KGF2 Craze: ବିବାହ କାର୍ଡରେ ଫ୍ୟାନ୍ସ କଲେ କିଛି ଏମିତି କାରନାମା, ସୋସିଆଲ ମିଡିଆରେ ହେଉଛି ଖୁବ ଭାଇରାଲ

ବନ୍ଧୁଗଣ କର୍ଣ୍ଣାଟକର ବ୍ଲକ ବଷ୍ଟର ଫିଲ୍ମ ‘KGF CHAPTER 2’ ରିଲିଜ ହେବା ପରେ ସବୁ ଆଡେ ଏହି ଫିଲ୍ମର ଚର୍ଚ୍ଚା । ବନ୍ଧୁଗଣ ଏହି ଫିଲ୍ମର ଚ୍ୟାପ୍ଟର 1 ଗତ 4 ବର୍ଷ ତଳେ ରିଲିଜ ହୋଇଥିଲା ଆଉ ଫ୍ୟାନ୍ସ ମାନେ ଚ୍ୟାପ୍ଟର 2କୁ ଦେଖିବା ପାଇଁ ଚାହିଁ ବସିଥିଲେ । ହେଲେ ଲକଡାଉନ ହେବା କାରଣରୁ ଫିଲ୍ମଟି 4 ବର୍ଷ ପରେ ରିଲିଜ ହୋଇଛି । ଏହି ଫିଲ୍ମଟି ଏପ୍ରିଲ 14 ତାରିଖରେ ଥିଏଟରରେ ରିଲିଜ ହୋଇଛି ଓ ଫ୍ୟାନ୍ସ ମାନେ ଏହି ଫିଲ୍ମଟିକୁ ବେସ ଅଧିକ ପସନ୍ଦ କରନ୍ତି ।

ଏହି ଫିଲ୍ମର ମୁଖ୍ୟ ଅଭିନେତା ୟଶ (ROKY BHAI)ର ଏହି ଡାଇଲଗ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହିଛି । ସେହି ଡାଇଲଗଟି ହେଉଛି ‘ହିଂସା, ହିଂସା, ହିଂସା ମୋତେ ହିଂସା ପସନ୍ଦ ନୁହେଁ ମୁ ଏଥିରୁ ବଞ୍ଚିକି ରୁହେ ହେଲେ ହିଂସା ମୋତେ ପସନ୍ଦ କରେ ତେଣୁ ମୁଁ ବଞ୍ଚି ପାରେ ନାହିଁ’ ।

ଏହି ଡାଇଲଗକୁ ନେଇ ସବୁ ଆଡେ କ୍ରେଜ ଦେଖିବାକୁ ମିଳିଛି । କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହି ଡାଇଲଗର କ୍ରେଜ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏହି ଡାଇଲଗର ଏକ ନୂଆ ଉଦାହରଣ ଦେଖିବାକୁ ମିଳିଛି । ଜଣେ ଫ୍ୟାନ ନିଜ ବିବାହ କାର୍ଡରେ ଏହି ଡାଇଲଗର ବ୍ୟବହାର କରିଛି । ସୋସିଆଲ ମିଡିଆରେ ଏହି ବିବାହ କାର୍ଡର ଫଟୋ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧୩ ମେ କର୍ଣ୍ଣାଟକରେ ଶ୍ଵେତାଙ୍କ ସହ ଚନ୍ଦ୍ର ଶେଖର ନାମକ ଜଣେ ବ୍ୟକ୍ତି ବିବାହ କରିବାକୁ ଯାଉଛନ୍ତି । ଚନ୍ଦ୍ର ଶେଖର ନିଜ ବିବାହ କାର୍ଡରେ KGF ଚ୍ୟାପ୍ଟର ୨ର ଡାଇଲଗ ଲେଖିଛନ୍ତି । ହେଲେ ୟଶଙ୍କ ହିଂସାକୁ ସେ ବିବାହରେ ବଦଳାଇ ଛନ୍ତି ।

ସେ ନିଜ ବିବାହ କାର୍ଡରେ ଲେଖିଛନ୍ତି-‘ବିବାହ, ବିବାହ, ବିବାହ ମୋତେ ଏହା ପସନ୍ଦ ନୁହେଁ, ମୁଁ ସବୁବେଳେ ଟାଳି ଥାଏ ହେଲେ ମୋର ସମ୍ପର୍କୀୟଙ୍କୁ ବିବାହ ବହୁତ ପସନ୍ଦ ତେଣୁ ମୁଁ ଟାଳି ପାରେ ନାହିଁ’ । ଚନ୍ଦ୍ର ଶେଖରଙ୍କ ବିବାହ କାର୍ଡକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ

Leave a Reply

Your email address will not be published. Required fields are marked *