ପଡୋଶୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ରାସ୍ତା ମଝିରେ ଡ୍ରେସ ଚିରିଲେ ଯୁବତୀ ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନାରୀ ନିର୍ଯ୍ୟାଆତନା ର କଥା ସାମାନ୍ୟ ହୋଇ ଗଲାଣି । ପ୍ରାୟତଃ ଏହି ସମ୍ବନ୍ଧୀୟ ଘଟଣା ସାମ୍ନା କୁ ଆସୁଛି । ସବୁ ଘଟଣା ମଧ୍ୟ ରେ ପୁଣିଥରେ ଏକ କେସ ଦେଖିବାକୁ ମିଳିଛି । ଯେଉଁଥିରେ ଜଣେ ମହିଳା ନିଜ ପଡ଼ୋଶୀ ଙ୍କ ଉପରେ ଯୌଔନ ନିର୍ଯ୍ୟାଆତନା ର ଅଭିଯୋଗ ଲଗାଇଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ମହିଳା ଜଣକ ଙ୍କ କହିବାନୁଯାୟୀ ତାଙ୍କ ଶାଶୂଘରେ ତାଙ୍କୁ ନଣନ୍ଦ ଓ ଦିଅର ମାରପିଟ କରିବା ପରେ ସେ ନିଜ ଶାଶୂଘର କୁ ଦୀର୍ଘ ୬ ୭ ବର୍ଷ ହେବ ଛାଡ଼ି ସାରିଛନ୍ତି । ସେ ଢେଙ୍କାନାଳ ରେ ଘରଭଡ଼ା ରେ ରହି ବାସନ ମାଜି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ଜିଲ୍ଳାପାଳ ଙ୍କୁ କହିବା ପରେ ସେ ଇନ୍ଦିରା ଆବାସ ର ପ୍ରତିଶୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳିନାହିଁ ।

ସେ ସାହାଯ୍ୟ ନିମନ୍ତେ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସାହାଯ୍ୟ ର ହାତ ସାମ୍ନା କୁ ଆସି ନାହିଁ । ତେବେ ଏଭଳି ସମୟ ରେ ସେ କହିଛନ୍ତି ଯେ, ତାଙ୍କ ପଡ଼ୋଶୀ ଘର ର ଜଣେ ପୁରୁଷ ତାଙ୍କୁ ଅନେକ ପ୍ରକାର ହଇରାଣ କରୁଛନ୍ତି । ସେ ଅର୍ଦ୍ଧ ନଗ୍ନ ହୋଇ ତାଙ୍କୁ ଏବଂ ତାଙ୍କ ଝିଅ ସହିତ ଅପବ୍ୟବହାର ମଧ୍ୟ କରିଛନ୍ତି ।

ତାଙ୍କ କହିବାନୁଯାୟୀ ଉକ୍ତ ପୁରୁଷ ଜଣକ ଚାହୁଁଛନ୍ତି ଯେ, ମହିଳା ଜଣକ ତାଙ୍କ ସହିତ ସମ୍ପର୍କ ରେ ଆସନ୍ତୁ କାରଣ ତାଙ୍କ ସ୍ୱାମୀ ଜୀବିତ ନାହାନ୍ତି । ଏହି ସମ୍ବନ୍ଧରେ ମହିଳା ଜଣକ ଗତ ଜାନୁଆରୀ ୨୫ ତାରିଖ କୁ ଥାନା ରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ପୋଲିସ ପୁରୁଷ ଠାରୁ ଲାଞ୍ଚ ନେଇ ଏହି କେସ କୁ ରଫାଦଫା କରିଦେଲା । ସେହି ପୁରୁଷ ଜଣକ ମହିଳା ଙ୍କୁ ଧମକ ମଧ୍ୟ ଦେଇଛନ୍ତି ଯେ, ଯଦି ସେ ତାଙ୍କ ସହିତ ସମ୍ପର୍କ ନ ରଖିବେ ତେବେ ସେ ତାଙ୍କର ରାସ୍ତା ରେ ଆକ୍ସିଡେଣ୍ଟ କରି ଜୀବନ ରୁ ମାରି ଦେବେ ।

ଥାନା ରୁ ମହିଳା ଙ୍କୁ ବାରମ୍ବାର ଡକାଉଛନ୍ତି କିନ୍ତୁ ତାଙ୍କୁ ଉଚିତ ସମୟ ରେ ସାହାଯ୍ୟ ମିଳୁନାହିଁ ଏବଂ ଘରକୁ ଫେରି ଯିବାକୁ କହୁଛନ୍ତି । ମହିଳା ଜଣକ ଧମକ ପାଇବା ପରେ ଭୟଭୀତ ଅବସ୍ଥା ରେ ନିଜ ଘରକୁ ଫେରୁଛନ୍ତି । ସେହି ପୁରୁଷ ର ଘର ପାଣ ସାହି ରେ ବୋଲି ମହିଳା ଜଣକ କହିଛନ୍ତି ଏବଂ ସେ ସେହି ସାହି ର ନେତା ମଧ୍ୟ ହୋଇଛନ୍ତି ।

ମହିଳା ଜଣକ ନିଜ ପାଇଁ ଉଠିତ ନ୍ୟାୟ ର ମାଙ୍ଗ କରିଛନ୍ତି ଏବଂ ଚାହିଁଛନ୍ତି ସେହି ପୁରୁଷ କୁ ଜେଲ ରେ ଦଣ୍ଡ ମିଳୁ । କାରଣ ଯେପରି ଭବିଷ୍ୟତ ରେ ସେ କୌଣସି ବି ନାରୀ ଙ୍କ ଇଜ୍ଜତ କୁ ନିଜ ପଇସା ସହିତ ତୁଳନା କରିବ ନାହିଁ । ତେବେ ଏହି ସମ୍ବନ୍ଧରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *