ନିଜର ଅନନ୍ୟ ପ୍ରତିଭା ପାଇଁ International Book Of Records ରେ ସ୍ଥାନ ପାଇଲେ Rourkela ର ଏହି ଯୁବକ, କିକ ମାରି କରିଦେଲେ ରେକର୍ଡ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ରେକର୍ଡ ବିଷୟରେ ଶୁଣିଥିବେ କିଏ ବହି ପଢି ତ କିଏ ନୃତ୍ୟ କରି ନିଜର ନୂତନ ରେକର୍ଡ ସବୁ ବନେଇ ଥାଆନ୍ତି । ତେବେ ବର୍ତ୍ତମାନ ଜଣେ ଓଡ଼ିଶାର ପୁଅ ଏକ ଅଭିନବ ରେକର୍ଡ ବନେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ରେକର୍ଡ ବିଷୟରେ । ତେବେ ଗୋଟିଏ ମିନିଟ ରେ ୩୩୧ ଥର କିକ । ତେବେ ଏହି କିକ ମାରି ସେ ଇଣ୍ଡିଆନ ବୁକ ଅଫ ରେକର୍ଡ ରେ ସ୍ଥାନ ମଧ୍ୟ ପାଇଛନ୍ତି ରାଉରକେଲା ର ପୁଅ ସତ୍ୟ ସ୍ବରୂପ ସାହୁ ।

ମାର୍ଶାଲ ଆର୍ଟ ରେ ସେ ଗୋଟିଏ ମିନିଟ ରେ ୩୩୧ ଟି ଇଣ୍ଡିଆନ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି । ତେବେ ଗତ ସାତ ତାରିଖ ଦିନ ଏହି ପ୍ରତିଯୋଗିତା ହୋଇଥିଲା ତେବେ ସେ ପ୍ରାୟଃ ୧୭୦୦ ଜଣଙ୍କୁ ପଛରେ ପକାଇ ବିଜୟ ହୋଇଛନ୍ତି । ଆଉ ଏଥି ସହ ରାଉରକେଲା ସହର ପାଇଁ ଗୌରବ ମଧ୍ୟ ଆଣିଛନ୍ତି ।

ତେବେ ବର୍ତ୍ତମାନ ସେ ଇଣ୍ଟରନେସନାଲ ବୁକ ଅଫ ରେକର୍ଡ ଏବଂ ଏସିଆନ ବୁକ ଅଫ ରେକର୍ଡ ପାଇଁ ଆବେଦନ କରିଛନ୍ତି ଏବଂ ତାଙ୍କ ର ଏହି ଆବେଦନ ଗ୍ରହଣ ମଧ୍ୟ ହୋଇଛି ।
ତେବେ ସେ ୨୦୧୭ ରେ ମଧ୍ୟ ଇଣ୍ଡିଆନ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଥିଲେ । ତେବେ ବର୍ତ୍ତମାନ ସେ ଇଣ୍ଟରନେସନାଲ ବୁକ ଅଫ ରେକର୍ଡ ଏବଂ ଏସିଆନ ବୁକ ଅଫ ରେକର୍ଡ ରେ ମଧ୍ୟ ସ୍ଥାନ ପାଇବେ ବୋଲି ଆଶା କରିଛନ୍ତି ।

ତେବେ ସେ ନିଜେ କହିଛନ୍ତି କି ସେ ନିଜ ରାଉରକେଲା ସହର ପାଇଁ ଆହୁରି ଗର୍ବ ଆଣିବେ ଏବଂ ନିଜ ବାପା ମାଆ ଙ୍କ ନାମ କୁ ମଧ୍ୟ ଉଚ୍ଚ ରେ ରଖିବେ । ସେଥିପାଇଁ ସେ ଦିନ ରାତି ପରିଶ୍ରମ ମଧ୍ୟ କରୁଛନ୍ତି । ତେବେ ତାଙ୍କର ଏହି ସଫଳତା ରେ ତାଙ୍କ ବାପା ମାଆ ମଧ୍ୟ ବହୁତ ଖୁସି ଅଛନ୍ତି ଏବଂ ସେ କହିଛନ୍ତି କି ତାଙ୍କ ପୁଅ ବହୁତ ପରିଶ୍ରମ କରନ୍ତି ପାଠ ସହ ଏହାକୁ ମଧ୍ୟ ଅଭ୍ୟାସ କରିଥାନ୍ତି ।

ତେବେ କୁହାଯାଏ କି ମନୋବଳ ଦୃଢ଼ ଥିଲେ ସବୁ କାର୍ଯ୍ୟ ହାସଲ କରିହେବ । ଏହି ମନୋବଳ ଯୋଗୁଁ ହିଁ ସତ୍ୟ ସ୍ବରୂପ ଆଜି ବିଜୟ ଲାଭ କରିଛନ୍ତି ଏବଂ ଆଗକୁ ଆହୁରି ଉନ୍ନତି କରନ୍ତୁ ବୋଲି ଆମେ ପାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *