ମଲା ପୁଅର ଫଟୋକୁ ଧରି ସ୍ୱାମୀଙ୍କୁ ମୁଖାଗ୍ନୀ ଦେଲେ ମହିଳା, ତାଙ୍କ କାହାଣୀ ଶୁଣିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ତେବେ ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନୀ ଦେଇଥିଲେ ସ୍ତ୍ରୀ । ପୁଣି ବର୍ଷକତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି  ରାଜଧାନୀ ଉପକଣ୍ଠରେ ୨୦୨୦ ମେ ୩ ତାରିଖ ଦିନର ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ପ୍ରଶଂସନୀୟ । ଛାତିକୁ ପଥର କରି ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଅନନ୍ୟ ଉଦ୍ୟମ କରି ଉଦାହରଣ ସାଜିଥିବା ସେହି ମହିଳା ଜଣକ କାହାଣୀ ବେଶ ମର୍ମସ୍ପର୍ଷୀ ।


ପୁଅର ଅବର୍ତ୍ତମାନରେ ତା ଫଟୋକୁ କାଖରେ ଜାକି ଶ୍ମଶାନରେ ସ୍ୱାମୀଙ୍କ ଶେଷକୃତ୍ୟ କରିବାର ନିଷ୍ପତ୍ତି ପତ୍ନୀ ଅମିୟବାଳାଙ୍କ ପାଇଁ ଯେତିକି ହୃଦୟ ବିଦାରକ ଅନ୍ୟ ମାନଙ୍କ ପାଇଁ କିନ୍ତୁ ସେତିକି ପ୍ରେରଣାଦାୟକ । ତେବେ କାରଣ ଫଟୋରେ ଉକୁଟୁଥିବା ସେଇ ହସ ହସ ମୁହଁ ୨୦୧୯ ଅବେଳରେ ଅକସ୍ମାତ୍ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ଲିଭି ସାରିଥିଲେ ବି ଛାତିକୁ ପଥର କରି ସେ କୋହକୁ ଭୁଲିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳର ଅମିୟବାଳା ପରିଡ଼ା ।

ଏପଟେ ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ଶଯ୍ୟାଶାୟୀ ସ୍ୱାମୀଙ୍କ ସେବାରେ ନିଜକୁ ନିୟୋଜିତ କରି ସମୟ ସ୍ରୋତରେ ଆଗକୁ ଚାଲୁଥିଲେ । ହେଲେ ତାହା ବି ବେଶୀ ଦିନ ତିଷ୍ଠିଲାନି । ଶେଷରେ ଗତ ୩ ତାରିଖ ଦିନ ସ୍ୱାମୀ ଚଣ୍ଡି ପ୍ରସାଦଙ୍କୁ ସବୁଦିନ ପାଇଁ ଅମୀୟବାଳାଙ୍କଠୁ ଛଡ଼ାଇ ନେଲେ ଇଶ୍ୱର । ପୁଅ ବିନା କେମିତି ହେବ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ।

ଭାବିବାକୁ ବେଳ ନଥିଲା, ସବୁ ସାମାଜିକ କଟକଣା ଓ ଲୋକନିନ୍ଦାକୁ ପଛକରି ସାହସ ଜୁଟାଇ ଏମିତି ଢଙ୍ଗରେ ସ୍ୱାମୀଙ୍କୁ ମୁକ୍ତି ଦେଇଥିଲେ ଅଭାଗିନୀ ଅମିୟବାଳା । ତେବେ ବିଧିର ବିଧାନ ବଡ଼ ବିଚିତ୍ର । ବର୍ଷକ ଭିତରେ ଆଗ ପଛ ହୋଇ ପୁଅ ଓ ସ୍ୱାମୀ ଆର ପାରିକୁ ଚାଲିଗଲା ପରେ ଅମୀୟବାଳା ସଂପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି ସତ, ହେଲେ ତାଙ୍କର ଅତି ଆପଣାର ଦୁଇ ମଣିଷଙ୍କୁ ଚିରକାଳ ଅମର ରଖିବାକୁ ଯେଉଁ ପଣ କରିଛନ୍ତି ତାହା କିନ୍ତୁ ବେଶ୍ ପ୍ରଶଂସନୀୟ ।

କାରଣ ଯେଉଁ ରାସ୍ତା ଦୁର୍ଘଟଣାରେ ପୁଅ ଚାଲିଗଲା । ସେହିଭଳି ଦୁସ୍ଥିତି ଯେମିତି ଅନ୍ୟ କାହା ଭାଗ୍ୟରେ ନଆସେ ସେଥିଲାଗି ପୁଅ ନାଁରେ ରୋଡ ସେଫ୍ଟି ଫାଉଣ୍ଡେସନ ଗଢ଼ି ବର୍ଷକ ତଳୁ ଅମୀୟବାଳା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟ ଚଳାଇଥିବାବେଳେ, ସ୍ୱାମୀଙ୍କ ନାଁରେ ଆଉ ଏକ ଟ୍ରଷ୍ଟ କରି ବସ୍ତି ଅଞ୍ଚଳର ଗରିବ ପିଲାଙ୍କ ପାଠପଢ଼ା ଓ ଖାଦ୍ୟ ପେୟ ବ୍ୟବସ୍ଥା କରୁଥିଲେ । ଯାହାକି ଆଗାମୀ ଦିନରେ ତାଙ୍କୁ ବଞ୍ଚିବାର ରାହା ଯୋଗାଇବ ବୋଲି କୋହଭରା କଣ୍ଠରେ କହିଛନ୍ତି ଅମୀୟବାଳା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *