ପୁଅ ନିଜର 60 ବର୍ଷର ବୁଢୀ ମା’କୁ ପାଗଳଖାନାରେ ଛାଡି ଦେଲା, 10 ବର୍ଷ ପରେ ଯେତେବେଳେ ପହଞ୍ଚି ଦେଖିଲା ତ ଦେଖନ୍ତୁ କଣ ହେଲା…

ନମସ୍କାର ବନ୍ଧୁଗଣ ତେବେ ମାଆ, ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦରେ ବଖାଣି ହେବନି । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦର ଗଭୀରତାରେ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ । ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ । ସେଥିପାଇଁ ତ ମା’ ହେଉଛି ମମତାର ଦେବୀ ।


ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ । ମା’ ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ସେ କେବଳ ସନ୍ତାନର ଲାଳନପାଳନ କରେ ନାହିଁ ବରଂ ତାଭିତରେ ସଂସ୍କାର ମଞ୍ଜି ବୁଣିବାର ସବୁଠାରୁ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଜନ୍ମଦିଏ ଆଉ ହାତ ଧରି ବାଟ ଚାଲିବା ଶିଖାଏ ।

ତେବେ ବର୍ତ୍ତମାନ କିନ୍ତୁ ସନ୍ତାନ ମାନେ ନିଜ ମାଆ ଙ୍କୁ ସମ୍ମାନ ଦେଉ ନାହାନ୍ତି ତାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ତେବେ ସେହିଭଳି ଏକ ଘଟଣା ରହିଛି ଯାହାକି ଝାଂସିରେ ହୋଇଥିଲା । ତେବେ ସେଠାରେ ରହୁଥିବା ସୁରେଶ ନାମକ ବ୍ୟକ୍ତି ନିଜ ମାଆ ଙ୍କ ସହ ଏକୁଟିଆ ରହୁଥିଲା ତେବେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା ।

ତେବେ ଦୁହେଁ ବହୁତ ଖୁସିରେ ଥିଲେ ଅଭାବ ନଥିଲା କିଛି କିନ୍ତୁ ସୁରେଶ ର ବିବାହ ହୋଇ ପାରୁ ନଥିଲା ତେବେ ବହୁତ କଷ୍ଟରେ ସୁରେଶ ର ବିବାହ ହୋଇଥିଲା ତେବେ ବିବାହ ପରେ ସୁରେଶ ର ସ୍ତ୍ରୀ ନିଜ ଶାଶୁ ଉପରେ ଅତୟାଚାର କରିବା ଆରମ୍ଭ କରି ଦେଇଥିଲା । କେତେବେଳେ ତାଙ୍କୁ ଚୋର କହି ତ କେତେବେଳେ ତାଙ୍କୁ ସିଢି ରୁ ପକେଇ କେତେବେଳେ ତାଙ୍କୁ ଅନେକ କଥା ଶୁଣେଇ ସେ ସବୁବେଳେ ଚାହୁଁଥିଲା କି ସୁରେଶ ର ମାଆ ତାଙ୍କୁ ଛାଡି ପଳାନ୍ତୁ ତେବେ ସୁରେଶ ମଧ୍ୟ ନିଜ ସ୍ତ୍ରୀ କଥାରେ ନିଜ ମାଆ କୁ ଗାଳି କରୁଥିଲା ତେବେ ଏହା ଦ୍ୱାରା ତାଙ୍କ ମାନସିକ ସ୍ତର ଖରାପ ହୋଇଗଲା ।

ତେବେ ଦୁହେଁ ତାଙ୍କ ପାଗଳ ଖାନାରେ ଛାଡିଦେଲେ । ତେବେ ପରେ ସୁରେଶ ର ସବୁ ଖୁସି ଉଭାନ ହୋଇଗଲା କାରଣ ସେ ନିଜ ଘର ଦେବୀ କୁ ବାହାର କରିଦେଲା । ତେବେ ତାର ଘର ବାଡ଼ି ବ୍ୟବସାୟ ସବୁ ବନ୍ଦ ହୋଇଗଲା ଏଵଂ ଗରିବ ହୋଇଯିବାରୁ ତା ସ୍ତ୍ରୀ ମଧ୍ୟ ତାକୁ ଛାଡି ପଳେଇଲେ ।

ତେବେ ପରେ ସେ ନିଜ ଭୁଲ କୁ ବୁଝିପାରି ପାଗଳ ଖାନାକୁ ନିଜ ମାଆଙ୍କୁ ନେବା ପାଇଁ ଗଲା କିନ୍ତୁ ତାଙ୍କ ମାଆ ବୃଦ୍ଧାଶ୍ରମ ରେ ଥିଲେ ତେବେ ସେଠାରେ ପହଁଚି ଜାଣି ପାରିଲା କି ତାଙ୍କ ମାଆ ଙ୍କୁ ଜଣେ ଆଡ଼ପଟ କରି ନେଇଛି । ତେବେ ସେ ସେହି ପୁଅ ପାଖକୁ ଯାଇ ଦେଖିଲା କି ସେ ପୁଅ ଟି ତାଙ୍କ ମାଆ ରୁ ବହୁତ ଭଲ ଭାବରେ ଯତ୍ନ ନେଉଛି । ତେବେ ସେ ନିଜ ମାଆ ଙ୍କୁ କ୍ଷମା ମାଗିଲା ଏବଂ ତା ମାଆ ମଧ୍ୟ ତାଙ୍କୁ କ୍ଷମା କରିଦେଲେ କିନ୍ତୁ ତା ସହ ଯିବାକୁ ମନା କରିଦେଲେ ।


ତେବେ ସେହି ପୁଅ ଟି କହିଲା କି ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋ ମାଆ ମୋତେ ଛାଡ଼ି ଉପରକୁ ପଳେଇଲେ ତେଣୁ ମୁଁ ମୋ ମାଆ ର ସେବା କରିବା ପାଇଁ ତାଙ୍କୁ ଘରକୁ ନେଇକି ଆସିଥିଲି ଏବଂ ତାଙ୍କ ଆଶୀର୍ବାଦ ରୁ ମୁଁ ବହୁତ ଖୁସିରେ ଅଛି ତେବେ ସୁରେଶ ନିଜ ଭୁଲ କୁ ଭାବି କାନ୍ଦିବାକୁ ଲାଗିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *