5T ସ୍କୁଲ ବୁଲିଲେ, କିଛି ଶୁଣିଲେନି ସିଧା ଆକ୍ସନ ନେଲେ, Rudra Moharathy ଙ୍କ ଏପରି କାର୍ଯ୍ୟ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଶିକ୍ଷାର ମାନ ବୃଦ୍ଧି କରିବା ସ୍ମାର୍ଟ ସ୍କୁଲ । ଛାତ୍ରଛାତ୍ରୀଙ୍କ ଉତମ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳାଉଛନ୍ତି । ସ୍ମାର୍ଟ ସ୍କୁଲ କରୁଛନ୍ତି । କେବଳ ଗଂଜାମ ଜିଲ୍ଲାରେ ୧୩୩ଟି ସ୍ମାଟ୍ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିଛନ୍ତି । ତେବେ ସ୍ମାର୍ଟ ସ୍କଲର ସ୍ମାର୍ଟ କ୍ଲାସରୁମ୍‌ରେ ବସି ପାଠପଢିବେ ଛାତ୍ରଛାତ୍ରୀ । ସମଗ୍ର ରାଜ୍ୟରେ ୫ଟି ଯୋଜନାରେ ପୁରୁଣା ସ୍କୁଲର ରୂପ ବଦଳୁଛି  ।

ସ୍କାଟ୍ ସ୍କୁଲରେ ସ୍ମାଟ୍ କ୍ଳାସ ରୁମ ସହ , ଇ-ଲଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, କମ୍ପୁଟର ଲ୍ୟାବ୍, ସ୍ୱଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ସୁସଜିତ ଖେଳ ପଡ଼ିଆ ଶୈଖିକ ବାତାବରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଥିଲା । ତେବେ ଏହାର ପରିଧାନ କରିବା ପାଇଁ ବର୍ତ୍ତମାନ ପିପିଲି ବିଧାୟକ ରୁଦ୍ର ପତାପ ମହାରଥୀ ସ୍କୁଲ ସ୍କୁଲ ବୁଲି ନିଜେ ସବୁ ଜିନିଷ ର ତଦାରଖ କରୁଛନ୍ତି ।

ତେବେ କିଛିଦିନ ତଳେ ସେ ଏକ ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ ଖାଇବାକୁ ଦିଆଯାଇଥିଲା । କୁନି କୁନି ପିଲାଙ୍କ ମେଳରେ ତଳେ ବସି ମଧ୍ୟାହ୍ନ ଭୋଜନରେ ମିଳିଥିବା ଭାତ-ଡାଲମା ଖାଇଥିଲେ ବିଧାୟକ ।

ତେବେ ଖାଦ୍ୟର ମାନ ଉତ୍କୃଷ୍ଟ ଥିବାରୁ ରୋଷେୟାଙ୍କୁ ତାରିଫ କରିଥିଲେ । ଖାଇଥିବା ଅଇଁଣ୍ଠା ଷ୍ଟିଲ ଥାଳିକୁ ନିଜେ ଉଠାଇ ଧୋଇଥିଲେ । ପରେ ସ୍କୁଲର ସମସ୍ୟା କଣ ରହିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲକୁ ଖୁବଶୀଘ୍ର ବିଶୁଦ୍ଧ ପାଇପ ପାଣି ଯୋଗାଇବା ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ପାଚେରୀ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିଭଳି ଯଶୁଆପୁର ପଞ୍ଚାୟତ ଉତ୍ତରାୟଣୀ ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଥିଲେ ବିଧାୟକ । ଅଧାପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ଯେଭଳି ହଇରାଣ ନହେବେ ସେନେଇ ଧ୍ୟାନ ଦେବାକୁ କର୍ତ୍ତୁପକ୍ଷଙ୍କୁ କଡା ତାଗିଦ କରିଛନ୍ତି । ପିପିଲି ଡେଲାଙ୍ଗର ବିଭିନ୍ନ ସ୍କୁଲକୁ ଯାଇ ରୂପାନ୍ତରୀକରଣ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ଜାରୀ ରହିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।


ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ସ୍କୁଲ ରେ ପିଲା ମାନଙ୍କ ସହ କଥା ହେଉଛନ୍ତି ତାଙ୍କ ସୁବିଧା ଅସୁବିଧା କଣ ତାଙ୍କୁ ପାଠ ପଢା ଭଲ ଲାଗୁଛି କି ନାହିଁ । ସେମାନେ ଠିକ ଭାବରେ ବୁଝି ପାରୁଛନ୍ତି କି ନାହିଁ ସବୁ କଥା ବୁଝିଥିଲେ । ତେବେ ବ୍ଲାକ ବୋର୍ଡ ମରାମତି ଏବଂ କିଛି କକ୍ଷ ମରାମତି ପାଇଁ ମଧ୍ୟ କହିଥିଲେ । ତେବେ ସେ ପିଲା ମାନଂକୁ ବୁଝେଇ ଥିଲେ ମଧ୍ୟ କି ସେମାନେ ଆଗାମୀ ସମୟର ନାଗରିକ ରାଜ୍ୟ ର ନାଁ ରଖିବେ ତେବେ ସେଥିପାଇଁ ସେମାନଙ୍କୁ ଭଲ ପଢିବା ଆବଶ୍ୟକ ଅଟେ ।

ଏହା ସହ କୌଣସି ଅସୁବିଧା ହେଲେ ମଧ୍ୟ ଯୋଗାଯୋଗ କରିବା ପାଇଁ ମଧ୍ୟ କହିଥିଲେ । ତେବେ ଆପଣ ମାନେ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୨୧ ମସିହାରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *