‘ଲୁଚିକି ଭିଡିଓ କରି ନିଜକୁ ହିରୋଇନ ଦେଖଉଛି, ମନ୍ଦିରରେ ଟିକ ଟକ କରି ଡେଇଁ ସେ…’ ପୁଣି ମନ୍ଦିରରେ ଯୁବତୀଙ୍କ ମଡର୍ଣ୍ଣ ରିଲ୍ସ ଭିଡିଓକୁ ନେଇ ଦେଖନ୍ତୁ କଣ କହିଲେ ଅଭିନେତ୍ରୀ Pratibha Panda, ଦେଖନ୍ତୁ Vieo

ନମସ୍କାର ବନ୍ଧୁଗଣ ତେବେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପରେ‌ ଏବେ ଭୁବନେଶ୍ୱର ୬୪ ଯୋଗିନୀ ପୀଠ ପରିସରରୁ ଭିଡିଓ ଭାଇରାଲ । ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଏହି ଭିଡିଓ । ଇନଷ୍ଟାଗ୍ରାମ ରିଲ୍ କରି ବିବାଦକୁ ଆସିଛନ୍ତି ଆଉ ଜଣେ ଯୁବତୀ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ମହାମାୟା ଚଉଷଠି ଯୋଗିନୀଙ୍କ ମନ୍ଦିର ଭିତରେ ଯୁବତୀ ଜଣକ ଏହି ଭିଡିଓ କରିଛନ୍ତି ।


ପୁଣି ମନ୍ଦିରରେ ଇନଷ୍ଟାଗ୍ରାମ ରିଲ୍, ଭିଡିଓ ଭାଇରାଲମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ଥିବା ସତ୍ତ୍ୱେ କିପରି ଏହି ଯୁବତୀ ଜଣକ ସେଠାରେ ଭିଡିଓ କରିଛନ୍ତି ତାକୁ ନେଇ ଏବେ ପ୍ରଶ୍ନ । ଆଧୁନିକ ଗୀତ ତାଳେ ତାଳେ ନାଚୁଛନ୍ତି ଜନୈକା ଯୁବତୀ । ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ସୋସିଆଲ ମିଡିଆରେ ଘୁରି ବୁଲିଲା ଏହି ଭିଡିଓ । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହେଲା ।

ତେବେ ପରେ ସମ୍ପୃକ୍ତ ଯୁବତୀ ଏକ ଭିଡିଓ ଜାରି କରି କରି ଏମିତି କହିଛନ୍ତି । ସିଧା ନିଜ ଭୂଲ କେଉଁଠି ରହିଲା ସେ କଥାକୁ ନକହି ସିଧା ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମକୁ ଦାୟୀ କରିବା ସହ ଧମକ ଦେଇଛନ୍ତି । ତେବେ ଭିଡିଓଟି ଭାଇରାଲ ହେବା ପରେ ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ସେପଟେ ଯୁବତୀ ଜଣକ ଜଗସିଂହପୁରର ଆଲବମ ଅଭିନେତ୍ରୀ ବୋଲି ଜଣାପଡ଼ିଛି ।

ତେବେ ସେହି ଯୁବତୀ ଜଣଙ୍କ କହିଛନ୍ତି କି ତାଙ୍କୁ ମନ୍ଦିର ପ୍ରଶାସନ ତରଫରୁ କୌଣସି ଗାଇଡ଼ ଲାଇନ କୁହା ଯାଇ ନଥିଲା ସମସ୍ତେ ସେଠାରେ ଫଟୋ ଉଠାଉ ଥିଲେ କିନ୍ତୁ ମୋ ଫ୍ୟାନ ଅଧିକ ଥିବାରୁ ନିଜ ଟିଆରପି ବଢ଼େଇବା ପାଇଁ ସେଭଳି ଅଭିଯୋଗ କରୁଛନ୍ତି । ତେବେ ବର୍ତ୍ତମାନ ଏହା ଉପରେ ଅଭିନେତ୍ରୀ ପ୍ରତିଭା ପଣ୍ଡା ନିଜର ମତାମତ ରଖିଛନ୍ତି ।

ତେବେ ସେ କହିଛନ୍ତି ୬୪ ଯୋଗିନୀ ପୀଠ ହେଉଛି ତନ୍ତ୍ର ସାଧନାପୀଠ ଏବଂ ବହୁତ ପୁରୁଣା ପୀଠ ଏବଂ ଏଠାରେ ଫୋନ ନେଇଯିବା ବାରଣ ମଧ୍ୟ । ତେବେ ଯଦି ସେ ନିଜକୁ ବଡ଼ ଅଭିନେତ୍ରୀ ବୋଲି କହୁଛନ୍ତି ତେବେ ସେ କଦାପି ଏଭଳି ଭୁଲ କରି ନଥାନ୍ତେ ଆମ ସଂସ୍କୃତି ର ଏଭଳି ମଜାକ ବନେଇ ନଥାନ୍ତେ । ଭିଡିଓ କରିବାର ଅଛି ନିଜ ବାପା ମାଆ ଙ୍କ ସହ କର କିନ୍ତୁ ମନ୍ଦିର ଟିକ ଟକ ପାଇଁ ନୁହେଁ ତେଣୁ ସେଠାକୁ କଳୁଷିତ କର ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *