ରକ୍ଷକ ସାଜିଲା ଭକ୍ଷକ ! ଡେଲିଭରି ସମୟରେ ଗର୍ଭବତୀ ମହିଳାଙ୍କ ସହ ଡାକ୍ତର ଯାହା କଲେ ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠିବ…

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ରକ୍ଷକ ଭକ୍ଷକ ସାଜେ ସେତେବେଳେ ମନୁଷ୍ୟତା ଏବଂ ବିଶ୍ୱାସ ଉପରେ ଭରସା ଉଠି ଯାଇଥାଏ ତେବେ ଆମେ ସବୁଠାରୁ ପ୍ରଥମେ ବିଶ୍ୱାସ ଭଗବାନ ଏବଂ ବାପା ମାଆ ଙ୍କ ଛଡା ଯଦି ଆଉ କାହାକୁ ବିଶ୍ୱାସ କରୁ ସେ ହେଉଛନ୍ତି ଜୀବନ୍ତ ଭଗବାନ ଅର୍ଥାତ ଡାକ୍ତର । ତେବେ ଡାକ୍ତର ଙ୍କୁ ଆମେ ଭଗବାନ ଭଳି ମାନୁ କିନ୍ତୁ ଯେତେ ବେଳେ ସେହି ଡାକ୍ତର ନିଜର ଅବହେଳା କିମ୍ବା ନିଜର କାମନା ପୂର୍ତ୍ତି ରେ ନିଜର ମାନବିକତା ଭୁଲି ଯାଏ ସେତେବେଳେ ଲୋକମାନେ ଅନ୍ୟକୁ ଭରସା କରି ପାରନ୍ତି ନାହିଁ ।


ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିକି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଜଣେ ଗର୍ଭବତୀଙ୍କୁ ଦୁଷ୍କଅର୍ମ କଲେ ଡାକ୍ତର । ଡେଲିଭରି ବେଳେ ଜୀବନ ବଞ୍ଚାଇବେ କ’ଣ ବରଂ ନିଜ କାମନାକୁ ଚରିତାର୍ଥ କରିଥିଲେ ଦ୍ୱିତୀୟ ଭଗବାନ । ବ୍ରାଜିଲରେ ସାମ୍ନାକୁ ଆସିଛି ଏଭଳି ନୃଶଂସ ଘଟଣା । ଆଉ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଆନାସ୍ଥେଟିଷ୍ଟ ।

ସି-ସେକ୍ସନ୍‌ ଅପରେସନ୍‌ ବେଳେ ଡାକ୍ତର ଜଣକ ଏଭଳି କାଣ୍ଡ କରିଛନ୍ତି । ପୂରା ଘଟଣା ସିକ୍ରେଟ୍‌ କ୍ୟାମେରାରେ କଏଦ ହୋଇଛି । ଅଭିଯୁକ୍ତ ଡାକ୍ତର ଏଭଳି ଭାବେ ୫ ଥର ଦୁଷ୍କଅର୍ମ କରିଥିବା ନେଇ ଆଶଙ୍କା କରାଯାଉଛି । ଅଭିଯୁକ୍ତ ୩୨ ବର୍ଷୀୟ ଡାକ୍ତର ଜିୟୋବାନୀ କ୍ୱିଣ୍ଟେଲା ବେଜରାଙ୍କୁ ରିଓ ଡି ଜେନେରିଓରୁ ଗିରଫ କରିଛି ପୋଲିସ ।


ତେବେ ଗିରଫ ହେବା ପରେ ବେଜରାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହି ଘଟଣା ରିଓ ଡି ଜେନେରିଓର ହସ୍ପିଟାଲ ଦା ମୁହ୍ଲାରର । ଏଠାରେ ଡେଲିଭରି ପାଇଁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତର ପ୍ରଥମେ ବେହୋସ କରି ଦେଇଥିଲେ ଓ ତା’ ପରେ ତାଙ୍କର ଓରାଲ ରେପ୍‌ କରାଯାଇଥିଲା । ଆଶଙ୍କା କରାଯାଉଛି ଯେ ସେ ପୂର୍ବରୁ ବି ଏଭଳି କାରନାମା ଅନେକ ଥର କରିଛନ୍ତି ।

ବେଜରା କିଛି ମାସ ତଳେ ହିଁ ଆନାସ୍ଥେସିଆର କୋର୍ସ କରିଥିଲେ । ଏହା ପରେ ତାଙ୍କୁ ଏହି ହସ୍ପିଟାଲରେ ଚାକିରି ମିଳିଥିଲା । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ସନ୍ଦେହ ହେବାରୁ ସେମାନେ ଅପରେସନ୍‌ ଥିଏଟରରେ ଏକ ହିଡେନ୍‌ କ୍ୟାମେରା ଲଗାଇଥିଲେ । ଏହି କ୍ୟାମେରା ମାଧ୍ୟମରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବାକୁ ଚାହୁଁଥିଲେ ଯେ ବେଜରା ଠିକ୍‌ ଭାବେ ଇଞ୍ଜେକସନ୍‌ ଦେଉଛନ୍ତି କି ନାହିଁ । ଗିରଫ ହେବା ପରେ ଅଭିଯୁକ୍ତକୁ ୮ରୁ ୧୫ ବର୍ଷ ଯାଏଁ ଜେଲ ହୋଇପାରେ ।


ତେବେ ବର୍ତ୍ତମାନ ଅଭିଯୁକ୍ତ ଡାକ୍ତରକୁ ବ୍ରାଜିଲର ସବୁଠୁ ବଡ଼ ଜେଲ ବାଙ୍ଗୁରେ ରଖାଯାଇଛି । ପୋଲିସ ତଦନ୍ତ ବେଳେ ଜଣାପଡ଼ିଛି ଯେ ବେଜରା ୨୦୧୮ରୁ ହିଁ ହସ୍ପିଟାଲରେ ଅଭଦ୍ରାମୀ କରିଥିବା ନେଇ ଅଭିଯୋଗର ସାମ୍ନା କରୁଛନ୍ତି । ପୂର୍ବରୁ ସେ ଓ ଆଉ ଜଣେ ଡାକ୍ତରଙ୍କ ଉପରେ ଭୁଲ ଚିକିତ୍ସା କରିଥିବା ନେଇ ଆରୋପ ଲାଗିଥିଲା । ସେମାନଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ୨୩ ବର୍ଷୀୟା ମହିଳା କୋମାକୁ ଚାଲି ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *