ତୁ ମୋର ନୁହଁ ତ ଆଉ କାହାରି ନୁହଁ, ପ୍ରେମିକାକୁ ପେଟ୍ରୋଲରେ ଜାଳିଦେଲା ପ୍ରେମିକ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୋର ହେବୁନି ଯଦି ତତେ ମୁଁ ଆଉ  କାହାର ହେବାକୁ ଦେବିନି , ପ୍ରେମିକାର ମା ‘ ଭାଇକୁ ବି ଛାଡିଲାନି ପ୍ରେମିକ । ହଁ ଦର୍ଶକବନ୍ଧୁ ଏପରି ଏକ ଅଭାବନୀୟ ଘଟଣା ହେଉଛି ବୋଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲଠୋର ଗାଁ ରେ ଯାହାକୁ ଶୁଣିଲେ ଆପଣଙ୍କ ଲୋମଛିଡା ହୋଇଯିବ ।

ଜଣେ ପ୍ରେମିକ ତାର ପ୍ରେମିକାକୁ ଆଜି ଜୀବନରୁ ମାରିବାକୁ ଚେଷ୍ଟା କରିଛନ୍ତି । ଯାହା ସହ ଜୀବନସାରା ଚାଲିବ ବୋଲି ପ୍ରତିଶ୍ରୁତି ନେଇଥିଲେ ଏବଂ ସେହି ପ୍ରେମିକ ପାଲଟି ଗଲା ରାକ୍ଷସ । ଡେଙ୍କାନାଳ ଅଞ୍ଚଳର ସୁସ୍ତିକ ଦାସ ଓ ପ୍ରେମିକା ଗୋଟାଏ ଘରୋଇ ଅଫିସରେ କାମ କରୁଥିଲେ । କାମ କରୁ କରୁ ପ୍ରେମରେ ପଡିଥିଲେ ଉଭୟ ପ୍ରେମିକ ପ୍ରେମିକା ଠାରୁ ପଇସା ନେଉଥିଲେ ।

ପ୍ରେମ ବା କଣ ଦେଖିବ ଯାହା ମୋର ତାହା ତୋର  ଏଭଳି କିଛି କହି ପ୍ରେମିକା ପ୍ରେମିକକୁ ସବୁ କିଛି ଦେଉଥିଲା । ମାତ୍ର ସୁସ୍ତିକଙ୍କ ମଦ ପିଇବାକୁ ନେଇ ପ୍ରତିଦିନ ଝଗଡା ହେଉଥିଲା । ପ୍ରେମିକାକୁ ମଦ୍ୟପାନ କରୁଥିବା ଲୋକମାନେ ଆଦୌ ପସନ୍ଦ ନ ଥିଲେ ତେଣୁ ସେ ବାରମ୍ବାର ପ୍ରେମିକକୁ ମଦ ପିଇବା ଛାଡିବାକୁ କହୁଥିଲା । ମାତ୍ର ପ୍ରେମିକ ତାହା ଶୁଣୁ ନ ଥିଲା ।

ତେବେ ପ୍ରେମିକା ନିଜର ପ୍ରେମ ସମ୍ପର୍କକୁ ପରିତ୍ୟାଗ କରିବାର ନିଷ୍ପତି  ନେଇଥିଲେ ଏବଂ ତାହାକୁ ପ୍ରେମିକକୁ କହିଥିଲେ ଯାହା ଶୁଣି ପ୍ରେମିକ ହୋଇଯାଇଥିଲା ବାଉଳା । ଯଦି ତୁ ମୋର ନ ହେବୁ ତୋ ତେବେ ତତେ କାହାରି ହେବାକୁ ଦେବିନି ତୁ କେବଳ ମୋର ଭଳି କହି । ଅବେଳା ସମୟରେ ମଦ ପିଇ ପ୍ରେମିକାର ଘରକୁ ଯାଇ ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକାକୁ  ଏବଂ ପ୍ରେମିକାର ମା ‘ ଓ ଭାଇକୁ ଛାଡିଲା ନାହିଁ ।

ତେବେ ସୂଚନା ପାଇଥିବା ଲଠୋର ପୋଲିସ ଘଟନା ସ୍ଥଳରୁ ସମସ୍ତକୁ ଉଦ୍ଧାର  କରି ଗୁରୁତର ହେଇଥିବା ତିନିଜଣକୁ ଡାକ୍ତରଖାନାରେ ଚିକିତ୍ସା ପ୍ରଦାନ କରାଯାଉଛି । ତେବେ ପୋଲିସ ଏହି ଘଟଣାକୁ ନେଇ ତଦାରଖ ଜାରି ରଖିଛି । ତେବେ ପ୍ରେମ କରିବାର ଭୟଙ୍କର ମୂଲ୍ୟଦେବାକୁ ପଡିଲା ମହିଳାକୁ ପୋଲିସ ଶୀଘ୍ର ଏହା ପ୍ରତି କଢାକଢା ପଦକ୍ଷେପ ନେବା ଉଚିତ୍ । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତି ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *