‘ନବମ ଶ୍ରେଣୀ ପ୍ରେମିକ ସହ ferar ହେଲା ସ୍ତ୍ରୀ, ସ୍ଵାମୀ ହେଲା ପର, ନିଜ କୁନି ପୁଅ କଥା ବି ଭାବିଲାନି, ହେଲେ ଏବେ ଫେରିକି କହୁଛି ମତେ….’ ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପରକ୍ରିୟା ପ୍ରୀତି ଲୋକ ମାନଙ୍କ ପାଇଁ ବହୁତ ସାଧାରଣ ହେଇଗଲାଣି । ଭୁବନେଶ୍ବର ଭଳି ସ୍ମାର୍ଟ ସିଟିରେ ପରକ୍ରିୟା ପ୍ରୀତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତ କିଛି ସମୟ ହେବ ଏଭଳି ଏକ ଘଟଣା ସାମ୍ନାକୁ ଆସୁଛି । ଜଣେ ଯୁବତୀ ନିଜ ସ୍ଵାମୀ ଓ ନିଜ 9 ବର୍ଷର ପୁଅକୁ ଛାଡି ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ । ହେଲେ ପ୍ରେମିକର ଅସଲ ଚରିତ୍ର ବିଷୟରେ ଜାଣିବା ପରେ ଉକ୍ତ ଯୁବତୀ ନିଜ ସ୍ଵାମୀଙ୍କ ପାଖକୁ ଆସିବା ପାଇଁ ଇଛା କରିଥିଲେ ।

ସ୍ଵାମୀ ନିଜ ସ୍ତ୍ରୀର ଚରିତ୍ରକୁ ଦେଖି ଗ୍ରହଣ ନକରିବା ହେତୁ ଶେଷରେ ସ୍ତ୍ରୀ ନିଜ ସ୍ଵାମୀ ବିରୋଧରେ ଅଭିଯୋଗ କରିଥିଲେ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ଭୁବନେଶ୍ବର ରାଜଧାନୀରେ ଦେଖିବାକୁ ମିଳିଛି । ବନ୍ଧୁଗଣ ଉଭୟ ସ୍ଵାମୀ-ସ୍ତ୍ରୀଙ୍କ ବିବାହକୁ 10 ବର୍ଷ ହୋଇସାରିଥିବା ବେଳେ ଗତ ଏପ୍ରିଲ 14 ତାରିଖରେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର ହୋଇଥିଲେ ।

ତେବେ ଏନେଇ ସ୍ଵାମୀ ଗଣମାଧ୍ୟମ ସାମ୍ନାରେ ନିଜର ଅଭିଯୋଗ ରଖିଛନ୍ତି । ସ୍ଵାମୀଙ୍କ କହିବା ମୁତାବକ-‘ଆଜି ମୋତେ ମହିଳା ଥାନାରୁ କଲ୍ କରି ଡକା ହୋଇଥିଲା ଆଉ ଏଠି ମୁଁ ଆସିବା ପରେ ମୁଁ ଜାଣିବାକୁ ପାଇଲି ସେ ଅଭିଯୋଗ କରିଛି ମୋର ଅନ୍ୟ ଏକ ଝିଅ ସହ ଅଫେୟାର ଚାଲିଛି । ଆମର ବାହାଘର ୨୦୧୨ ମସିହାରେ ହୋଇଥିଲା ଆଉ ମିତାଲି ୧୪ ଏପ୍ରିଲରେ ଫେରାର ହେବା ପରେ ମୁଁ ମୋ ପୁଅକୁ ନେଇ ବହୁତ ସଂଘର୍ଷ କରି ବଢୁଛି ।

ମୋଟ ମୋ ବ୍ୟବସାୟ, ମୋ ପୁଅର ଭବିଷ୍ୟତ ଆଉ ମୋ ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାର ଅଛି । ମୋର ପିଠି ପଛରେ ଏସବୁ ଜିନିଷ ଚାଲିଥିଲା ମୁଁ କେବେ ବି ଜାଣି ନଥିଲି । କିନ୍ତୁ ବାପା ଯିବା ପରେ ଏସବୁ ଘଟଣା ବିଷୟରେ ମୋତେ ତାର ମୋବାଇଲରୁ ଜଣା ପଡିଲା । ଜଣା ପଡିବା ପରେ ମୁଁ ମିତାଲିକୁ ପଚାରିଲି କଣ ଏସବୁ ସେ କହିଲା ମୁଁ ନବମ ଶ୍ରେଣୀରୁ ଏ ପିଲା ସହ ଅଫେୟାରରେ ଅଛି । ମୁଁ କହିଲି ମୋତେ ଆଗରୁ କହିଲୁନି କାହିଁକି ବାହା କାହିଁକି ହେଲୁ ।

ଆମର ତ ଆରେଞ୍ଜ ମ୍ୟାରେଜ ହେଇଥିଲା ଲଭ ମ୍ୟାରେଜ ତ ହେଇ ନଥିଲା ତୁ ମୋତେ ଆଗରୁ କହିପାରି ଥାନ୍ତୁ । ତାର କହିବା ମୁତାବକ ମୋର ସ୍ଵାମୀ ବହୁତ ଇମୋସନାଲ ଆଉ ସେ ମୋତେ ଗ୍ରହଣ କରିବେ ହେଲେ ଏଇଟା ଅସମ୍ଭବ । ତାର ସେ ପିଲା ସହ ହେଇଥିବା ସବୁ ମନୋରଞ୍ଜନ ଫଟୋ ଦେଖିବା ପରେ ମୁଁ କଣ ଏ ଦୁନିଆର କୌଣସି ପୁଅ ତାକୁ ଗ୍ରହଣ କରିବ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *