ପୁଅରୁ କେମିତି ହେଲି ଝିଅ ? ନିଜ ଜୀବନର କାହାଣୀ ବଖାଣିଲେ କିନ୍ନର Ayesh, କହିଲେ କିପରି Ashoka ରୁ ପାଲଟିଗଲେ Ayesh, ଦେଖନ୍ତୁ ଏହି Exclusive Interview

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭଗବାନ ଗଢିଥିବା ମନୁଷ୍ୟ ର ତିନୋଟି ପକ୍ଷ ଥାଏ । ନାରୀ, ପୁରୁଷ, ଓ କିନ୍ନର । ଆମ ମଣିଷ ସମାଜ ନିଜ ମିଛ ଅହଂକାର ଓ ଗର୍ବ ପାଇଁ କିନ୍ନର ମାନଙ୍କୁ ତଡି ଦେଇଥାଏ । କିନ୍ନର ଙ୍କୁ ଆଦିଶକ୍ତି ର ଅର୍ଦ୍ଧ ନାରେଶ୍ୱରୀ ଙ୍କ ରୂପ ମଧ୍ୟ କୁହାଯାଏ । କିନ୍ତୁ ସେମାନେ ଆମ ହସ ସୁଖ ରେ ସାମିଲ ହୋଇ ତାଙ୍କ ଆଶୀର୍ବାଦ କରନ୍ତି । କିନ୍ନର ଙ୍କ ଅଭିଶାପ ଓ ଆଶୀର୍ବାଦ ଏହି ଦୁଇଟି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।


ତେବେ ସେ କୁହନ୍ତି କି ତାଙ୍କ ବାପା ଜଣେ ମଦୁଆ ଥିଲେ ତେଣୁ ତାଙ୍କ ସମସ୍ତ ଭାଇଙ୍କୁ ଏବଂ ତାଙ୍କୁ ତାଙ୍କ ମାଆ ବହୁତ କଷ୍ଟ ରେ ପାଠ ପଢେଇଛନ୍ତି ବହୁତ ଦୁଃଖ ରେ ମଧ୍ୟ ରହିଛନ୍ତି । ତେବେ ଜୀବନରେ ସେ ନିଜର ଅସ୍ତିତ୍ୱ ଏବଂ ପରିଚୟ ଖୋଜିବା ରେ ଏବଂ ଲୁଚାଇବାରେ ବହୁତ କଷ୍ଟ ଅନୁଭବ କରିଛନ୍ତି ।

ତେବେ ଯେତେବେଳେ ସେ କିନ୍ନର ବୋଲି ଜାଣିଥିଲେ ସେତେବେଳେ ସମାଜ ତାଙ୍କୁ ସହଜରେ ଗ୍ରହଣ କରି ପାରି ନଥିଲା । ତେବେ ଘର ଲୋକ ମଧ୍ୟ ବିଗିଡି ଥିଲେ । ତେବେ ସେ ପରେ ଭୁବନେଶ୍ୱର ରେ ପାର୍ଟ ଟାଇମ ଜବ କରୁଥିଲେ ତା ସହ ପଢୁଥିଲେ କିନ୍ତୁ ପରେ ଅଧାରୁ ତାଙ୍କୁ ପାଠ ଛାଡିବା ପାଇଁ ପଡିଥିଲା ଏବଂ ଚାକିରୀ କରି ଚଳିବାକୁ ପଡିଥିଲା ।

ତେବେ ପରେ ସେ କିନ୍ନର ସମାଜରେ ମିଶିଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ବର୍ତ୍ତମାନ ଏକ ସରକାରୀ ଚାକିରୀ ମଧ୍ୟ କରୁଛନ୍ତି । ତେବେ ଏହା ସହ ସେ ମଡେଲିଂ ମଧ୍ୟ କରୁଛନ୍ତି ଏହା ସହ ବର୍ତ୍ତମାନ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଗ୍ରହଣ କରି ସାରିଛନ୍ତି । 


ତେବେ ଶେଷରେ ସେ କହିଥିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କିନ୍ନର କୁ ଗ୍ରହଣ କରୁ ନାହାନ୍ତି କିମ୍ବା ଘୃଣା କରୁଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭାବରେ ଦୁର ହୋଇଗଲେ ବହୁତ ଭଲ ହେବ । ତେବେ ଅଶୋକ ରୁ ଆଇଶା ହେବାର ଯାତ୍ରା ସହଜ ନଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *