟ ଠିକ ଭାବରେ ଅନୁମାନ କରିପାରୁ ଥିବେ । ତେବେ ରାସ୍ତା ରେ ଯାଉଥିବା ଦୁଇ ଜଣ ବାଇକ ଆରୋହି ନିଜର ଭାରସାମ୍ୟ ହରାଇ ଏକ ଗଭୀର ନାଳକୁ ଖସି ପଡିବା ପରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ । ଠିକ ଏହି ସମୟରେ ଦେବ ଦୂତ ସାଜି ଆସି ପହଞ୍ଚି ଯାଇଥିଲେ ଲକ୍ଷନୌ ର ଜଣେ ଟ୍ରାଫିକ କର୍ମଚାରୀ ପଙ୍କଜ ପାଣ୍ଡେ ।

କେହି କିଛି ଭାବିବା ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଦୁଇ ଯୁବକ ଙ୍କୁ ଗଭୀର ନାଳ ରୁ ଉଦ୍ଧାର ପାଇଁ ପାଣିକୁ ଡେଇଁ ପଡ଼ିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ସାରିବା ପରେ ନିଜେ ଉପରକୁ ଆସିଥିଲେ । ନିଜର ଡ୍ୟୁଟି ରୁ ବାହାରି ଏଭଳି ଏକ କାମ କରିବା ତାଙ୍କ ପାଇଁ ଯେତିକି ବିପଦ ଥିଲା ।

ସେତିକି ପ୍ରଶଂସନୀୟ ମଧ୍ୟ ଥିଲା । ନିଜ ଆଖି ସାମ୍ନା ରେ ଦୁଇ ଜଣ ଯୁବକ ଙ୍କୁ ବିପଦ ରୁ ବଞ୍ଚାଇବା ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଆଜିର ଏହି ଦୁନିଆ ରେ ତ ନିଜ ଲୋକ ବି ନିଜର ସାହ କରୁ ନାହାନ୍ତି । ଆବଶ୍ୟକ ପଡିଲେ ନିଜ ଲୋକଙ୍କୁ ମଧ୍ୟ ବଳି ପକାଇ ଦେଉଛନ୍ତି । କିନ୍ତୁ ଏଠାରେ ତ ଜଣେ ଅଜଣା ବ୍ୟକ୍ତି ଅନ୍ୟ ଦୁଇ ଅଜଣା ଙ୍କ ସାହାଯ୍ୟ ନିଜ ଜୀବନ କୁ ବାଜି ଲଗାଇ କରିଛନ୍ତି ।

ତେବେ ଯଦି ଏହି ଟ୍ରାଫିକ ବାବୁ ଙ୍କ ଭଳି ଦୁନିଆ ର ସବୁ ବ୍ୟକ୍ତି ନିଃସ୍ୱାର୍ଥପର ହୋଇଯିବ ସତରେ ଏହି ଦୁନିଆ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ ହୋଇଯିବ । ସାହାଯ୍ୟ ଏଭଳି ଏକ ଜିନ ଯାହା ମଣିଷ ପାଖକୁ ଦୁଇ ଗୁଣ ହୋଇ ଫେରିଥାଏ । ତେଣୁ ଅନ୍ୟ ମାନଙ୍କୁ ସାହାଯ୍ୟ କରି ସେମାନଙ୍କୁ ହସାଇବା ସହିତ ଆପଣ ନିଜେ ମଧ୍ୟ ହସନ୍ତୁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *