ଦିଲ୍ଲୀ ବିମାନ ବନ୍ଦରରେ ଘଟିଲା ବଡ ଅଘଟଣ, ବିମାନ ଉଡାଣ ଭରିବା କିଛି ସମୟ ପୂର୍ବରୁ ଯାହା ଘଟିଲା ନା… ଥରେ ଦେଖନ୍ତୁ video

ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ବିମାନ ତଳକୁ ଗୋଟିଏ କାର୍ ଧସେଇ ପଶୁଛି । ନୂଆ ଦିଲ୍ଲୀ ବିମାନ ବନ୍ଦରରେ ଘଟିଯାଇଛି ଏଭଳି ଅଘଟଣ । କେତେବେଳେ କଣ ଅଘଟଣ ଘଟେ ତାହା କହିବ ମୁସ୍କିଲ । ଯେଉଁ ସମୟରେ କୌଣସି ଅଘଟଣ ଘଟିବାର କୌଣସି ଆଶଙ୍କା ନାହିଁ ବା ସବୁକିଛି ଠିକ ଅଛି ବୋଲି ଆମେ ଭାବିଥାଉ ସେହି ସମୟରେ ହଠାତ କେଉଁ ଆଡୁ ମାଡି ଆସେ ବିପଦ ।

ଠିକ ଏଭଳି କିଛି ଦେଖିବାକୁ ମିଳିଛି ଦିଲ୍ଲୀ ବିମାନ ବନ୍ଦରରେ । ନୂଆ ଦିଲ୍ଲୀ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲରେ ଘଟିଛି ଏହି ଘଟଣା । ଇଣ୍ଡିଗୋର VT-ITJ ରେ ବିମାନ ରହିଥିବା ବେଳେ ବିମାନର ଚକ ନିକଟରେ ଇଣ୍ଡିଗୋର ଏକ ମାରୁତି କାର ପଶି ଆସିଥିଲା । ସେହି ସମୟରେ ଦିଲ୍ଲୀରୁ ପାଟନା ଅଭିମୁଖେ କିଛି ସମୟ ମଧ୍ୟରେ ଉଡାଣ ଭରିଥାନ୍ତା ଇଣ୍ଡିଗୋ ବିମାନଟି । କିନ୍ତୁ ଏଭଳି ଏକ ଅଘଟଣ ଯୋଗୁଁ ବିମାନ ଉଡାଣକୁ ସ୍ଥଗିତ ରଖା ଯାଇଥିବା ସୂଚନା ମିଳିଛି ।

ବିମାନ ବନ୍ଦରରେ ଏଭଳି ଅଘଟଣ ଘଟିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଇଣ୍ଡିଗୋରେ ଏହି ବିମାନ ଦିଲ୍ଲୀରୁ ପାଟନା ଯିବାକୁ ଥିବା ବେଳେ ଏହାର ଚକା ତଳକୁ ପଶି ଆସିଥିଲା କାର୍ ଟି । ଯାହାପରେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଓ ବିମାନର ପାଇଲଟ ଏବଂ ହୋଷ୍ଟେସ ମାନଙ୍କୁ ମଧ୍ୟ ଏନେଇ ସୂଚନା ଦିଆ ଯାଇଥିଲା ।

ବିମାନରେ ଦିଲ୍ଲୀରୁ ପାଟନା ଯିବା ପାଇଁ ଯାତ୍ରୀମାନେ ମଧ୍ୟ ସିଟ୍ ରେ ବସି ସାରିଥିଲେ । ଆଉ କିଛି ସମୟ ମଧ୍ୟରେ ଏହା ପାଟନା ଯାଇଥାନ୍ତା । ହେଲେ ଏତିକି ବେଳେ ଇଣ୍ଡିଗୋ ବିମାନର ଚକା ତଳକୁ ପଶି ଆସିଥିଲା କାର୍ ଟି । କିନ୍ତୁ ଏକ ବଡ ଦୁର୍ଘଟଣା ଘଟୁ ଘଟୁ ଅଳ୍ପକେ ବର୍ତ୍ତୀ ଯାଇଥିଲା ବିମାନଟି ।

ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଘଟଣାର ତଦନ୍ତ କରିଯିବା ପରେ ଏହାର କାରଣ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *