ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଏହି ପ୍ଲେଇଙ୍ଗ ଇଲେଭେନ ସହ ଓଲ୍ହାଇପାରେ ଟିମ ଇଣ୍ଡିଆ, ଏହି ଖେଳାଳିମାନଙ୍କର ହୋଇପାରେ ଛୁଟି ଦେଖନ୍ତୁ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ତିନୋଟି ୱାଣ୍ଡେ ମ୍ୟାଚ ସିରିଜର ପ୍ରଥମ ମ୍ୟାଚ ୧୨ ମାର୍ଚକୁ ଧର୍ମଶାଳାରେ ଖେଳାଯିବାର ଅଛି । କହିବାକୁ ଗଲେ ଟିମ ଇଣ୍ଡିଆ ବର୍ତ୍ତମାନ ହିଁ ନ୍ୟୁଜିଲ୍ୟାଣ୍ଡର ଟୁରରୁ ଫେରିଛନ୍ତି । ଯେଉଁଠି ୩ ଟି ୱାଣ୍ଡେ ମ୍ୟାଚରେ ଇଣ୍ଡିଆ ଟିମକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏମିତିରେ ଦେଖିବାର ଅଛି କି ବିରାଟ କୋହଳିଙ୍କ କ୍ୟାପଟେନଶିପରେ ଟିମ ଇଣ୍ଡିଆ ଘରେଲୁ ପଡିଆରେ ହେବାକୁ ଥିବା ସିରିଜରେ ବିଜୟ ହାସଲ କରି ପାରୁଛି କି ନାହିଁ ।

ପ୍ଲେଇଙ୍ଗ ଇଲେଭେନରେ ଚେଞ୍ଜେସ

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ୱାଣ୍ଡେ ମ୍ୟାଚରେ ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନରେ କିଛି ଚେଞ୍ଜେସ ହୋଇଥିବାର ନଜର ଆସୁଛି । ଶିଖର ଧବନ, ହାର୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାର ପୁଣିଥରେ ଫେରିଛନ୍ତି । ଏମିତିରେ ଏହି ଖେଳାଳିମାନଙ୍କ ସ୍ଥାନ ନିଶ୍ଚିତ ଅଟେ କି ଏହି ତିନି ଜଣ ଖେଳାଳିଙ୍କୁ ଚାନ୍ସ ମିଳିବ । ଅନ୍ୟ ପଟେ ୱାଣ୍ଡେର ଭାଇସ କ୍ୟାପଟେନ ରୋହିତ ଶର୍ମା ଆଘାତ ହୋଇଥିବାରୁ ତାଙ୍କୁ ଟିମରେ ସାମିଲ କରାଯାଇ ନାହିଁ । ଏହା ପରେ ପୃଥ୍ୱୀ ଶ ଓ ଶୁଭମନ ଗିଲଙ୍କ ମଧ୍ୟରେ କେହି ଜଣେ ବ୍ୟାଟିଙ୍ଗ ଆରମ୍ଭ କରି ପାରନ୍ତି ।

ଧବନ ଓ ପୃଥ୍ୱୀ ଶ ଆରମ୍ଭ କରିବେ

ଧର୍ମଶାଳାରେ ହେବାକୁ ଥିବା ୱାଣ୍ଡେ ମ୍ୟାଚରେ ଶିଖର ଧବନଙ୍କ ସହ ପାରିର ଆରମ୍ଭ ପୁଣି ଥରେ ପୃଥ୍ୱୀ ଶ କରୁଥିବାର ନଜର ଆସି ପାରନ୍ତି । ଅନ୍ୟ ପଟେ ମଧ୍ୟକ୍ରମରେ ବିରାଟ କୋହଲୀ, ଶ୍ରେୟସ ଅୟର ଓ କେଏଲ ରାହୁଲ ଖେଳିବେ । ଏହା ପରେ ନମ୍ବର ୬ରେ ମନୀଷ ପାଣ୍ଡେକୁ ଚାନ୍ସ ମିଳିବ । କିନ୍ତୁ ହାର୍ଦିକ ପାଣ୍ଡ୍ୟା ଟିମରେ ଆସିବା ପରେ ଏହିଭଳି ହୋଇ ନ ପାରେ ।

ଯେତେବେଳେ କି ରବୀନ୍ଦ୍ର ଜଡେଜା ଓ ୟୁଜବେନ୍ଦ୍ର ଚହଲ ସ୍ପିନ ବୋଲର ରୂପରେ ଟିମରେ ସାମିଲ ହୋଇ ପାରନ୍ତି । ବୋଲର ସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର ଓ ନବଦୀପ ସୈନୀଙ୍କ ସ୍ଥାନ ନିଶ୍ଚିତ ଅଟେ ।

ସମ୍ଭବିତ ପ୍ଲେଇଙ୍ଗ ଇଲଭେନରେ ଶିଖର ଧବନ, ପୃଥ୍ୱୀ ଶ, ବିରାଟ କୋହଲୀ, ଶ୍ରେୟସ ଅୟର, କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜଡେଜା, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ନବଦୀପ ସୈନୀରେ ରହି ପାରନ୍ତି ।

Leave a Reply

Your email address will not be published. Required fields are marked *