କଣ ଆପଣଙ୍କ ATM କାର୍ଡ ହଜି ଯାଇଛି ବା ATM କାର୍ଡ ଆଣିବାକୁ ଭୁଲି ଯାଇଛନ୍ତି ? ଜାଣନ୍ତୁ ବିନା ATM କାର୍ଡରେ କିପରି ଉଠାଇବେ ଟଙ୍କା ?

ବନ୍ଧୁଗଣ ଆଗରୁ ଟଙ୍କା ଉଠାଇବା ପାଇଁ ଆମେ ମାନେ ବ୍ୟାଙ୍କ ଯାଉ ଥିଲୁ ହେଲେ ବର୍ତ୍ତମାନର ସମୟରେ ଆମେ ମାନେ ବ୍ୟାଙ୍କରେ ଲାଇନ ନ ଲଗାଇ ବହୁତ ସହଜରେ ଓ କମ ସମୟ ମଧ୍ୟରେ ଏଟିଏମରୁ ଟଙ୍କା ଉଠାଇ ପାରୁଛୁ । ତେବେ ବେଳେବେଳେ କିଛି ବ୍ୟକ୍ତି ଏଟିଏମ କାର୍ଡ ନେବାକୁ ଭୁଲି ଯାନ୍ତି ତେବେ ସେହି ସମୟରେ ଆପଣ ମାନେ ଟଙ୍କା କେମିତି ଉଠାଇବେ । ବର୍ତ୍ତମାନ ଏଟିଏମ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ତ୍ତମାନର ଖବର ଅନୁସାରେ ଯଦି ଆପଣ ଏଟିଏମ କାର୍ଡ ଭୁଲି ଯାଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଏଣିକି ଆପଣ ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇ ପାରିବେ । ଏସବିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ନୂତନ ସୁବିଧା ହୋଇଛି । ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ହୋଇଥାନ୍ତି ତା ହେଲେ ଆପଣ ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇ ପାରିବେ ।

ଏସବିଆଇ ଗ୍ରାହକଙ୍କ ପାଇଁ ଆଣିଛି ୟୋନୋ କ୍ୟାସ ବ୍ୟବସ୍ଥା । ଏହା ସାହାର୍ଯ୍ୟରେ ଆପଣ ଯେକୌଣସି ସ୍ଥାନରେ ଏଟିଏମ ବ୍ଯତୀତ ପିଓଏସ ଟର୍ମିନାଲ ଓ ଗ୍ରାହକ ସେବା ପୋଏଣ୍ଟରୁ ନଗତ ଟଙ୍କା ଉଠାଇବାକୁ ସକ୍ଷମ ହେବେ । ବିନା ଏଟିଏମ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଆପଣଙ୍କ ଫୋନରେ ଏସବିଆଇର ୟୋନୋ ଆପ୍ ଡାଉନଲୋଡ କରି ଲଗ ଇନ କରିବାକୁ ହେବ ।

ଏହା ପରେ ହୋମ ପେଜରେ ୟୋନୋ କ୍ୟାସ ଉପରେ କ୍ଲିକ କରନ୍ତୁ । ୟୋନୋ ସେକ୍ସନର ଏଟିଏମ ସେକ୍ସନ ଉପରେ ଯାଇ କ୍ଲିକ କରନ୍ତୁ । ଆସୁଥିବା ବକ୍ସରେ ଆବଶ୍ୟକ ଟଙ୍କାର ପରିମାଣ ଲେଖନ୍ତୁ । ଏହା ପରେ ୬ ଅଙ୍କ ବିଶିଷ୍ଟ ଏକ ପିନ କୋର୍ଡ ବନାନ୍ତୁ । ଏହା ପରେ ଏକ ୟୋନୋ କ୍ୟାସ ଟ୍ରାନଯାକ୍ସନ ନମ୍ବର ଆପଣଙ୍କ ରେସଜିଷ୍ଟର ମୋବାଇଲକୁ ଆସିବ । ଏହା କେବଳ ୬ ଘଣ୍ଟା ପାଇଁ ସକ୍ରିୟ ରହିବ ଏହା ପରେ ଆପଣ ଏଟିଏମରେ ଥିବା ୟୋନୋ କ୍ୟାସ ଅପସନ ଉପରେ କ୍ଲିକ କରନ୍ତୁ ।

ଏହା ପରେ ରେଜିଷ୍ଟର ମୋବାଇଲକୁ ଆସିଥିବା ୟୋନୋ କ୍ୟାସ ଟ୍ରାନଯାକ୍ସନ ନମ୍ବର ଓ ଆପଣଙ୍କ ଦ୍ଵାରା ବନା ଯାଇଥିବା ୬ ଅଙ୍କ ବିଶିଷ୍ଟ ପିନ କୋର୍ଡ ନମ୍ବର ଲେଖନ୍ତୁ । ଏହି ସେବା ପୂରଣ ହେବା ପରେ ଆପଣ ଟଙ୍କା ଉଠାଇ ପାରିବେ । ଏହି ନୂଆ ବ୍ୟବସ୍ଥାରେ ଗ୍ରାହକ ମାନେ ଯେକୌଣସି ସ୍ଥାନରୁ ୫୦୦ ଟଙ୍କାରୁ ଆରମ୍ଭ କରି ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *