କାଳ ସାଜିଲା କାଳବୈଶାଖୀ ! ମାତ୍ର କେଇ ମୁହୂର୍ତ୍ତରେ ଝଡତୋଫାନ ସବୁକିଛି କରିଦେଲା ଛାରଖାର..

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବାହାଘର ସରିଯାଇଥାଏ ରିସେପ୍ସନ ପାଇଁ ଚାଲିଥାଏ ପ୍ରସ୍ତୁତି । ମନ ଖୁସିରେ କିଏ ରୋଷେଇ କରୁଥାଏ ତ କିଏ ଘରର ଡେକୋରେସନ କରୁଥାଏ ।

ବର ଓ କନ୍ୟା ସଜ ହେଉଥିଲେ । ହାତରେ ଉପହାର ଧରି ଘରକୁ ବନ୍ଧୁ ବାନ୍ଧବଙ୍କ ସୁଅ ଛୁଟୁ ଥାଏ । କିନ୍ତୁ ବନ୍ଧୁଗଣ ହଠାତ ଭୟଙ୍କର ରୂପରେ ମାଡି ଆସିଲା କାଳ ବୈଶାଖୀ । ମାତ୍ର କେହି ମୂହୁର୍ତ୍ତରେ ଝଡ ତୁଫାନ ସବୁ କିଛି ଛାର ଖାର କରିଦେଲା । ବର- କନ୍ୟାଙ୍କ ପାଇଁ ହୋଇଥିବା ଡେକୋରେସନ ସବୁ କିଛି ଉଡାଇ ନେଇଥିଲା । ରନ୍ଧା ଖାଦ୍ୟ କଥା ତ ନ କହିବା ଭଲ ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲ ପୁର ବ୍ଲକ ମନୁପାଲ୍ଲୀ ଗାଁରେ ।

ଗତ କାଲି ଭୁବନ ସାହୁଙ୍କ ବାହାଘର ଭୋଜି ଥିବା ବେଳେ ପ୍ରବଳ ଝଡ ତୋଫାନ ଯୋଗୁଁ ଏଭଳି ଘଟଣା ଘଟିଛି । ବାହାଘର ପାଇଁ ଲାଗିଥିବା ବେଦି ଓ ଟେଣ୍ଟ ମଧ୍ୟ ଭାଙ୍ଗି କି ତଳେ ପଡିଛି । ଟେଣ୍ଟର ଲୁହା ପଡିଯିବାରୁ ଜଣେ 12 ବର୍ଷର ପୁଅ ଗୁରୁତ୍ଵର ଆହାତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଗଲ ପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କାରାଯାଇଛି ।

ସେପଟେ ମଙ୍ଗଳବାର ଅପରାହ୍ନରୁ ଜିଲ୍ଲାର ବିଭିନ୍ନ ଅଂଶରେ ଝଡ ତୁଫାନ ହେବା ସହ କୁଆ ପଥର ମାଡ ଜାରି ରହିଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *