ପୁଅକୁ ହରେଇ ଛାତି ପିଟି ଭୋ-ଭୋ ହୋଇ କାନ୍ଦୁଛି ମା, ଆଉ କହୁଛି ଠାକୁର ମୋ ଧନକୁ ନେଇଗଲେ, ମତେ କାହିଁକି ଏଠି… video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ମୋ ଧନ ତୁ କୁଆଡେ ଗଲୁରେ, ମୋ ଧନକୁ ଠାକୁର କାହିଁକି ନେଇଗଲେ ? ମୋ ଧନ ରୁ ଏମିତି ବୁଦ୍ଧି କାଇଁ ଧରିଲୁ କାହିଁକି ମୋତେ ଛାଡି ଚାଲିଗଲୁରେ ? ଏମିତି ଅନେକ କିଛି କହି କହି ଭୂମିରେ ଲୋଟି ଲୋଟି ପଡୁଛି ମା’ଟିଏ । ଛାତିକୁ ପିଟିପିଟି ଭୋ ଭୋ ହୋଇ ମା କାନ୍ଦୁଛି । କାହିଁକି ନା ଯାହାକୁ ସେ ଛୋଟରୁ ବଡ କରିଛି ତା’ ଗଳାର ମାଳି ଗୋଟିଏ ବୋଲି ଧନ ଆଜି ତାକୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି । ମା’ ଆଗରେ ଆଜି ପୁଅ ସବୁଦିନ ପାଇଁ ଶୋଇଯାଇଛି ।

ଯେତେ ଡାକିଲେ ବି ଯେତେ ବାହୁନି କାନ୍ଦିଲେ ବି ପୁଅ ଉଠୁନି ବରଂ ସବୁଦିନ ପାଇଁ ଶୋଇଯାଇଛି । ମା’ ପୁଅକୁ ଉଠେଇବା ପାଇଁ ଯେତେ ଚେଷ୍ଟା କଲେ ବି ତା’ ଆଗରେ ଯେତେ ଛାତି ପିଟି କାନ୍ଦିଲେ ବି ସେ ଟିକେ ବି ହୁଙ୍କୁନି । ତା’ ପୁଅ ଆଉ ଉଠୁନି କି ମା’କୁ କିଛି ଜବାବ ଦଉନି । ପୁଅ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛି । ତାକୁ କୁଆଡେ ଠାକୁର ନେଇ ଯାଇଛନ୍ତି ।

ଶ୍ରାବଣ ମାସର ତୃତୀୟ ସୋମବାରରେ ଶିବଲିଙ୍ଗରେ ଜଳଲାଗି ପାଇଁ ଯାଇଥିଲା ପୁଅ । ହେଲେ କାଲିଠୁ ଯାଇଛି ଯେ ଯାଇଛି । କେନାଲରୁ ପାଣି ଉଠାଇବା ବେଳେ ପୁଅ କୁଆଡେ ନିଖୋଜ ହୋଇ ଯାଇଥିଲା ପାଣି ଭିତରେ । ତାଙ୍କର ଜଣେ ସାଥିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନେଇଥିବା ବେଳେ ସେ କିନ୍ତୁ ନିଖୋଜ ଥିଲେ । ଆଉ ଆଜି ଯାଇ ତାଙ୍କର ମୃତଦେହ ମିଳିଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳ ନିକଟସ୍ଥ ରେଙ୍ଗାଳି ଗ୍ରାମ ପାର୍ଶ୍ଵ କେନାଲରୁ ଉଦ୍ଧାର ହୋଇଛି ସେହି ନିଖୋଜ କାଉଡିଆଙ୍କ ମୃତଦେହ । ଗତକାଲି ଜଳଲାଗି ପାଇଁ ପାଣି ଉଠାଇବା ବେଳେ ନିଜର ଅସାବଧନତା ଯୋଗୁଁ କେନାଲରେ ବୁଡି ନିଖୋଜ ହୋଇ ଯାଇଥିଲେ । ସେ ହେଉଛନ୍ତି ତାଳଚେର ଅଞ୍ଚଳର ମହେଶ୍ଵର ବାରିକ, ଯାହାଙ୍କୁ ଅଗ୍ନିଶମ ବାହିନୀ କାଲିଠାରୁ ଖୋଜୁଥିଲା । ଆଉ ଆଜି ତାଙ୍କ ମୃତଶରୀର ମିଳିଥିଲା ।

ଯାହାପରେ ତାଙ୍କ ମାଆ ବୁକୁଫଟା କ୍ରନ୍ଦନ କରିଥିଲେ । ସ୍ଥାନୀୟ ପୋଲିସ ମହେଶ୍ଵରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *