‘ଜାଗୃତି ତମେ ଅନୁଭବ ସହ ଅଫେୟର କରୁଚ, Varsha ତ ସାଂସଦଙ୍କ ଲିଗାଲ ସ୍ତ୍ରୀ, କିନ୍ତୁ ତୁମେ…’ Jagrati ଙ୍କୁ କିଛି ଏମିତି ପାନେ ଦେଲେ ଲୋକ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ “ବର୍ଷା ହେଉଛନ୍ତି ଅନୁଭବ ଙ୍କ ଆଇନଗତ ସ୍ତ୍ରୀ ତୁମେ ନୁହେଁ । ତୁମେ ଅନୁଭବ ଙ୍କ ସହିତ ଆଫେୟାର କରୁଛ । ” ରୋକଠୋକ ଶୁଣାଇଛନ୍ତି ଜଣେ ଇଣ୍ଟରନେଟ ୟୁଜର ଜାଗୃତି ଶୁକ୍ଳା ଙ୍କୁ । ସ୍ୱାମୀ ଅନୁଭବ ଓ ସ୍ତ୍ରୀ ବର୍ଷା ଭିତରେ ଜାଗୃତି କିଏ? ଜାଗୃତି ଅନୁଭବ ଙ୍କ ତଥାକଥିତ ସାଙ୍ଗ । ଯାହାକି ସବୁଆଡେ ଦେଖାଉଛନ୍ତି । କିନ୍ତୁ ଏଭଳି ପ୍ରଶ୍ନ ପଚାରୁଛନ୍ତି ଯେମିତି ଅନୁଭବ ଙ୍କ ଉପରେ ହକ୍ ଅଛି ଏବଂ ବୁଲାଇ ବଙ୍କେଇ ବର୍ଷା ଙ୍କୁ ଟାର୍ଗେଟ କରୁଛନ୍ତି ।


ସୋସିଆଲ ମିଡିଆ ରେ ଗୋଟିଏ ପୋଷ୍ଟ କରିଛନ୍ତି ଜାଗୃତି ଶୁକ୍ଳା । ଯାହାପରେ ତାଙ୍କୁ ଭଲ ଭାବରେ ଶୁଣାଇଛନ୍ତି ଇଣ୍ଟରନେଟ ଓ ଫେସବୁକ ୟୁଜର୍ସ । ଜାଗୃତି ଶୁକ୍ଳା ଙ୍କୁ ତାଙ୍କ ଆଇନା ଦେଖାଇ ଦେଇଛନ୍ତି ଏବଂ ଯାହାପରେ ବ୍ୟଥିତ ହୋଇ ଜାଗୃତି ଶୁକ୍ଳା ଆଉ ଗୋଟିଏ ପୋଷ୍ଟ କରିଛନ୍ତି । ତେବେ ପ୍ରଥମ ପୋଷ୍ଟ ରେ କଣ ଥିଲା ଯେଉଁଥିରେ ଜାଗୃତି ଲେଖିଥିଲେ, ଜଣେ ସାଂସଦ ଙ୍କ ସ୍ତ୍ରୀ ଅଲଗା ଅଲଗା ନାଁ ବ୍ୟବହାର କରିଛନ୍ତି ଦଶମ ବା ମ୍ୟାଟ୍ରିକ ପରୀକ୍ଷା, ପାସପୋର୍ଟ, ପ୍ୟାନକାର୍ଡ ଆଉ ବ୍ୟାଙ୍କ ଆକାଉଣ୍ଟ ରେ ଏବଂ ଏହା ସହିତ ଆଇଟିଅର୍ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରେ ।

ଏହାକୁ ନେଇ ସେ ତୁଳନା କରିଲେ ଯେ, ସ୍ତ୍ରୀ ର ଯେଉଁ ପରିଚୟ ପତ୍ର ସାଂସଦ ଙ୍କ ସ୍ତ୍ରୀ ଙ୍କୁ ମିଳିଥିଲା କଣ ସେ ତାହା ପାଇବା ପାଇଁ ଯୋଗ୍ୟ? ତେବେ ଏହା ଥିଲାତାଙ୍କର ପୋଷ୍ଟ । ଯାହାପରେ ଅନେକ ସାରା ଇଣ୍ଟରନେଟ ୟୁଜର୍ସ କିଛି ଏଭଳି ଲେଖିଥିଲେ । ଜଣେ ୟୁଜର ଲେଖିଥିଲେ ଯେ,’ଓଡ଼ିଆ ବୋହୁ ହେବା ପାଇଁ ତୁମେ କେବଳ ଚେଷ୍ଟା କରୁଛ । କିନ୍ତୁ ତୁମେ ଜଣେ ଓଡ଼ିଆ ବୋହୁ ନୁହେଁ । ଲୁଚିଛି ନା ଗୋଡ଼ ଦିଟା ଦିଶୁଛି । ‘

ଆଉ ଜଣେ ଲେଖିଥିଲେ, “ମ୍ୟାଡମ ଏମ୍ପି ଙ୍କ ବାପା ବି ଗୋଟିଏ ଫେକ ଡିଗ୍ରୀ ବା ଜାଲ ସାର୍ଟିଫିକେଟ ମାମଲା ରେ ପ୍ରମୋସନ ନେଇଥିଲେ । ତାହା କଣ ବେଆଇନ ବା କ୍ରାଇମ ନୁହେଁ କି?” ତେବେ କଥା ଏତିକି ରେ ସରି ନାହିଁ । ତାଙ୍କୁ ଗୋଟିଏ ପରେ ଗୋଟିଏ କମେଣ୍ଟ ର ଆକ୍ରମଣ ହୋଇଛି । ଆଉ ଜଣେ ୟୁଜର ଲେଖିଛନ୍ତି, ‘ଜଣେ ବିବାହିତ ପୁରୁଷ ସହିତ ଅଫେୟାର କରିବା ମଧ୍ୟ ଅପରାଧ । ‘ ଏବଂ ଆଉ ଜଣେ ଲେଖିଛନ୍ତି, ‘ବର୍ଷା ହେଉଛନ୍ତି ସାଂସଦ ଙ୍କ ଲିଗାଲ ସ୍ତ୍ରୀ ତୁମେ କିଏ?’ ତେବେ ଏଭଳି ଅନେକ କମେଣ୍ଟ ଭର୍ତ୍ତି ହୋଇ ରହିଛି ଜାଗୃତି ଶୁକ୍ଳା ଙ୍କ ଫେସବୁକ ପୋଷ୍ଟ ରେ ।


ଏହି ପୋଷ୍ଟ ର ସାତ ଘଣ୍ଟା ରେ ଜାଗୃତି ଆଉ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ ଯେ, “ମୋର ଆତ୍ମ ସମ୍ମାନ ଉପରେ ଆକ୍ରମଣ ହୋଇପାରେ । ଏହାକୁ ଭାଙ୍ଗିରୁଜି ଚୁରମାର କରିଦିଆ ଯାଇପାରେ । ସତ୍ୟତା କୁ ବିଦ୍ରୁପ କରି ଦେଖା ଯାଇପାରେ । କିନ୍ତୁ ଯେ ପର୍ଯ୍ୟନ୍ତ ସେ ସମର୍ପଣ କରି ନାହାନ୍ତି କେହିବି ତାଙ୍କ ଠାରୁ ଏହାକୁ ଛଡ଼ାଇ ନେଇ ପାରିବେ ନାହିଁ । ”

ତେବେ ଏହା ଦେଖିବାକୁ ବାକି ରହିଲା ଯେ, ସାଂସଦ ଅନୁଭବ ମହାନ୍ତି ନିଜ ବାନ୍ଧବୀ ଙ୍କ ଉପରେ ହୋଇଥିବା ଏଭଳି ବ୍ୟଙ୍ଗ ବିଦ୍ରୁପ ବାଣ ର କଣ ପ୍ରତିକ୍ରିୟା ରଖୁଛନ୍ତି । ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *