ମିଡିଆ ଉପରେ ଗର୍ଜିଲେ Papu, କହିଲେ ‘ଏଭଳି ଅଲଜ୍ୟା ମିଡ଼ିଆ ଵାଲା, ଘର ଆଗରେ ମଶାରୀ ଟାଙ୍ଗି ଶୋଉଛନ୍ତି, କାଳେ କିଏ ସେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଅଭିନେତା ପପୁ ପମପମଙ୍କୁ କ୍ଲିନଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷ୍ ପ୍ରମାଣିତ ହୋଇଛନ୍ତି ପପୁ । ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ତାଙ୍କୁ ଦୋଷମୁକ୍ତ କରାଯାଇଛି । ନିର୍ଦ୍ଦୋଶ ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍ । କହିଛନ୍ତି ଛୋଟ କଥାକୁ ମିଡିଆରେ ବଡ କରି ଦେଖା ଯାଇଥିଲା । ଅଭିଯୋଗ ପରେ ସେ କିଛି ଭୁଲ ନକରି ୪୩ ଦିନ ଜେଲରେ ରହିଥିଲେ । ମିଡିଆରେ ବସି ଅନେକ ଲୋକ ଅନେକ କଥା କହିବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ ।

ତେବେ ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା ।

ଏନେଇ ପପୁ ପମପମ୍‌ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ।   ମୁଁ ପୁରା ନିର୍ଦ୍ଦୋଷ ଥିଲି । ଶେଷରେ ନ୍ୟାୟର ବିଜୟ ହୋଇଛି । ଓକିଲଙ୍କ ସହ ପରାମର୍ଶ ପରେ ମାନହାନି ମକଦ୍ଦମା କରିବି । ତେବେ ଏହା ପରେ ସେ ପମ ପମ ବାବୁଶାନ୍ ଓ ପ୍ରକୃତି ଙ୍କ ବିବାଦ ଭିତରେ ମିଡ଼ିଆ ଙ୍କୁ ଟାରଗେଟ୍ କରିଛନ୍ତି ।

ଯୌଭଳି ଭାବରେ ମିଡ଼ିଆ ଭାଇ ମାନେ ତାଙ୍କ ଘର ଆଗରେ ୬ ଦିନ ହେବ ରାତିଦିନ ପଡ଼ି ରହିଥିଲେ ସେଥି ଯୋଗୁଁ ଉତ୍ତମ ଭାଇଙ୍କ ଅପରାଜିତା ଙ୍କ ପରିବାର ଙ୍କ ଅବସ୍ଥା ମାନସିକ ରେ ଥିଲେ । ମିଡ଼ିଆ ର ଆକ୍ରୋଶ ମାନଭବ ଯୋଗୁଁ ଘରୁ ବାହାରିବା ବି ମୁସ୍କିଲ ଥିଲା । କିଛି ଜଣ ତ ଅଲଜ୍ୟା ଭାବରେ ମଶାରୀ ଟାଙ୍ଗି ଶୋଇଥିଲେ । ଏହାଠୁ ଖରାପ କଥା କଣ ହେବ ।


ଶେଷରେ ଅପରାଜିତା ମାଡାମ ସୋସିଆଲ ମିଡ଼ିଆ ରେ ହାତ ଯୋଡ଼ିବାକୁ ପଡ଼ିଲା । ମିଡ଼ିଆ ଭାଇ ଙ୍କୁ ପରାମର୍ଶ ଦେଇ କହିଛନ୍ତି ଲୋକଙ୍କୁ ଭଲ ନିଉଜ୍ ଦେଖାନ୍ତୁ ନାଁ କି ବାବୁଶାନ୍ ଘର ଆଗରେ ରହି ବାବୁଶାନ୍ ହଗିଲା ପାଡ଼ିଲା ଏହି ଖବର ଦେଖାଇବା କେତେଦୂର ଠିକ୍ । ମିଡ଼ିଆ କୁ ଚତୁର୍ଥ ସ୍ତମ୍ଭ କୁହାଯାଏ କିନ୍ତୁ ସେ କିଛି ଛୋଟ କଥାକୁ ଏତେ ଟାଣୁଛନ୍ତି ଏହା ଦ୍ୱାରା ଟୁଙ୍ଗୁରୁ ଭୋଳ ହିଁ ଷ୍ଟାର ହେଉଛନ୍ତି ଆଉ କିଛି ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *