ବୟସ ମାତ୍ର 9 ବର୍ଷ, କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି, ରାଜା ଭଳି ଅଟେ ଏହି ପିଲାଟିର ଜୀବନ, Lifestyle ଆଗରେ Ambani ବି ଫେଲ ହେଇଯିବ !

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ତ ଜାଣିଥିବେ ଯେ, ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି। ସେହିପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ।ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି। ଏହି ସୋସିଆଲ ମିଡିଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭାଇରାଲ ହୋଇଥାଏ। ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା। ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସେହିପରି ଏକ କୁନି ପିଲା ର କଥା ଆମେ କହିବୁ ଯିଏ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ତେବେ ଆସନ୍ତୁ ଜାଣିନେବା ସେହି ପିଲାର ବିଷୟରେ।

ତେବେ ୯ ବର୍ଷ ବୟସରେ ହୁଏତ ଅନେକଙ୍କୁ ଜଣାନଥିବ ଗୋଟେ ଅରବ କେତେ ଟଙ୍କା । ହେଲେ ଏମିତି ବି ଜଣେ ବାଳକ ଅଛି ଯାହାର ବୟସ ମାତ୍ର ୯ ବର୍ଷ । ହେଲେ ଏହି ବୟସରେ ସେ ଅପରିଜ୍ୟାପ୍ତ ସମ୍ପତ୍ତିର ମାଲିକ। ନାଇଜେରିଆର ୯ ବର୍ଷର ବାଳକ ମୁହମ୍ମଦ ଅୱଲ ମୁସ୍ତାଫା ଆକା ମମଫା ଜୁନିଅର । ଯିଏ ନିଜ ଧନ ପାଇଁ ସାରା ଦୁନିଆଁରେ ବେଶ୍ ଜଣାଶୁଣା ହୋଇସାରିଲେଣି।


ତେବେ‘ ଦି ସନ୍’ର ରିପୋର୍ଟ ମୁତାବକ, ମୁସ୍ତାଫାଙ୍କ ପାଖରେ ଏକାଧିକ ସୁପର କାର ସହ ରହିଛି ପ୍ରାଇଭେଟ ଜେଟ୍ । ଏହି ଜେଟରେ ସେ ଦୁନିଆର ବିଭିନ୍ନ ଦେଶକୁ ବୁଲିବାକୁ ଯାଆନ୍ତି । ସେ ରହିବା ପାଇଁ ରହିଛି ଏକାଧିକ ମହଲ । ନାଇଜେରିଆ ଲାଗେସ୍ ପ୍ରାନ୍ତରେ ରହୁଥିବା ମୁସ୍ତଫା , ମୋମ୍ମଦ ଅବଲ ମୁସ୍ତଫାଙ୍କ ପୁଅ । ଜୁନିଅର୍ ମୁସ୍ତଫାଙ୍କ ଇନଷ୍ଟାଗ୍ରାମରେ ଅଛନ୍ତି ପାଖାପାଖି ୩୦ ହଜାର ଫଲୋଅର୍ସ । ଏଥିରେ ସେ ସବୁବେଳେ ନିଜ ଭବ୍ୟ ଜୀବନ ଶୈଳୀର ଫଟୋକୁ ସେୟାର କରିଥାନ୍ତି ।


ତାଙ୍କୁ ନିଜ ପ୍ରାଇଭେଟ୍ ଜେଟରେ ଯାଉଥିବା ଦେଖିବାକୁ ମିଳିଛି । ଏହି ଜେଟ ଭିତରେ ମୁସ୍ତଫାଙ୍କୁ ଖାଉଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ନିଜ କାର ଗୁଡିକର କଲେକ୍ସନକୁ ସୋ କେସିଙ୍ଗ କରନ୍ତି । ତାଙ୍କ ସୁପର କାର କଲେକ୍ସନ୍ ଭିତରେ ରହିଛି ହଳଦି ରଙ୍ଗର ଫରାରେ , ୱେଣ୍ଟଲେ ଫ୍ଲାଇଙ୍ଗ ସ୍ପର୍ ଓ ରେଲ୍ସ ରାୟସ୍ ବ୍ରେଥ୍ । ମାତ୍ର ୬ ବର୍ଷ ବୟସରେ ତାଙ୍କ ବାପା ତାଙ୍କୁ ପ୍ରଥମ ବଙ୍ଗଳା କିଣି ଉପହାର ଭାବେ ଦେଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *