ତିଆରି ହେଲା ବିଧାୟକ Rudra Moharathy ଙ୍କ ପାଇଁ ଏହି ସୁନ୍ଦର ଗୀତ, ଶୁଣିଲେ ଆପଣ ବି କରିବେ ପ୍ରଶଂସା…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ସେ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ ଅଟନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ ସମୟ ରେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ ଶହ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।


ରୁଦ୍ର ପ୍ରତାପ ମହାରଥୀଙ୍କ ବାପାଙ୍କ ନାମ ପ୍ରଦୀପ ମହାରଥୀ ଯିଏ କି ଜଣେ ରାଜନେତା ଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତେବେ ୨୦୨୦ ମସିହାରେ ତାଙ୍କ ବାପା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଏବଂ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ଆପଣ ମାନେ ଜାଣିଥିବେ ଯେ, ବିଗତ ଦିନ ଗୁଡ଼ିକ ରେ ଯେଉଁଭଳି ଭାବରେ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଅନେକ ଗାଁ ର ଲୋକମାନେ ସମସ୍ୟା ର ସମ୍ମୁଖୀନ ହୋଇଥିଲେ । ଏଭଳି ବିକଟ ପରିସ୍ଥିତି ରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଲୋକ ମାନଙ୍କ ସହାୟତା ର ହାତ ବଢ଼ାଇଥିଲେ ।

ଅନେକ ଗ୍ରାମବାସୀ ଙ୍କୁ ବନ୍ୟା ଯୋଗୁଁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଆଶ୍ରୟ ଦେଇଥିଲେ । ବିଶେଷ କରି ତଳିଆ ଅଞ୍ଚଳର ଲୋକ ମାନଙ୍କୁ ସେ ଆଶ୍ରୟ ଦେବା ନିମନ୍ତେ ରାତି ଅଧ ରେ ସେମାନଙ୍କ ପାଖରେ ପହଞ୍ଚି ତାଙ୍କୁ ସ୍ଥାନାନ୍ତର କରିଥିଲେ ଏବଂ ବନ୍ୟା ର ସ୍ଥିତି କୁ ନିୟନ୍ତ୍ରଣ କରିବା ନିମନ୍ତେ ସେ ନିଜର ପ୍ରଚେଷ୍ଟା ମଧ୍ୟ ଚଳାଇଛନ୍ତି ।

ତେବେ ଆପଣ ମାନେ ଜାଣି ଖୁସି ହେବେ ଯେ, ରୁଦ୍ର ପ୍ରତାପ ମହାରଥୀ ଙ୍କ ପାଇଁ ଗୋଟିଏ ଗୀତ ଲେଖା ହୋଇଛି । ସେହି ଗୀତରେ ତାଙ୍କ ଦ୍ୱାରା ହୋଇଥିବା ମହାନ କାର୍ଯ୍ୟ ର ବର୍ଣ୍ଣନା କରାଯାଇଛି ଏବଂ ତାଙ୍କର ପ୍ରଶଂସା କରାଯାଇଛି । ଗୀତ ଟି ର ଟାଇଟେଲ ରହିଛି ‘ରୁଦ୍ର ଭାଇ ଫାନ ଆମେ’ । ଏହି ଗୀତ ଟି ଶୁଣିବା ମାନେ ଦର୍ଶକ ତଥା ବିଶେଷ କରି ବିଜେଡ଼ି ସପୋର୍ଟର ମାନେ ବହୁତ ଖୁସି ହୋଇଛନ୍ତି ଏବଂ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହିତ ଓଡିଶା ର ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ରୁଦ୍ର ଭାଇ ସମ୍ପୂର୍ଣ୍ଣ ରୂପରେ ଉପଯୁକ୍ତ ବୋଲି ମଧ୍ୟ ମତ ପ୍ରଦାନ କରିଛନ୍ତି । ତେବେ ଆପଣ ମାନଙ୍କୁ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ଉପରେ ହୋଇଥିବା ଏହି ଗୀତଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *