Breaking News: ଆଜି ଠାରୁ ବନ୍ଦ ରହିବ ସମସ୍ତ Petrol Pumps, ଦେଖନ୍ତୁ କେଉଁ ଦିନ ପର୍ଯ୍ୟନ୍ତ ?

ବନ୍ଧୁଗଣ ଦୀର୍ଘ କିଛି ମାସ ହେବ କେନ୍ଦ୍ର ସରକାର ପେଟ୍ରୋଲ ଦର ବହୁତ ଅଧିକ ବଢାଇ ଦେଇଥିଲେ ହେଲେ ଏବେ କିଛି ମାତ୍ରାରେ କମିଛି । ପେଟ୍ରୋଲ ଦର 100 ଟଙ୍କା ଉପରେ ଥିବା ବେଳେ ଲୋକ ମାନଙ୍କ ଚିନ୍ତା ଦିନକୁ ଦିନ ପେଟ୍ରୋଲ ପାଇଁ ବଢିବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ପେଟ୍ରୋଲ ପମ୍ପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତେବେ ବନ୍ଧୁଗଣ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଆଜି ଠାରୁ ଦୁଇ ଦିନ ଯାଏଁ ଧର୍ମ ଘାଟରେ ଓଲହାଇବ ପେଟ୍ରୋଲିୟମ ଡିଲର ଆସୋସିଏସନ । ଆଜି ଠାରୁ ସନ୍ଧ୍ୟା 6ଟାରୁ ସକାଳ 6ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ ।

ଗତ କିଛି ଦିନ ତଳେ ସରକାର ପେଟ୍ରୋଲ ଟେକ୍ସ କମାଇ ଥିଲେ ଆଉ ଏଥିପାଇଁ ପେଟ୍ରୋଲିୟମ ଡିଲର ମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁ ଛନ୍ତି । ଏଥିପାଇଁ ଡିଲର ମାନେ ତୈଳ କମ୍ପାନୀ ମାନଙ୍କ ଠାରୁ କ୍ଷତି ପୂରଣ ଦାବି କରିଛନ୍ତି କ୍ଷତି ପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନ ସହାୟତା ନିଆଯିବ । 2 ଦିନ ଧରି ତୈଳ କମ୍ପାନୀ ଠାରୁ କୌଣସି ତୈଳ କିଣା ହେବ ନାହିଁ ବୋଲି ଡିଲର ଆସୋସିଏସନ ପକ୍ଷରୁ କୁହାଯାଇଛି ।


ଡିଲର ଆସୋସିଏସନ ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମର ଅନୁରୋଧ ଯେତେବେଳେ ସେମାନେ ଟେକ୍ସ କମଉଛନ୍ତି ତେବେ ସେମାନେ ଗ୍ରାଜୁଆଲି କମାନ୍ତୁ । ଆପଣ ଯେତେ କମାଇବା ଆମେ ଜନସାଧାରଣଙ୍କ ସାଙ୍ଗରେ ଅଛୁ । ଅତ୍ୟଧିକ ପେଟ୍ରୋଲ ଦର ରହିବାରୁ ଜନସାଧାରଣଙ୍କୁ ବି ବୋଝ ବଢୁଛି ଆଉ ଆମକୁ ବି କଷ୍ଟ ହେଉଛି ।

ଦର କମିଲେ ଆମେ ଖୁସି କିନ୍ତୁ ଯେଉଁ ଭାବରେ ସେ କମାଉ ଛନ୍ତି ସେଇଟା ଡିଲର ମାନେ ପମ୍ପ ଚଳେଇବା ଭାରି କଷ୍ଟ । ଏବେ ଦର କମିବାରୁ ରାତିଆ ରାତି କିଛି ଡିଲର 10 ରୁ 12 ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ତେଣୁ ଜନସାଧାରଣଙ୍କୁ ଅନୁରୋଧ ଦିନରେ ପମ୍ପ ଖୋଲା ରହିବ ଦୁଇ ଦିନ ପାଇଁ ସନ୍ଧ୍ୟା 6ଠାରୁ ସକାଳ 6ଟା ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *