Intersting Gk Questions- ଜଣେ ବୁଲା ବିକାଳୀ ବୁଲି ବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ ପୁରା ପରିବାର ଜୀବନ ସାରା ବସି ଖାଆନ୍ତୁ, କୁହନ୍ତୁ ସେ କଣ ବିକ୍ରି କରୁଥିଲେ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ମହାଭାରତରେ କୌରବ ୧୦୦ ଭାଇଙ୍କ ଏକ ମାତ୍ର ଭଉଣୀଙ୍କ ନାମ କଣ ଥିଲା ?

ଉତ୍ତର- ମହାଭାରତରେ କୌରବ ୧୦୦ ଭାଇଙ୍କ ଏକ ମାତ୍ର ଭଉଣୀଙ୍କ ନାମ ଦୁଃଶାଳା ଥିଲା ।

୨. ଭାରତର ପ୍ରଥମ ମହିଳା ରେଳମନ୍ତ୍ରୀ କିଏ ଥିଲେ ?

ଉତ୍ତର-ଭାରତର ପ୍ରଥମ ମହିଳା ରେଳମନ୍ତ୍ରୀଙ୍କ ନାମ ହେଉଛି ମମତା ବାନାର୍ଜୀ । ମମତା ବାନାର୍ଜୀ ଏବେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି ।

୩. ଗୋଟିଏ ରୁମରେ ୫୦୦ କଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣ ଲୋକ ଶୋଇପଡିଲେ । ଏହା ପରେ ରୁମରେ କେତେ ଜଣ ଲୋକ ରହିଲେ ?

ଉତ୍ତର- ବନ୍ଧୁଗଣ ଏହାର ଉତ୍ତର ହେଉଛି ୫୦୦ ଜଣ । ୫ ଜଣ ସୋଇଲେ ବି ସେଇଠି ୫୦୦ ଜଣ ଲୋକ ରହିଲେ ।

୪. ଜଣେ ଡାକ୍ତର ଏବଂ ଜଣେ ବାଳକ ରାସ୍ତାରେ ଯାଉଥିଲେ ବାଳକ ଜଣକ ଡାକ୍ତରଙ୍କ ପୁଅ ଥିଲେ, କିନ୍ତୁ ଡାକ୍ତର ଜଣକ ବାଳକଟିର ବାପା ନଥିଲେ । ତେବେ ଡାକ୍ତର ଜଣକ କିଏ ଥିଲେ ?

ଉତ୍ତର- ବନ୍ଧୁଗଣ ଏହାର ଉତ୍ତର ହେଉଛି ଡାକ୍ତର ଜଣକ ବାଳକଟି ବାପା ନୁହେଁ ମା ଥିଲେ । ସେହି ଡାକ୍ତର ଜଣକ ମହିଳା ଥିଲେ ।

୫. ଜଣେ ବୁଲା ବିକାଳୀ ବୁଲି ବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ ପୁରା ପରିବାର ଜୀବନ ସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲେ ?

ଉତ୍ତର- ଆସନର ମୂଲ୍ୟ କମ ରହିଥାଏ ହେଲେ ଆସନ ବହୁତ ଦିନ ଯାଇଥାଏ । ଆସନ କିଣିଲେ ଜୀବନ ସାରା ବସିକି ଖାଇ ହେବ ବୋଲି ସେ କହୁଥିଲା ।

୬. ତାହା କଣ ଯାହା ପର ଠାରୁ ମଧ୍ୟ ହାଲୁକା କିନ୍ତୁ ଆମେ ଏକ ମିନିଟରୁ ଅଧିକ ଧରି ରଖିପାରିବା ନାହିଁ ?

ଉତ୍ତର- ନିଶ୍ଵାସ ବହୁତ ହାଲୁକା ହେଲେ ଆମେ ଅଧିକ ସମୟ ଧରି ରଖିପାରିବା ନାହିଁ ।

୭. ମୈତ୍ରୀ ଏକ୍ସପ୍ରେସ କେଉଁ ଦୁଇ ଦେଶ ମଧ୍ୟରେ ଚାଲୁଅଛି ?

ଉତ୍ତର- ଭାରତ ଏବଂ ବାଂଲାଦେଶ ।

୮. ସମଝୋତା ଏକ୍ସପ୍ରେସ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୩୩ ଜୁଲାଇ ୧୯୭୬ ମସିହାରେ ।

୯. ଘୁମର ଲୋକନୃତ୍ୟ କେଉଁ ରାଜ୍ୟ ସହିତ ସମ୍ବନ୍ଧିତ ?

ଉତ୍ତର- ରାଜସ୍ଥାନ ।

Leave a Reply

Your email address will not be published. Required fields are marked *