ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ତ ଆତ୍ମହତୟଆ ଏକ ପ୍ରକାର ଟ୍ରେଣ୍ଡ ହୋଇ ଯାଇଛି । ଯାହାକୁ ଦେଖିବ ସେ ଆତ୍ମହତୟଆ କରୁଛି । ଯାହାକୁ ଦେଖିବ ସମସ୍ତେ ଅସୁବିଧା ରୁ ମୁକ୍ତ ପାଇଁ ଏହି ରାସ୍ତା ଆପଣେଇ ଛନ୍ତି । ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ସ୍ଥାନୀୟ ମଞ୍ଚେଶ୍ବର ଥାନା ରସୁଲଗଡ଼ ଭାଗବତ ସନ୍ଧାନ ଅଞ୍ଚଳରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ । ମୃତ ମହିଳାଙ୍କ ନାମ ପ୍ରଜ୍ଞା ପରମିତା କର ବୋଲି ଜଣାପଡ଼ିଛି ।
ଗତ କାଲି ରାତିରେ ସାମ୍ନା ଘରେ ଭୋଜି କରିଥିବା ଜଣାପଡିଛି । ତେବେ ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ପାରିବାରିକ କଳହ କିମ୍ବା ପରକୀୟ ପ୍ରିତି ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ବେକରେ ଦଉଡି ଲଗାଇ ଝୁଲୁଥିବାର ପୋଲିସ ଦେଖିବାକୁ ପାଇଛି ।
ମହିଳାଙ୍କ ମୃତ୍ୟୁ ପାରିବାରିକ କହଳ କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମହିଳାଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ । ତେବେ ପ୍ରଜ୍ଞା ୬ ବର୍ଷ ତଳେ ବିବାହ କରି ଭାଗବତ ସନ୍ଧାନ ଅଞ୍ଚଳରେ ରହୁଥିଲେ । ଉଭୟ ସ୍ୱାମୀସ୍ତ୍ରୀ ଗତକାଲି ରାତିରେ ପଡ଼ୋଶୀଙ୍କ ଘରେ ଭୋଜିଭାତ କରିଥିଲେ ।
ଏହା ପରେ ଖୁସିମନରେ ସେଠାରୁ ଫେରିଥିଲେ । ହେଲେ ଆଜି ସକାଳୁ ପ୍ରଜ୍ଞାଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟ ପତିପତ୍ନୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା ନା ଅନ୍ୟ କିଛି ସମସ୍ୟା ଥିଲା ତାହାର ଖୋଳତାଡ଼ କରୁଛି ପୁଲିସ୍ । ଏପରିକି ଗତରାତିରେ ଭୋଜିରେ କ’ଣ ଘଟିଥିଲା କି, ହଠାତ୍ କାହିଁକି ଏପରି ଚରମ ପଦକ୍ଷେପ ନେଲେ ମହିଳା ସେ ନେଇ ବି ଖୋଳତାଡ଼ କରୁଛି ପୁଲିସ୍ ।
ତେବେ ବର୍ତ୍ତମାନ ତାଙ୍କ ସ୍ୱାମୀ ଙ୍କୁ ପଚରା ଉଚରା କରା ଯାଇଥିଲା ତେବେ ସେ କହିଛନ୍ତି କି ମୋତେ ସେ କାଲି ମେସେଜ କରିଥିଲା ଏବଂ କହିଥିଲା କି ତୁମେ ମୋତେ ଏମିତି କହିଲେ ଭଲ ଲାଗେ ଏବଂ ତୁମେ ମୋତେ ଭଲ ପାଇଲେ ମୋତେ ବହୁତ ଭଲ ଲାଗେ । ତେବେ ପରେ ମଜାରେ ରାତିରେ ଭୋଜି କରି ପକୋଡା କରି ଖାଇଥିଲୁ ଖୁସି ଥିଲୁ ଏହାପରେ ଶୋଇ ପଡିଥିଲୁ ତେବେ ସକାଳେ ଉଠି ସେ ବାଥରୁମ କୁ ଗଲା ଏବଂ ପରେ ସବୁ କବାଟ ଏବଂ ଝରକା ବନ୍ଦ କରିଥିଲା ।
ତେବେ କିଛି ସମୟ ପର୍ଯ୍ୟନ୍ତ ନ ଆସିବା ଯୋଗୁଁ ମୁଁ କବାଟ ବାଦେଇଥିଲି କୌଣସି ଉତ୍ତର ମିଳି ନଥିଲା ତେବେ ପରେ ଝରକା କୁ ପେଚକଚ ରେ ଖୋଲି ଦେଖିବା ବେଳେ ସେ ଓଢଣୀ ରେ ଫାସୀ ଦେଇ ଦେଇଛି । ତେବେ ଆମର ପ୍ରେମ ବିବାହ ହୋଇ ଥିଲା । ତେବେ ମୋର ଛୋଟ ପୁଅ ଅଛି ତାର ଭବିଷ୍ୟତ କଣ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।