ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଆସିଲା ସରକାରଙ୍କ ନୂଆ ନିୟମ, ଘର ଭଡା (House Rent) ପାଇଁ ଆଉ ହେବ ନାହିଁ କଳି, ଘର ଭଡା ଦେଇ ନ ପାରିଲେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଡ଼ାଟିଆ ଆଉ ହେବେ ନାହିଁ ହଇରାଣ । ଭଡ଼ାଟିଆ ଙ୍କୁ ମାଲିକ ଚାହିଁଲେ ମନ ଇଚ୍ଛା ଆଉ କାଢ଼ି ପାରିବେ ନାହିଁ । ଭଡ଼ାଟିଆ ଓ ମାଲିକ ଙ୍କ ଭିତରେ ଆଗ ପରି ଆଉ ହେବ ନାହିଁ କଳି । ଏହି ସବୁ ର ସମାଧାନ ଆଣିଛି ଗୋଟିଏ ନୂଆ ନିୟମ । ପ୍ରାଇଭେଟ ହେଉ ଅବା କମର୍ସିଆଲ ଆଜିକାଲି ଭଡ଼ାଟିଆ ଙ୍କୁ କେନ୍ଦ୍ର କରି ତୁମୁଳ କାଣ୍ଡ ସବୁ ଘଟି ଯାଉଛି । ଯାହାକି ଆପଣ ବି ଏହି ସମାଜ ରେ ଦେଖୁଥିବେ।

ଏହି ସବୁ ମାମଲା ରେ ପୋଲିସ ହସ୍ତକ୍ଷେପ କରୁନଥିବା ବେଳେ ମାମଲା ସିଧା କୋର୍ଟ କୁ ଯାଉଛି । ଏହାର ସମାଧାନ ପାଇଁ ଖୁବ ଶୀଘ୍ର ରାଜ୍ୟ ରେ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଲାଗୁ କରିବା ପାଇଁ ଦାବି ହୋଇଛି । ଏହା ଫଳ ରେ ଉଭୟ ପକ୍ଷ ଙ୍କ ମଧ୍ୟ ରେ ଆଇନଗତ ବୁଝାମଣା ସହିତ ପଡ଼ି ରହିଥିବା ମାମଲା ଗୁଡ଼ିକ ର ତ୍ୱରିତ ସମାଧାନ ହୋଇ ପାରିବ ।

ଏଥର ଘର ଭଡ଼ା କଳି ସୁଧାରିବ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ । ଘର ମାଲିକ ଓ ଭଡ଼ାଟିଆ ଙ୍କ ମଧ୍ୟରେ ଏବେ ଠାରୁ ଲିଖିତ ବୁଝାମଣା ହେବ । ଯାହା ଫଳ ରେ ସହଜ ରେ ସବୁକିଛି ସମାଧାନ ହୋଇଯିବ । ଯେଉଁ ହାଉସ ରେଣ୍ଟ ଆକ୍ଟ ପୂର୍ବରୁ ରହିଥିଲା ତାକୁ ପୁନଃ ପ୍ରଚଳନ କରାଯିବ କିମ୍ବା ନୂଆ ଆକ୍ଟ ଲାଗୁ କରାଯିବ ।

ଯେଉଁଥିରେ ଉଭୟ ଘର ମାଲିକ ଓ ଭଡ଼ାଟିଆ ମାନେ ଉପକୃତ ହେବେ ଏବଂ ଏହା ସହିତ ସିଭିଲ କୋର୍ଟ ରେ କେସ କମିଯିବ ଓ ପ୍ରକୃତ କେସ ଗୁଡ଼ିକ ର ଫଇସଲା ହୋଇଯିବ । ଏହି ନୂଆ ନିୟମ ମୁତାବକ ଘର ମାଲିକ ଦୁଇ ମାସ ରୁ ଅଧିକ ଘର ଭଡ଼ା ନେଇ ପାରିବ ନାହିଁ । ଅନ୍ୟ ପକ୍ଷରେ ଯଦି ଭଡ଼ାଟିଆ ନିୟମ କୁ ନ ମାନନ୍ତି ତେବେ ତାଙ୍କ ଠାରୁ ଚାରି ଗୁଣ ଅଧିକ ଭଡ଼ା ନିଆଯିବ ।

ଏହି ସମସ୍ତ କେସ କୁ ନେଇ କୋର୍ଟ ରେ ଅଯଥା ଚାପ ବଢ଼ି ଚାଲୁଛି । ଏ ନେଇ ଆଇନ ବିଭାଗ କୁ ଅବଗତ କରାଯାଇଛି ଏବଂ ଏହି ସମ୍ବନ୍ଧରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *