ମା’ର ମମତା ! ମାଡି ଆସୁଥିଲା JCB, ମୃତ୍ୟୁକୁ ଖାତିର ନ କରି ଡେଣା ମେଲାଇ ଗର୍ଜନ କଲା, ଛୁଆଙ୍କୁ ରକ୍ଷା କଲା, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ… 

ବନ୍ଧୁଗଣ ଗୋଟେ ମା ନିଜ ଛୁଆର ଜୀବନ ରକ୍ଷା କରିବା ସହ ଛୁଆ ପାଇଁ କିଛି ବି କରିପାରେ । ଯଦି ମାଆ ଅନୁଭବ କରେ ତା ଛୁଆ ଉପରେ କିଛି ବିପଦ ରହିଛି ତେବେ ସାଙ୍ଗେ ସାଙ୍ଗେ ନିଜ ଛୁଆ ସାମ୍ନାକୁ ଆସି ଆଉ ସବୁ ବିପଦକୁ ନିଜ ଛାତି ଦେଖାଇ ସହିଜାଏ । ଠିକ ଏମିତି ଏକ ଭିଡିଓକୁ ଟ୍ବିଟର ଆକାଉଣ୍ଟରେ ବିଶିଷ୍ଠ ଶିଲ୍ପପତି ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି । ଭିଡିଓଟି ସେୟାର କରିବା ସହ ସେ ଲେଖିଛନ୍ତି ‘ମା ତୁଝେ ସଲାମ’ ।

ଏହି ଭିଡିଓଟିକୁ ଆପଣ ଟିକେ ଭଲ ଭାବରେ ଦେଖନ୍ତୁ କେମିତି ବିକଟଳ ଶବ୍ଦ କରି ମାଡି ଆସୁଛି ଜେସିବି । ଆଉ ସେତିକି ବେଳେ ନିଜ ଅଣ୍ଡାକୁ ସୁରକ୍ଷିତ ରଖିବା ପାଇଁ ଜେସିବି ସାମ୍ନାରେ ନିଜ ଡେଣା ମେଲାଇ ଛିଡା ହୋଇ ରହିଛି ଏହି ପକ୍ଷୀ । ସୋସିଆଲ ମିଡିଆରେ ଏହି ଭିଡିଓଟି ଗୋଟେ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି ।

ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି ସତରେ ମା ଠାରୁ ବଳି ଦୁନିଆରେ କେହି ବି ନାହିଁ ।ବନ୍ଧୁଗଣ ଏହାର ଶ୍ରେଷ୍ଠ ଉଦାହରଣ ଏହି ଭିଡିଓ । ଭିଡିଓରେ ଦେଖିବାକୁ ମିଳୁଛି ପକ୍ଷୀଟି ଅଣ୍ଡା ଦେଇଥିବା ସ୍ଥାନକୁ ହଠାତ ଏକ ଜେସିବି ମାଡି ଆସୁଛି । ଏହା ଦେଖିବା ପରେ ପକ୍ଷୀଟି ତାର ଅଣ୍ଡା ଆଡକୁ ଦଉଡି ପଳାଉଛି ।

ଅଣ୍ଡା ଗୁଡିକୁ ସୁରକ୍ଷା ଦେବାକୁ ଯାଇ ଅଣ୍ଡା ଉପରେ ତାର ଡେଣା ମେଲାଇ ଦୃଢତାର ସହ ଛିଡା ହେଉଛି । ଜେସିବିଟି ଗର୍ଜନ କରି ପକ୍ଷୀ ଆଡକୁ ମାଡି ଆସୁଥିଲେ ମଧ୍ୟ ପକ୍ଷୀଟି ନିଜ ସ୍ଥାନରୁ ହଟୁ ନାହିଁ ।ପକ୍ଷୀଟି ଜେସିବି ଆସିବା ମାତ୍ରେ ଚିତ୍କାର କରୁଛି ତାର ଚିତ୍କାରରୁ ଯାହା ଜଣା ପଡୁଛି ଆଗକୁ ଆସ ନାହିଁ । ଆଗକୁ ମାଡି ଆସିଲେ ମୋ ଛୁଆଙ୍କ ଜୀବନ ଚାଲିଯିବ ।

ପକ୍ଷୀଟିର ଗର୍ଜନ ଆଗରେ ଜେସିବିର ଗର୍ଜନ ସତେ ଯେମିତି ଫିକା ପଡିଛି । ସତରେ ମା ନିଜ ଛୁଆଙ୍କ ପାଇଁ ଯେ ରକ୍ଷା କବଚ ଏ କଥା କେହି ଅସ୍ଵୀକାର କରିବେ ନାହିଁ । ତେବେ ବନ୍ଧୁଗଣ ଏହି ଭିଡିଓକୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଭିଡିଓକୁ ବେସ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *