‘ମୁଁ ବିଧବା ହେବିନି ମୁଁ ମୋ ପ୍ରେମିକ ସହ ନୂଆ ସଂସାର ଗଢିବି…’ ସ୍ବାମୀର ଚିତା ଲିଭିନି, ସ୍ତ୍ରୀ ର ଏମିତି କାଣ୍ଡ ଦେଖି ଲୋକ କାବା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ତ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଆଜିକାଲି ପ୍ରେମ ସମ୍ପର୍କ କୁ ନେଇକି ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଟି ଭାଇରାଲ ହେଉଛି ଯାହା ସମଗ୍ର ମା ଜାତିକୁ ପୁରା କଳଙ୍କ କରିଦେଇଛି । ତେବେ ଅବୈଧ ସମ୍ପର୍କରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତୟଆ କଲା ପତ୍ନୀ ।


କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଭାମଣ୍ଡା ଗାଁରୁ ଏହି ଅଭିଯୋଗ ଆସିଛି । ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱାମୀଙ୍କ ଚିତା ଲିଭି ନଥିବା ବେଳେ ୪ ପିଲାକୁ ଛାଡି ପ୍ରେମିକ ସହ ପତ୍ନୀ ଫେରାର ହୋଇଯାଇଛି । ଆଉ ପ୍ରେମିକ ସହ ଫେରାର ହେବା ବେଳର ଭିଡିଓ ଭାଇରାଲ ହେଉଛି । ଅବୈଧ ସମ୍ପର୍କ ପାଇଁ ରଙ୍ଗାଧର ଦାସଙ୍କୁ ତାଙ୍କ ପତ୍ନୀ ରତ୍ନମଣି ହତୟଆ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ତେବେ ଚାରି ପିଲାର ମାଆ ପ୍ରେମରେ ପଡି ସ୍ୱାମୀକୁ ହତୟଆ କରିବା ପରେ ପ୍ରେମିକ ସହ ଫେରାର ହେବା ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ହେଉଛି । ଅଭିଯୋଗ ଅନୁସାରେ ଭମଣ୍ଡ ଗାଁର ପୂଜକ ରଙ୍ଗାଧର ଦାସଙ୍କ ପତ୍ନୀ ରତ୍ନମଣିଙ୍କ ସହ ଗାଁର ଅସିତ ଶତପଥୀଙ୍କ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା । ଗତ ୧୭ତାରିଖରେ ମନ୍ଦିରକୁ ପୂଜା କରିବାକୁ ଯାଇ ରଙ୍ଗାଧର ନିଖୋଜ ହୋଇଯାଇଥିଲେ ।

ଘଟଣାର ୫ ଦିନ ପରେ ଗାଁ ନିକଟସ୍ଥ ସିମିଳିମାହାର ଜୋର ନିକଟରୁ ତାଙ୍କର କ୍ଷତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଥିଲା । ମୃତଦେହ ଚିହ୍ନଟ ପରେ ପରିବାର ଲୋକେ ଅନ୍ତିମ ସଂସ୍କାର କରିଥିଲେ । ହେଲେ ବଡକଥା ହେଉଛି, ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ରତ୍ନମଣି ୪ ପିଲାଙ୍କୁ ଛାଡି ସର୍ବସମ୍ମୁଖରେ ପ୍ରେମିକର ହାତ ଧରି ଗାଁ ଛାଡି ଚାଲି ଯାଇଛନ୍ତି । ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିବା ଭିଡିଓ ଭାଇରାଲ ହେଉଛି।


ତେବେ ମହିଳା ଜଣଙ୍କ କହିବା କଥା ଯଦି ମୋତେ ଘରେ ରଖିବେ ତେବେ ରହିବି ନ ହେଲେ ସେ ପୁଅ ସହ ଅର୍ଥାତ ତାଙ୍କ ପ୍ରେମିକ ସହ ସେ ପଳେଇବେ। ତେବେ ତାଙ୍କ ସ୍ୱାମୀ କେମିତି ମଲେ ସେ ଜାଣି ନାହାଁନ୍ତି।ସେ ସ୍ୱୀକାର ମଧ୍ୟ କରିଛନ୍ତି କି ହଁ ସେହି ଯୁବକ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି ଆଉ ଯଦି ତାଙ୍କ ପିଲାମାନେ ତାଙ୍କୁ ମନାକଲେ ଏଠାରେ ରହିବାକୁ ତେବେ ସେ ତାଙ୍କ ପ୍ରେମିକ ସହ ଗାଁ ଛାଡି ପଳେଇବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *