ନାଗ ଠାରୁ 4 ଗୁଣା ଅଧିକ ଭୟଙ୍କର କଳା ଚିତି ବୋଡା (Silent Killer Krait) ଲୁଚି ବସିଥିଲା ରୋଷେଇ ଘରେ, ଆଉ ତା’ପରେ ହଠାତ ଯାହା ହେଲା ନା…ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ନିଜ ଜୀବନରେ ଅନେକ ସାପ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ରହିଥାଏ ସେଥି ମଧ୍ୟରୁ କେତେକ ଘାତକ ମଧ୍ୟ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଚିତି ବୋଡା ବିଷୟରେ କହିବାକୁ ଯାଉଛୁ । ଏହି ସାପଟି ମଣିଷ ଜୀବନ ପାଇଁ ଘାତକ ହୋଇଥାଏ । ଏହି ସାପରେ ସବୁଠାରୁ ଖତରନାକ ବିଷ ରହିଥାଏ । ଚିତି ସାପ କାରଣରୁ ଅନେକ ଲୋକ ନିଜ ପ୍ରାଣ ହରାଇଛନ୍ତି ।

ତେବେ ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ବଙ୍ଗାରସ୍ ପ୍ରଜାତିର ଏକ ବିଷଯୁକ୍ତ ସାପ ।  ଇଂରାଜୀ ଭାଷାରେ ଏହି ସାପର ଆଉ କିଛି ସାଧାରଣ ନାମ ହେଲା ଇଣ୍ଡିଆନ୍ କ୍ରେଟ୍ ଓ ବ୍ଲୁ କ୍ରେଟ୍  ।  ଭାରତରେ ଯେଉଁ ୪ ପ୍ରଜାତିର ସାପ କାମୁଡ଼ାରେ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି, ସେମାନଙ୍କ ମଧ୍ୟରେ ଚିତି ସାପ ଅନ୍ୟତମ । ଏମାନଙ୍କର ଫଣା ନାହିଁ । ତେବେ ଚିତି ସାପ ରାତ୍ରିଚର ଏବଂ ଦିନ ବେଳେ ମନୁଷ୍ୟ ସହିତ କମ୍ ସମୟରେ ମୁହାଁ ମୁହିଁ ହୋଇଥାନ୍ତି ।

ଚିତି ସାପ କାମୁଡ଼ା ଘଟଣା ସବୁ ମୁଖ୍ୟତଃ ରାତିରେ ହୋଇଥାଏ । ଚିତି ସାପ କାମୁଡ଼ିଲେ ବେଶୀ ଦଂଶନ ପୀଡ଼ା ହୁଏନାହିଁ ଯାହା ଫଳରେ ମନୁଷ୍ୟ କିଛି କ୍ଷତି ନହୋଇଥିବା ଭାବେ । କିନ୍ତୁ କିଛି ସମୟ ପରେ ଭୀଷଣ ପେଟ ବ୍ୟଥା ଓ ଶରୀର ଅଚଳ ହେବା ଆରମ୍ଭ ହୁଏ । ଚିତି ସାପ କାମୁଡ଼ାର ୪-୮ ଘଣ୍ଟାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିପାରେ । ବର୍ଷା ଦିନେ ଚିତି ସାପ ନିଜ ଲୁଚିଥିବା ସ୍ଥାନରୁ ବାହାରି କୌଣସି ଶୁଷ୍କ ସ୍ଥାନ ବା ଘରେ ପଶିବାକୁ ଚେଷ୍ଟା କରନ୍ତି ।

ଶୋଇଥିବା ଅବସ୍ଥାରେ ମଣିଷକୁ ଚିତି ସାପ କାମୁଡ଼ିଲେ ମଶା ବା ପିମ୍ପୁଡ଼ି କାମୁଡ଼ିବା ପରି ଅନୁଭୂତ ହେଉଥିବାରୁ ଲୋକକୁ ଜଣା ମଧ୍ୟ ପଡ଼ିବ ନାହିଁ ଯେ ସାପ କାମୁଡ଼ିଛି । ଶୋଇଥିବା ଅବସ୍ଥାରେ ମଧ୍ୟ ଲୋକର ମୃତ୍ୟୁ ହେବା ସମ୍ଭବପର । ତେବେ ଏହି ସାପଟି ରାତ୍ରି ସମୟରେ ବାହାରିଥାଏ ଓ ଶିକାର କରିଥାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସାପର ଏକ ନୂଆ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ସାପଟିକୁ ଏକ ଘରୁ ଉଧାର କରାଯାଇଛି । ସୌଭାଗ୍ୟ ବଶତଃ ଏହି ସାପଟି କାହାର କ୍ଷତି କରି ନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ଏହି ଘଟଣାଟି ଭଦ୍ରକ ଜିଲ୍ଲାରେ ଘଟିଛି । ଚିତି ସାପଟି ଏକ ରୋଷେଇ ଘର ଭିତରେ ଲୁଚି ରହିଥିବା ବେଳେ ଘରର କିଛି ସଦସ୍ୟ ତାକୁ ଦେଖିଥିଲେ ଓ ବନ ବିଭାଗକୁ ସାପର ସୂଚନା ଦେଇଥିଲେ ।

ଏହା ପରେ ଜଣେ ସାପ ଧରାଳି ସେହି ସ୍ଥାନକୁ ଆସି ଥିଲେ । ବହୁତ ସାବଧାନତାର ସହ ସାପ ଧରାଳି ମିର୍ଜା ଆରିଫ ଏହି ଘାତକ ସାପଟିକୁ ସେହି ସ୍ଥାନରୁ ଉଧାର କରିଥିଲେ । ଏହା ପରେ ତାକୁ ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲେ । ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ।

ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ । ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *