ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ ,ପୋଲିସକୁ ଦେଉଛନ୍ତି ଏମିତି ଧମକ, Video ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ

ନମସ୍କାର ବନ୍ଧୁଗଣ ତେବେ ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ତେବେ ରାଜଧାନୀ ଭୁବନେଶ୍ୱରରେ  ଅପଅରାଆଧୀ ମାନେ ଆଉ ପୋଲିସକୁ ଖାତିର କରୁନାହାନ୍ତି । ପୋଲିସକୁ ଧକ୍କା ମାରି ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି । ପୋଲିସ ମଧ୍ୟ ଅପଅରାଆଧୀଙ୍କ ନାଲି ଆଖି ଆଗରେ ଲାଙ୍ଗୁଡ ଜାକି ଲୁଚି ଯାଉଛି । ଏହା କେଉଁ ଉପାନ୍ତ ଅଂଚଳ ନୁହେଁ, ବରଂ ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି ।


ମହାବଳଶାଳୀ କମିଶନରେଟ ପୋଲିସକୁ ତଳେ ପକାଇ ଚୋଟ ପରେ ଚୋଟ ମାରି ଚାଲିଲା, ହେଲେ ପୋଲିସ ନିରବ୍ରଦଷ୍ଟା ସାଜିଲା । ଯାହା ପୋଲିସର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ତେବେ ବର୍ତ୍ତମାନ ଫୁଣି ଜଣେ ଯୁବକ ମଅଦଅ ନିଶା ରେ ପୋଲିସ କୁ ଗାଳି ଗୁଲଜ କରିବା ସହ ଅଭଦ୍ର ଭାଷା ମଧ୍ୟ କହିଥିଲେ ।

ତେବେ ପୋଲିସ ଏହାର ବିରୋଧ କରି ସେହି ଯୁବକ କୁ ପଚାରିବାରୁ ସେ ଓଲଟା ପୋଲିସ କୁ ତୋ ଆଇ କାର୍ଡ଼ ଦେଖା ବୋଲି ପ୍ରଶ୍ନ କରିବାରେ ଲାଗିଲା ଏବଂ ଏହା ସହ ତୁ କିଏ ମୋତେ ଧରିବାକୁ ଆଉ ତୋର ସାହାସ କେମିତି ହେଲା ମୋତେ ମାରିବାକୁ ଏହା ଛଡା ଅଭଦ୍ର ଭାଷାରେ ଗାଳି ଗୁଲଜ ମଧ୍ୟ ଆରମ୍ଭ କରି ଦେଇଥିଲା । ତେବେ ପରେ ପୋଲିସ ତାକୁ ଜବରଦସ୍ତ ଗାଡ଼ିରେ ବସାଇ ଥାନା କୁ ନେଇ ଯାଇଥିଲା । ତେବେ ବର୍ତ୍ତମାନ ରାଜଧାନୀ ରେ ମଅଦଅ ପିଇ ଲୋକମାନେ ଅନେକ କାଣ୍ଡ କରି ବସୁଛନ୍ତି ।

ତେବେ ଯେପରି ସମ୍ପତି ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ବଡୁ ସାହି ଦିପୁନା ଚନ୍ଦ୍ର ଓ ତାଙ୍କ ଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା । ସମ୍ପତି ଭାଗ-ବଂଟାକୁ ନେଇ ଆଜି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରି କି ମାରପିଟ ମଧ୍ୟ ଲାଗିଥିଲା । ଏହି ସମୟରେ କେହି ଜଣେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଁଚିଥିଲା ।


ତେବେ ପୋଲିସ ଦୁଇ ଭାଇକୁ ଥାନାକୁ ନେଉଥିବା ବେଳେ ସାନଭାଇ ଉତକ୍ଷିପ୍ତ ହୋଇଉଠିଥିଲା । ପୋଲିସକୁ ଧକ୍କା ମାରି ତଳେ ପକାଇ ଦେଇ ଏକ କଟୁରିରେ ବଡ ଭାଇକୁ ଚୋଟ ପରେ ଚୋଟ ପରେ ମାରି ଚାଲିଥିଲେ । ରାସ୍ତା ମଝିରେ ଘଟୁଥିବା ଏଭଳି କାଣ୍ଡକୁ ରୋକିବାକୁ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ୟମ କରିଥିଲେ । ହେଲେ ବିଫଳ ହୋଇଥିଲେ ସାନ ଭାଇର କଟୁରି ଚୋଟରେ ବଡ ଭାଇ ଦିପାନା ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *