ପ୍ରତିଦିନ ପ୍ରେମିକାର ସମାଧି ଉପରେ ଶୋଇ ରହୁଥିଲା ପ୍ରେମିକ, କିନ୍ତୁ ଦିନେ କିଛି ଏମିତି ହେଲା କି ଉଡିଗଲା ପ୍ରେମିର ହୋସ

ସଚ୍ଚା ପ୍ରେମ ସବୁ ବେଳ ପାଇଁ ଅମର ରହିଥାଏ ଆଉ ପ୍ରେମ କରିଥିବା ଲୋକ ମାନେ ଲକ୍ଷେ ଅସୁବିଧା ପରେ ମଧ୍ୟ ନିଜ ଭଲପାଇବା କୁ ଭୁଲି ପାରନ୍ତି ନାହିଁ । ପ୍ରେମରେ ଜଡ଼ିତ ଗୋଟେ ଏମିତି ସତ ଘଟଣା ଏହି କିଛି ଦିନ ହେବ ବହୁତ ଚର୍ଚ୍ଚାରେ ରହିଛି । ଏହି କିଛି ଦିନ ପୂର୍ବେ ଗୋଟେ ପ୍ରେମିକର ପ୍ରେମିକାର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ପରେ ପ୍ରେମିକା ଙ୍କ ଘର ଲୋକ ତା ଶବକୁ ପୋତି ଦେଲେ । ତାପରେ ପ୍ରେମିକ ସବୁ ଦିନ ଯାଇଁ ପ୍ରେମିକାର ସମାଧି ଉପରେ ଶୋଇବାକୁ ଲାଗିଲା ।

କିଛି ଦିନ ପରେ ପ୍ରେମିକା ସମାଧି ଉପରେ ପ୍ରେମିକ ଶୋଇବା ପରେ ତାକୁ ଏହି କଥାର ଅନୁଭବ ହେଲା ଯେ ତା ପ୍ରେମିକାର ମୃତ୍ୟୁ ନୁହେଁ ବରଂ ତାକୁ ମରିଦିଆ ଯାଇଛି । ଯାହା ପରେ ପ୍ରେମିକ ପୋଲିସଙ୍କୁ ସାହାଯ୍ୟ ମାଗିଲା ଆଉ ପୋଲିସକୁ ଏହି ଘଟଣାର ତଦନ୍ତ କରିବାକୁ କହିଲା । ଏହି ଘଟଣା ଉତ୍ତର ପ୍ରଦେଶର ସିଭ୍ଭାବଲୀ ଥାନା ଅନ୍ତର୍ଗତ ମୂରୁଦା ପୁର ଗାଁର ବୋଲି କୁହା ଯାଉଛି।

ପ୍ରେମିକ ଉପରେ ହେଲା ଆକ୍ରମଣ

ପୋଲିସ ଙ୍କ ପାଖରେ ତା ପ୍ରେମିକା ମୃତ୍ୟୁର ଏଫ୍ ଆଇ ଆର୍ ଦେବାର କିଛି ଦିନ ପରେ ପ୍ରେମିକ ଉପରେ ଆକ୍ରମଣ ହୋଇଥିଲା । କୁହଯାଏ କି ପ୍ରେମିକ ଉପରେ ପ୍ରେମିକାର ଘର ଲୋକମାନେ ଗୁଳି ମାରି ଥିଲେ । ଯାହାଦ୍ୱାରା ଦୁଇ ଜଣ ଲୋକ ଆକ୍ରମଣ ରେ ଶିକାର ହୋଇଥିଲେ । ଏହା ପରେ ଆକ୍ରମଣ ରେ ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ପାଖ ହସ୍ପିଟାଲରେ ଭର୍ତି କରାଗଲା । ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ମେରଠ କୁ ପଠାଇ ଦିଆଗଲା ।

ଚାରିମାସ ପରେ ଦିଆଗଲା କେସ

ପୁଲିସଙ୍କ ଅନୁସାରେ ଏକ ଯୁବକଙ୍କ ଦ୍ଵାରା ନିଜ ପ୍ରେମିକା ର ମୃତ୍ୟୁର ଚାରି ମାସ ପରେ ଏଫଆଇଆର ଦିଆ ଯାଇଥିଲା । ଯାହା ପରେ ପୋଲିସ୍ କବର ଖୋଳି ଯୁବତୀଙ୍କ ଶବ ବାହାର କରି ପୋଷ୍ଟମର୍ଟମ କରାଇଥିଲେ । ତାପରେ ଜଣାଗଲା କି ଯୁବତୀଙ୍କ ହତ୍ୟା କରାଯାଇଥିଲା ଓ ତାହାଙ୍କୁ କୀଟନାଶକ ଖାଇବାକୁ ଦିଆଯାଇଥିଲା । ଏହାପରେ ଝିଅଟିର ପରିବାର ଲୋକଙ୍କ ବିରୁଦ୍ଧରେ କେସ ରୁଜୁ କରାଇ ଦିଆଗଲା । ଏହା ପରେ ସେମାନେ ପ୍ରେମୀ ଉପରେ ଗୁଳି ଚଳାଇଥିଲେ । ଯେଉଁଥିରେ ଦୁଇଟି ଲୋକ ଆହତ ହୋଇଥିଲେ।

ଘର ଲୋକଙ୍କୁ ମଞ୍ଜୁର ନଥିଲା ପ୍ରେମ

କୁହାଯାଉଛି କି ଯେତେବେଳେ ଝିଅ ପରିବାର ଲୋକମାନେ ଜାଣିବାକୁ ପାଇଲେ କି ତାଙ୍କ ଝିଅ କାହାକୁ ଭଲ ପାଉଛି ଏହି କଥା କୁ ସେମାନେ ସହଜରେ ହଜମ କରିପାରିଲେ ନାହିଁ। ସେଥିପାଇଁ ଦିନେ ଝିଅ ର ପରିବାର ଲୋକମାନେ ଝିଅକୁ ଜବରଦସ୍ତି କୀଟନାଶକ ଔଷଧ ଖୁଆଇ ଦେଲେ । ଯାହା ଫଳରେ ଝିଅଟି ର ମୃତ୍ୟୁ ହୋଇଥିଲା । ଝିଅ ର ମୃତ୍ୟୁ ପରେ ପରିବାର ଲୋକେ ଡେରି ନ କରି ତୁରନ୍ତ ଝିଅର ବଡି କୁ ପୋତିଦେଲେ।

ପ୍ରେମିକ ଯେତେବେଳେ ପ୍ରେମିକା ମୃତ୍ୟୁ ଖବର ଜାଣିବାକୁ ପାଇଲା ତାହା ପରଠାରୁ ସେ ତା ପ୍ରେମିକା ର ସମାଧି ଉପରେ ସବୁଦିନ ଯାଇ ଶୋଇବାକୁ ଲଗିଲା । ଏମିତି ଚାରିମାସ ଧରି ଚାଲିଲା । ଚାରିମାସ ବିତିଗଲା ପରେ ପ୍ରେମିକ କୁ ସନ୍ଦେହ ହେଲା ଯେ ତାହାର ପ୍ରେମିକା କୁ ହତ୍ୟା କରାଯାଇଛି ଓ ଏହାପରେ ଥାନା ରେ କେସ୍ କରିଥିଲା। ଏହି ମାମଲାରେ ପୁଲିସ ତାର ଖୋଳତାଡ଼ ଆରମ୍ଭ କରିଦେଇଛି ଓ ବହୁତ ଶୀଘ୍ର ଅପରାଧିଙ୍କୁ ଧରାଯିବ। ଏହି ମାମାଲାଟି ମୁରାଦାପୁର୍ ଏରିଆରେ ହଇଚଇ ସୃଷ୍ଟି କରିଛି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *