Deepika ଙ୍କ ପାଇଁ Bahubali ଷ୍ଟାର Prabhas ନେଲେ ବଡ ନିସ୍ପତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବଲିଉଡ ର କୁଇନ ଦୀପିକା ପାଦୁକୋନ ଙ୍କ ବିଷୟରେ ନିଶ୍ଚିତ ଅବଗତ ଥିବେ ତେବେ ସେ ବର୍ତ୍ତମାନ ସମୟରେ ସବୁଠାରୁ ମହଙ୍ଗା ଅଭିନେତ୍ରୀ । ତେବେ ସେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଲୋକ ମାନଙ୍କ ମନରେ ନିଜର ପ୍ରଭାବ ପକେଇ ପାରିଛନ୍ତି । ତେବେ ଏହା ସହ ଆପଣ ସାଉଥ ସୁପରଷ୍ଟାର ବାହୁବଳୀ ପ୍ରଭାସ କୁ ନିଶ୍ଚିତ ଜାଣିଥିବେ । ତେବେ ସେ ନିଜର ଆକର୍ଷଣୀୟ ଅଭିନୟ ଏବଂ ଦମଦାର ବ୍ୟକ୍ତିତ୍ବ ଯୋଗୁଁ ଲୋକ ଚର୍ଚ୍ଚା ରେ ରହି ଆସିଛନ୍ତି ।


ତେବେ ଦୁହେଁ ବଡ଼ ଷ୍ଟାର ବର୍ତ୍ତମାନ ଏକ ଗୋଟିଏ ପ୍ରୋଜେକ୍ଟ ରେ ନଜର ଆସିବେ । ତେବେ କିନ୍ତୁ ନିଶ୍ବାସ ନେବାରେ ସମସ୍ୟା ହେବାରୁ ଗତକାଲି ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଫିଲ୍ମ ‘ପ୍ର‌ୋଜେକ୍ଟ କେ’ର ସୁଟିଂ ସମୟରେ ସେଟରେ ହିଁ ତାଙ୍କୁ ହଠାତ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା । ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ନିଆ ଯାଇଥିଲା ।

ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ସୁଟିଂ ସେଟକୁ ଫେରିଛନ୍ତି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଦୀପିକାଙ୍କ ହୃଦସ୍ପନ୍ଦନ ବଢ଼ିଯିବା ସହ ସେ ଅସହଜ ମନେ କରିଥିଲେ । ଏ‌ବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ସୁସ୍ଥ ହୋଇଥିଲେ ବି ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଜାଣି ପ୍ରଭାସ ସୁଟିଂକୁ ବନ୍ଦ କରି ଦେଇଛନ୍ତି ।

ପୂରା ସୁଟିଂକୁ ବନ୍ଦ କରିନଥିଲେ ବି ଦୀପିକା ସହ ସହ ଥିବା କିଛି ଗୁରୁତ୍ବପୂର୍ଣ୍ଣ ଦୃଶ୍ୟର ସୁଟିଂକୁ ବନ୍ଦ କରି ସେ ପୂରା ସୁସ୍ଥ ହେବା ପରେ ସୁଟିଂ ଆରମ୍ଭ କରିବାକୁ କହିଛନ୍ତି ପ୍ରଭାସ । ତେବେ ଦୀପିକା ପାଦୁକୋନ୍ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି, ଯେଉଁଥିରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ସହ ଦୀପିକା ସାଉଥ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

‘ପ୍ର‌ୋଜେକ୍ଟ କେ’ରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦିଶା ପଟାନୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଦୀପିକା ପାଦୁକୋନ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ପଠାନ’ ଏବଂ ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ରେ ମଧ୍ୟ ନଜର ଆସିବେ, ଯାହାର ସୁଟିଂ ଆରମ୍ଭ ହୋଇ ସାରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *